ବିଶେଷ ଅଭିଯାନ-୬ରେ ରେଳବାଇ ହାସଲ କଲା ଅନେକ ପ୍ରମୁଖ ଲକ୍ଷ୍ୟ, ୫,୮୮୪ଟି ଷ୍ଟେସନରେ ହେଲା ‘ରେଳ ଜନ ସଂବାଦ’
ନୂଆଦିଲ୍ଲୀ, ୨୯ ଅକ୍ଟୋବର (ହି.ସ.)- ଭାରତୀୟ ରେଳବାଇ ବିଶେଷ ଅଭିଯାନ-୬ ଅଧୀନରେ ସ୍ୱଚ୍ଛତା, ଅଦରକାରୀ ସାମଗ୍ରୀ ନିଷ୍କାସନ, ଇ-ବର୍ଜ୍ୟବସ୍ତୁ ପରିଚାଳନା ଏବଂ ବିଚାରାଧୀନ ମାମଲାଗୁଡ଼ିକର ସମାଧାନ ସମେତ ବିଭିନ୍ନ କ୍ଷେତ୍ରରେ ଅନେକ ପ୍ରମୁଖ ଲକ୍ଷ୍ୟ ହାସଲ କରିଛି। ଏହି ଅଭିଯାନ ଅକ୍ଟୋବର ୩୧ ତାରିଖରେ ଶେଷ
रेल जन संवाद के दौरान यात्रियों से संवाद करते रेल अधिकारी


ନୂଆଦିଲ୍ଲୀ, ୨୯ ଅକ୍ଟୋବର (ହି.ସ.)- ଭାରତୀୟ ରେଳବାଇ ବିଶେଷ ଅଭିଯାନ-୬ ଅଧୀନରେ ସ୍ୱଚ୍ଛତା, ଅଦରକାରୀ ସାମଗ୍ରୀ ନିଷ୍କାସନ, ଇ-ବର୍ଜ୍ୟବସ୍ତୁ ପରିଚାଳନା ଏବଂ ବିଚାରାଧୀନ ମାମଲାଗୁଡ଼ିକର ସମାଧାନ ସମେତ ବିଭିନ୍ନ କ୍ଷେତ୍ରରେ ଅନେକ ପ୍ରମୁଖ ଲକ୍ଷ୍ୟ ହାସଲ କରିଛି। ଏହି ଅଭିଯାନ ଅକ୍ଟୋବର ୩୧ ତାରିଖରେ ଶେଷ ହେବ।

ରେଳ ମନ୍ତ୍ରଣାଳୟ ଗୁରୁବାର ଏକ ବିବୃତିରେ କହିଛି ଯେ ଅକ୍ଟୋବର ୨ରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲୁଥିବା ବିଶେଷ ଅଭିଯାନ ସମୟରେ ବିଚାରାଧୀନ ମାମଲାଗୁଡ଼ିକର ସମାଧାନ, ସମ୍ବଳର ଉନ୍ନତ ପରିଚାଳନା ଏବଂ ପ୍ରକ୍ରିୟାଗୁଡ଼ିକୁ ସରଳ କରିବା ଉପରେ ବିଶେଷ ଧ୍ୟାନ ଦିଆଯାଇଛି।

ଯାତ୍ରୀମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ପରାମର୍ଶ ଜାଣିବା ଉଦ୍ଦେଶ୍ୟରେ ଅକ୍ଟୋବର ୨୨ ତାରିଖରେ ଦେଶର ୫,୮୮୪ଟି ରେଳ ଷ୍ଟେସନରେ ‘ରେଳ ଜନ ସଂବାଦ’ ଆୟୋଜନ କରାଯାଇଥିଲା। ଏଥିରେ ସ୍ୱଚ୍ଛତା, ଯାତ୍ରୀ ସୁବିଧା ଏବଂ ସେବାର ଗୁଣବତା ସମ୍ପର୍କରେ ଯାତ୍ରୀମାନଙ୍କଠାରୁ ମତାମତ ଓ ପରାମର୍ଶ ନିଆଯାଇଥିଲା।

ରେଳବାଇ ବୋର୍ଡର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସତୀଶ କୁମାର ନୂଆଦିଲ୍ଲୀ ରେଳ ଷ୍ଟେସନରେ ବିଭିନ୍ନ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଅନ୍ୟପଟେ ପ୍ରଶାସନିକ ସଂସ୍କାର ଓ ଜନ ଅଭିଯୋଗ ବିଭାଗ (ଡିଏଆରପିଜି)ର ସଚିବ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

ମନ୍ତ୍ରଣାଳୟ ଅନୁଯାୟୀ, ଏହି ପଦକ୍ଷେପ ଦ୍ୱାରା ସ୍ଥାନୀୟ ସ୍ତରରେ ଯାତ୍ରୀମାନଙ୍କ ସମସ୍ୟା ଚିହ୍ନଟ କରିବା ଏବଂ ଯାତ୍ରୀ ସେବାରେ ଉନ୍ନତି ଆଣିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାର ସୁଯୋଗ ମିଳିଛି।

ଅଭିଯାନ ଶେଷ ହେବା ପୂର୍ବରୁ ଭାରତୀୟ ରେଳବାଇ ଏହା ଅଧୀନରେ ହାସଲ ହୋଇଥିବା ସଫଳତାକୁ ସୁଦୃଢ଼ କରିବା ଏବଂ ଗ୍ରହଣ କରାଯାଇଥିବା ଉତମ କାର୍ଯ୍ୟପ୍ରଣାଳୀକୁ ଜାରି ରଖିବା ଉପରେ ଧ୍ୟାନ ଦେଉଛି। ଏଥିରେ ସ୍ୱଚ୍ଛତା ବଜାୟ ରଖିବା, ସମ୍ବଳର ଦକ୍ଷ ପରିଚାଳନା, ବିଚାରାଧୀନ ମାମଲାଗୁଡ଼ିକର ସମୟୋଚିତ ନିଷ୍ପତି ଏବଂ ଯାତ୍ରୀ ସେବାରେ ଉନ୍ନତିକୁ ପ୍ରାଥମିକତା ଦିଆଯାଉଛି।

------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande