କୋଲାବିରାରେ ଜେଏମଏଫସି କୋର୍ଟ ଉଦଘାଟିତ
JMFC-court-inagurate-Kolabira
କୋଲାବିରାରେ ଜେଏମଏଫସି କୋର୍ଟ ଉଦଘାଟିତ,


ଝାରସୁଗୁଡା, ୨୯ ଅକ୍ଟୋବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ସଦରମହକୁମାରେ ସିଭିଲ ଜୁନିୟର ଡିଭିଜନ ତଥା ଜେଏମଏଫସି କୋର୍ଟ ଗୁରୁବାର ଉଦଘାଟିତ ହୋଇଯାଇଛି l ଏବେ କୋଲାବିରା ବ୍ଲକ କାର୍ଯ୍ୟ।ଳୟ ପରିସରରେ ଅସ୍ଥାୟୀ ଭାବେ କୋର୍ଟ ଆରମ୍ଭ କରାଯାଇଛି l କଟକସ୍ଥିତ ହାଇକୋର୍ଟ ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାକୁ ଉଦଘାଟନ କରିଥିଲେ l ବ୍ଲକ ସ୍ତରରେ ନ୍ୟାୟାଳୟ ଖୋଲିବା ଦ୍ୱାରା କେସ ଗୁଡିକର ସମାଧାନ ଶୀଘ୍ର ହେବା ସହ ଜନସାଧାରଣ ସୁବିଧାରେ ନ୍ୟାୟ ପାଇପାରିବେ ମୁଖ୍ୟବିଚାରପତି ବର୍ଣ୍ଣନା କରିଥିଲେ l ସେଠାରେ ମୁଖ୍ୟ ବିଚାରପତିଙ୍କ ସହ ପ୍ରଶାସନିକ ବିଚାରପତି ଏମ.ଏସ. ରମନ ମଧ୍ୟ ଉପସ୍ଥିତ ଥିଲେ l

ଏହାସହ କୋଲାବିରାରେ ନୂତନ କୋର୍ଟ ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ଜଜ ପ୍ରଶାନ୍ତ କୁମାର ନାଏକ, ରେଜିଷ୍ଟ୍ରାର ସ୍ୱର୍ଣ୍ଣଲତା ନାଏକ, ଡିଲଏସଏ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆଲୋକମୟୀ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ଜି.ଆର. ରାଘବେନ୍ଦ୍ର, ଏସଡିପିଓ ଉମାଶଙ୍କର ସିଂ, ତହସିଲଦାର ମନୋଜ କୁଜୁର, ବ୍ଲକ ଅଧ୍ୟକ୍ଷ ଭୋଜରାଜ ପଟେଲ, ଜିଲ୍ଲାପରିଷଦ ସଭ୍ୟ ନୃପଲାଲ ପଶାୟତ, ଏପିପି ବିମଳ ଶର୍ମା, ଏପିପି ଆଶିଷ କୁମାର ସାହୁ, ଆଇନଜୀବୀ ଧିରେନ ଶତପଥୀ, ଶକ୍ତିଭୂଷଣ ସେଠୀ, ଖଗେଶ୍ୱର ଛଛାନ, ଲକ୍ଷ୍ମୀ ନାରାୟଣ ବାଗ, ମନୋଜ କାଲୋ, ଅଶ୍ୱିନୀ ପ୍ରଧାନ, ପ୍ରକାଶ ହୋତା, ପରମେଶ୍ୱର ନାଏକ, ସଞ୍ଜୀବ ସାହୁ, ଯୁଗଳ ପଟେଲ, ଧିରେନ ନାଏକ, ମଣ୍ଟୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

ଉଦଘାଟନୀ ଉତ୍ସବ ପରେ ପ୍ରଥମ ଦିନ କୋର୍ଟ କାର୍ଯ୍ୟ ଆରମ୍ଭ ହୋଇଥିଲା l ନବ ନିଯୁକ୍ତ ସିଭିଲ ଜଜ୍ ଜୁନିୟର ଡିଭିଜନ ତଥା ଜେଏମଏଫସି ଦେବାଶିଷ ମିଶ୍ର ପ୍ରଥମ ଦିନରେ ୩ଟି ଅବକାରୀ ମାମଲାର ସାକ୍ଷ୍ୟ ଗ୍ରହଣ କରିଥିଲେ l ଏପିପି ଆଶିଷ କୁମାର ସାହୁ ନୂଆ କୋର୍ଟର ପ୍ରଥମ କେସ ରେ ଜଣେ ଗୃହରକ୍ଷୀଙ୍କ ସାକ୍ଷ୍ୟ ବୟାନ ନେଇଥିଲେ l

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande