
ମାଲକାନଗିରି, ୨୯ ଅକ୍ଟୋବର(ହି.ସ.) – କୁଡୁମୁଲୁଗୁମ୍ମା ତହସିଲ ଅନ୍ତର୍ଗତ ସାଇପାର ଗ୍ରାମର ମନ ପାଙ୍ଗୀ ଓ ତାଙ୍କ ସ୍ତ୍ରୀ ବଙ୍ଗାରି ପାଙ୍ଗୀ ପାରମ୍ପରିକ ରିତିନିତି ଅନୁସାରେ ହିନ୍ଦୁ ଧର୍ମକୁ ଫେରି ଆସିଛନ୍ତି। ନିଜ ମୂଳଧର୍ମକୁ ଫେରିଥିବା ଯୋଗୁଁ ମନ ପାଙ୍ଗୀ ନିଜ ଗ୍ରାମର ବାସସ୍ଥାନ ଆଗରେ ବିଭିନ୍ନ ସମାଜର ବ୍ୟକ୍ତି ବିଶେଷ ଯଥା ଭୂମିଆ ସମାଜର ଅର୍ଜୁନ ଆଦବାରୀ, ରଘୁରାମ ଫୁଲା, ଜୟସିଂହ ଫୁଲା, କନ୍ଧ ସମାଜର ଗୋପି ପାଙ୍ଗୀ, ସୀତାରାମ ପାଙ୍ଗୀ, ପାଇକ ସମାଜ ତରଫରୁ ଗଣେଶ ପୂଜାରୀ, ଜୟରାମ ସିଲିପାଡିଆ, ରାମଚନ୍ଦ୍ର ମାଛାଙ୍କ ସମେତ ଗୁଣ୍ଡୁରିଗୁଡ଼ାରୁ ବିଦ୍ୟାଧର ପଟ୍ଟନାୟକ, କୋରକୁଣ୍ଡାରୁ ମାଲତି ପାଙ୍ଗୀ, ମାଥିଲିରୁ ନନ୍ଦ ପାଙ୍ଗୀ, ଚିତ୍ରକଣ୍ଡାରୁ ତିଲି ପାଙ୍ଗୀ ଓ ମାଲକାନଗିରିରୁ ଉତରା ପାଙ୍ଗୀଙ୍କ ଉପସ୍ଥିତିରେ ଏକ ନିରାଡ଼ମ୍ବର ଭାବେ ପାରମ୍ପରିକ ରୀତିନୀତି ଅନୁସାରେ ହିନ୍ଦୁ ଧର୍ମକୁ ଫେରି ଆସିଛନ୍ତି। ଏହି ବିଶେଷ କାର୍ଯ୍ୟକ୍ରମରେ ଗ୍ରାମର ସମସ୍ତ ବାସିନ୍ଦା ଓ ଅନେକ ଆଦିବାସୀ ବୁଦ୍ଧିଜୀବୀ ପ୍ରମୁଖ ଯୋଗ ଦେଇଥିଲେ। ନିଜ ମୂଳ ଧର୍ମକୁ ଫେରି ଆସିଥିବାରୁ ମନ ପାଙ୍ଗୀଙ୍କୁ ସମସ୍ତ ହିନ୍ଦୁ ସମାଜ ତରଫରୁ ଅଭିନନ୍ଦନର ସୁଅ ଛୁଟିଛି।
.......................................
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ