ଚିକେନ୍ କିଣିବାକୁ ଆସି ଯୁବକ ନିଖୋଜ ପତ୍ନୀଙ୍କ ଏତଲା, ପାଟଣା ପୁଲିସର ତଦନ୍ତ ଜାରି
ଘଟଗାଁ , ୨୯ ଅକ୍ଟୋବର (ହି.ସ.) ଘରୁ ଚିକେନ୍ କିଣିବାକୁ ବଜାରକୁ ଆସି ଜଣେ ଯୁବକ ନିଖୋଜ ହୋଇଯାଇଥିବା ଘଟଣା ପାଟଣା ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ନିଖୋଜ ଯୁବକ ହେଉଛନ୍ତି ଦୀପକ କୁମାର ସେଠୀ। ତାଙ୍କର କୌଣସି ପତ୍ତା ମିଳୁନଥିବାରୁ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଛନ୍ତି। ଏନେଇ ତାଙ୍କ ପତ୍ନ
ଚିକେନ୍ କିଣିବାକୁ ଆସି ଯୁବକ ନିଖୋଜ ପତ୍ନୀଙ୍କ ଏତଲା, ପାଟଣା ପୁଲିସର ତଦନ୍ତ ଜାରି


ଘଟଗାଁ , ୨୯ ଅକ୍ଟୋବର (ହି.ସ.) ଘରୁ ଚିକେନ୍ କିଣିବାକୁ ବଜାରକୁ ଆସି ଜଣେ ଯୁବକ ନିଖୋଜ ହୋଇଯାଇଥିବା ଘଟଣା ପାଟଣା ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ନିଖୋଜ ଯୁବକ ହେଉଛନ୍ତି ଦୀପକ କୁମାର ସେଠୀ। ତାଙ୍କର କୌଣସି ପତ୍ତା ମିଳୁନଥିବାରୁ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଛନ୍ତି। ଏନେଇ ତାଙ୍କ ପତ୍ନୀ ଦୀପାଞ୍ଜଳୀ ନାୟକ ପାଟଣା ଥାନାରେ ଲିଖିତ ଏତଲା ଦେଇଛନ୍ତି। ସୂଚନା ଅନୁଯାୟୀ, ଗତ ଶୁକ୍ରବାର ସନ୍ଧ୍ୟାରେ ଦୀପକ ଘରୁ ପାଟଣା ବଜାରକୁ ଚିକେନ୍ କିଣିବା ପାଇଁ ଆସିଥିଲେ। ହେଲେ ବଜାରକୁ ଆସିବା ପରେ ସେ ଆଉ ଘରକୁ ଫେରିନଥିଲେ। ନିର୍ଦ୍ଧାରିତ ସମୟ ବିତିଯିବା ସତ୍ତ୍ୱେ ସେ ଘରକୁ ନଫେରିବାରୁ ପରିବାର ଲୋକଙ୍କ ଚିନ୍ତା ବଢ଼ିଥିଲା। ଏହାପରେ ପରିବାର ସଦସ୍ୟ ଓ ସମ୍ପର୍କୀୟମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ତେବେ ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ସତ୍ତ୍ୱେ ତାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନଥିଲା। ଶେଷରେ ତାଙ୍କ ପତ୍ନୀ ପାଟଣା ଥାନାରେ ପହଞ୍ଚି ସ୍ୱାମୀ ନିଖୋଜ ହୋଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ନିଖୋଜ ଯୁବକଙ୍କ ସନ୍ଧାନ ପାଇଁ ପୁଲିସ ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ କ’ଣ ନିଆଯାଉଛି, ତାହା ଉପରେ ପରିବାର ଲୋକଙ୍କ ନଜର ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande