ପାଟଣା ବ୍ଲକ ପାଇଁ ଗୌରବ : ଇଟାଲୀର ମେସିନା ବିଶ୍ୱବିଦ୍ୟାଳୟରେ ଡାକ୍ତରୀ ପଢ଼ିବେ ମଲ୍ଲିପଶିର ସିଦ୍ଧାର୍ଥ ସାରଥୀ ବେଜ୍
କେନ୍ଦୁଝର, ୨୯ ଅକ୍ଟୋବର (ହି.ସ.) - କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ମଲ୍ଲିପଶି ଗ୍ରାମ ପାଇଁ ଆଣିଛନ୍ତି ଗୌରବ। ଆନ୍ତର୍ଜାତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ( ଆଇ ଏମ ଏ ଟି -୨୦୨୬)ରେ ସଫଳତା ହାସଲ କରି ଇଟାଲୀର ଐତିହାସିକ ମେସିନା ବିଶ୍ୱବିଦ୍ୟାଳୟରେ ଡାକ୍ତରୀ ଶିକ୍ଷା ଗ୍ରହଣ କରିବାର ସୁଯୋ
Sidhart


କେନ୍ଦୁଝର, ୨୯ ଅକ୍ଟୋବର (ହି.ସ.) - କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ମଲ୍ଲିପଶି ଗ୍ରାମ ପାଇଁ ଆଣିଛନ୍ତି ଗୌରବ। ଆନ୍ତର୍ଜାତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ( ଆଇ ଏମ ଏ ଟି -୨୦୨୬)ରେ ସଫଳତା ହାସଲ କରି ଇଟାଲୀର ଐତିହାସିକ ମେସିନା ବିଶ୍ୱବିଦ୍ୟାଳୟରେ ଡାକ୍ତରୀ ଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଇଛନ୍ତି ପି.ଡି. ସିଦ୍ଧାର୍ଥ ସାରଥୀ ବେଜ୍। ତାଙ୍କର ଏହି ସଫଳତାରେ ପାଟଣା ବ୍ଲକ ସମେତ ସମଗ୍ର କେନ୍ଦୁଝର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ସିଦ୍ଧାର୍ଥ ମଲ୍ଲିପଶି ଗ୍ରାମର ଶିକ୍ଷକ ପାର୍ଥସାରଥୀ ବେଜ୍ ଓ ଶିକ୍ଷୟିତ୍ରୀ ଦୀପ୍ତିମୟୀ ବେଜ୍ଙ୍କ ସୁପୁତ୍ର। ସେ ଆନ୍ତର୍ଜାତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ଆଇ ଏମ ଏ ଟି -୨୦୨୬ରେ କୃତିତ୍ୱ ଅର୍ଜନ କରିବା ସହ ସ୍କଲାରସିପ୍ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହାଦ୍ୱାରା ତାଙ୍କର ବିଦେଶରେ ଡାକ୍ତରୀ ଶିକ୍ଷା ଗ୍ରହଣ କରିବାର ସ୍ୱପ୍ନ ସାକାର ହେବାକୁ ଯାଉଛି। ଇଟାଲୀର ପ୍ରସିଦ୍ଧ ମେସିନା ବିଶ୍ୱବିଦ୍ୟାଳୟ ଯାହା ୧୫୪୮ ମସିହାରେ ପ୍ରତିଷ୍ଠିତ, ସେଠାରେ ତାଙ୍କର ଡାକ୍ତରୀ ପାଠପଢ଼ା ପାଇଁ ନାମଲେଖା ପ୍ରକ୍ରିୟା ସଫଳତାର ସହ ସମ୍ପୂର୍ଣ୍ଣ ହୋଇଥିବା ଜଣାପଡ଼ିଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ ପଠାଯାଇଥିବା ଇ-ମେଲରେ ତାଙ୍କର ନାମଲେଖା ସମ୍ପର୍କିତ ସୂଚନା ମିଳିଥିବା ପରିବାର ପକ୍ଷରୁ କୁହାଯାଇଛି। ସିଦ୍ଧାର୍ଥଙ୍କ ଏହି ଆନ୍ତର୍ଜାତୀୟ ସଫଳତା ମଲ୍ଲିପଶି ଗ୍ରାମ ସହ ପାଟଣା ବ୍ଲକ ଓ କେନ୍ଦୁଝର ଜିଲ୍ଲାର ଯୁବପିଢ଼ିଙ୍କ ପାଇଁ ପ୍ରେରଣାଦାୟକ ହୋଇଛି। ଅଧ୍ୟବସାୟ, ନିଷ୍ଠା ଓ ଲକ୍ଷ୍ୟ ପ୍ରତି ସମର୍ପଣ ମାଧ୍ୟମରେ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ସଫଳତା ହାସଲ କରାଯାଇପାରିବ ବୋଲି ତାଙ୍କର ଏହି ସଫଳତା ପ୍ରମାଣିତ କରିଛି।

ଭବିଷ୍ୟତରେ ଜଣେ ଦକ୍ଷ ଡାକ୍ତର ହୋଇ ଦୁଃଖୀ ଓ ଅସହାୟ ରୋଗୀଙ୍କ ସେବା କରିବା ସହ କେନ୍ଦୁଝର, ଓଡ଼ିଶା ଏବଂ ଭାରତର ସୁନାମ ଆନ୍ତର୍ଜାତୀୟ ସ୍ତରରେ ବୃଦ୍ଧି କରନ୍ତୁ ବୋଲି ପରିବାରବର୍ଗ ଓ ଶୁଭେଚ୍ଛୁମାନେ କାମନା କରିଛନ୍ତି। ଏଥିସହ ଜଗତଜନନୀ ମା’ ତାରିଣୀ ଓ ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଛନ୍ତି। ସିଦ୍ଧାର୍ଥଙ୍କ ଏହି ସଫଳତା ପାଟଣା ବ୍ଲକ ତଥା କେନ୍ଦୁଝର ଜିଲ୍ଲା ପାଇଁ ଏକ ଗର୍ବ ଓ ଗୌରବର ବିଷୟ ପାଲଟିଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande