
ଝାରସୁଗୁଡ଼ା, ୨୯ ଅକ୍ଟୋବର (ହି.ସ.) - ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକ ସଦର ମହକୁମାରେ ଗୁରୁବାର ସିଭିଲ ଜୁନିୟର ଡିଭିଜନ ତଥା ଜୁଡିସିଆଲ ମାଜିଷ୍ଟ୍ରେଟ୍ ଫାଷ୍ଟ କ୍ଲାସ୍ (ଜେଏମ୍ଏଫ୍ସି) କୋର୍ଟ ଉଦ୍ଘାଟିତ ହୋଇଛି। କଟକସ୍ଥିତ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଭିଡିଓ କନଫରେନ୍ସିଂ ଜରିଆରେ ଏହି ନୂତନ କୋର୍ଟର ଉଦ୍ଘାଟନ କରିଥିଲେ। ଏହି ଅବସରରେ ହାଇକୋର୍ଟର ପ୍ରଶାସନିକ ବିଚାରପତି ଏମ୍.ଏସ୍. ରମନ ମଧ୍ୟ ଉପସ୍ଥିତ ଥିଲେ।
ଲଇକେରାରେ ନୂତନ ନ୍ୟାୟାଳୟ ପ୍ରତିଷ୍ଠା ହେବା ଫଳରେ ଅଂଚଳବାସୀଙ୍କୁ ନ୍ୟାୟିକ ସେବା ପାଇବାରେ ସୁବିଧା ହେବା ସହ ନ୍ୟାୟ ପ୍ରକ୍ରିୟା ଅଧିକ ସହଜ ହେବ ବୋଲି ଆଶା କରାଯାଉଛି।
ଉଦ୍ଘାଟନୀ ଉତ୍ସବରେ ଝାରସୁଗୁଡ଼ା ଜିଲ୍ଲା ଜଜ୍ ପ୍ରଶାନ୍ତ କୁମାର ନାଏକ, ଜିଲ୍ଲା ଓକିଲ ସଂଘର ସଭାପତି ରଘୁମଣି ପଟେଲ, ଏସ୍ଡିପିଓ ଉମାଶଙ୍କର ସିଂ, ଲଇକେରା ବିଡିଓ, ତହସିଲଦାର, ଥାନା ଅଧିକାରୀ (ଆଇଆଇସି) ଏବଂ ବ୍ଲକ ଅଧ୍ୟକ୍ଷ ସଞ୍ଜିତ ନାଏକ ଯୋଗ ଦେଇଥିଲେ।
ଏହାବ୍ୟତୀତ ଟଙ୍କଧର ନାଏକ, ହରେକୃଷ୍ଣ ନାଏକ, ପ୍ରେମସାଗର ବେହେରା, ସୁରେନ୍ଦ୍ର ପଟେଲ, ଓକିଲ ରଜତ ନାଏକ, ବୀରେନ୍ଦ୍ର ଗନ୍ଧା, ହେମସାଗର ବେହେରାଙ୍କ ସମେତ ଅନ୍ୟ ଆଇନଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଅବସରରେ ଏପିପି ବିଘ୍ନେଶ୍ୱର ଚାନ୍ଦ ମଧ୍ୟ ଉପସ୍ଥିତ ଥିଲେ।
ଲଇକେରା ଅଂଚଳରେ ନୂତନ କୋର୍ଟ ପ୍ରତିଷ୍ଠାକୁ ନେଇ ସ୍ଥାନୀୟ ଅଂଚଳରେ ଖୁସି ପ୍ରକାଶ ପାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ