
ଏହି ସମୟରେ ସେ ରାଜ୍ୟକୁ ୧୪ ହଜାର କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଉତ୍ସର୍ଗ କରିବେ
ନୂଆଦିଲ୍ଲୀ, ୨୯ ଅକ୍ଟୋବର(ହି.ସ.) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଠାରୁ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯିବେ। ଏହି ସମୟରେ ସେ ବନାସକାଣ୍ଠାରେ ୧୪,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ, ଉଦଘାଟନ ଏବଂ ଉତ୍ସର୍ଗ କରିବେ ଏବଂ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି(ପିଏମ୍-କିଷାନ)ର ୨୪ତମ କିସ୍ତି ଭାବେ ସାରା ଦେଶର କୃଷକମାନଙ୍କୁ ପ୍ରାୟ ୧୯,୦୦୦ କୋଟି ଟଙ୍କା ପ୍ରଦାନ କରିବେ।
ଗୁରୁବାର ଦିନ ପି.ଏମ୍.ଓ. ପକ୍ଷରୁ ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୩୦ ତାରିଖରେ ମୋଦି ବନାସକାଣ୍ଠାସ୍ଥିତ ଏମ୍ବ୍ରିୟୋ ଟ୍ରାନ୍ସପ୍ଲାଂଟ ଟେକ୍ନୋଲୋଜି ଏବଂ ଇନ୍-ଭିଟ୍ରୋ ଫର୍ଟିଲାଇଜେସନ୍(ଇ.ଟି.-ଆଇ.ଭି.ଏଫ୍.) ଲାବୋରେଟୋରୀ ଏବଂ ଭାରତ ବୋଭାଇନ୍ ବ୍ରିଡିଂ ଆଣ୍ଡ ରିସର୍ଚ୍ଚ ସେଂଟର ପରିଦର୍ଶନ କରିବେ। ଏହାପରେ ସେ ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ, ଦୁଇଟି ରେଳ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ଏବଂ ଏକ ଜନସଭାକୁ ସମ୍ବୋଧିତ କରିବେ।
ପ୍ରଧାନମନ୍ତ୍ରୀ ବନସକଣ୍ଠାର ଭିଲ୍ଡିଠାରେ ସ୍ଥାପିତ ଭାରତ ଗାଈ ପ୍ରଜନନ ଏବଂ ଗବେଷଣା କେନ୍ଦ୍ର'କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ୧୨୭ ଏକର ଜମିରେ ପରିବ୍ୟାପ୍ତ ଏହି କେନ୍ଦ୍ର ଉନ୍ନତ ଗାଈ ପ୍ରଜାତି, ଆନୁବଂଶିକ ଉନ୍ନତିକରଣ ଏବଂ ଆଧୁନିକ ପ୍ରଜନନ କୌଶଳକୁ ପ୍ରୋତ୍ସାହିତ କରିବ। କଙ୍କ୍ରେଜ୍ ପ୍ରଜାତିର ଗୋରୁ ପାଇଁ ଏହା ଦେଶର ପ୍ରଥମ କେନ୍ଦ୍ର ହେବ। ଏହା ମାଧ୍ୟମରେ, ପ୍ରଜାତି ଉନ୍ନତିର ଗତିକୁ ୧୦ରୁ ୨୦ ଗୁଣ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଛି।
ପ୍ରଧାନମନ୍ତ୍ରୀ ବନାସ ଡାଏରୀର ଥରାଡ଼ ଏବଂ ରାଧନପୁରରେ ଦୁଇଟି ବାୟୋ-ସିଏନଜି ପ୍ଲାଂଟର ଭିତିପ୍ରସ୍ତର ସ୍ଥାପନ କରିବେ। ଏହି କାରଖାନାଗୁଡ଼ିକର ଦୈନିକ ଯଥାକ୍ରମେ ୭୫ ମେଟ୍ରିକ ଟନ୍ ଏବଂ ୧୦୦ ମେଟ୍ରିକ ଟନ୍ ଗୋବର ପ୍ରକ୍ରିୟାକରଣ କ୍ଷମତା ରହିବ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି