
ବଲାଙ୍ଗିର, 29 ଅକ୍ଟୋବର (ହି.ସ.)
ଆମେ ଆମ ଅଞ୍ଚଳର ଅଧୀଷ୍ଠାତ୍ରୀ ଦେବୀ ମା ପାଟଣେଶ୍ୱରୀଙ୍କୁ ସବୁ ଶୁଭ କର୍ମରେ ତଥା ସରକାରୀ ହେଉ କିମ୍ବା ବେସରକାରୀ କାର୍ଯ୍ୟକ୍ରମ ରେ ଅଗ୍ରାଧିକାର ଦେବା, ଏହା ବାଧ୍ୟତାମୂଳକ ମୂଳକ ନୁହେଁ କିନ୍ତୁ ଆସ୍ଥା ବିଶ୍ବାସ ଶ୍ରଦ୍ଧା ଭକ୍ତିର ଦେବୀ ମା ପାଟଣେଶ୍ୱରୀଙ୍କୁ ସମ୍ମାନ ଦେଲେ ବଲାଙ୍ଗିର ମାଟି ର ଉଚିତ ସମ୍ମାନ ହେବ ପାଟଣା ରାଜ୍ୟର 48 ପାଟ ଇଷ୍ଟଦେବୀ ମା ରାଜରାଜେଶ୍ବରୀ ଓଁ ଶ୍ରୀ ଶ୍ରୀ ପାଟଣେଶ୍ୱରୀ ଦେବୀ...ଲୋକମତ ଅନୁଯାୟୀ, ମା’ ସମଲେଶ୍ୱରୀ ଚୌହାନ ବଂଶର କୁଳଦେବୀ ଭାବେ ପୂଜିତ ହୋଇଆସୁଥିବାବେଳେ ମା’ ପାଟଣେଶ୍ୱରୀ ପ୍ରାକ୍ତନ ପାଟଣା ରାଜ୍ୟ ତଥା କୋଶଳାଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ଭାବେ ପୂଜିତ। ପରମ୍ପରା ଓ ଶାସ୍ତ୍ରୀୟ ମତାନୁସାରେ ମା’ ପାଟଣେଶ୍ୱରୀଙ୍କୁ ବଡ଼ ଭଉଣୀ ଭାବେ ମାନ୍ୟତା ଦିଆଯାଏ ଏବଂ ତାଙ୍କୁ ପ୍ରଥମେ ପୂଜା କରିବାର ପରମ୍ପରା ରହିଥିବା ମତ ପ୍ରକାଶ ପାଇଛି। ଏହି ପରମ୍ପରାଗତ ଦୃଷ୍ଟିକୋଣକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଉଲ୍ଲେଖ କରିଥିବା ନେଇ ଚର୍ଚ୍ଚା ହେଉଛି। ତାଙ୍କ ମତାମତ ପରେ ବଲାଙ୍ଗୀରରେ ଏହି ପ୍ରସଙ୍ଗ ନୂଆ ଆଲୋଚନାର ରୂପ ନେଇଛି।...
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ