ସେଣ୍ଡତିରାର ମା’ ଗଜଲକ୍ଷ୍ମୀଙ୍କ ଦର୍ଶନ କଲେ ବିଧାୟକ ସଂଜୀବ
ଭଦ୍ରକ, ୨୯ ଅକ୍ଟୋବର (ହି.ସ.) - ପାର୍ବଣରେ ପୂୂଜା ପାଉଛନ୍ତି ମା’ ଗଜଲକ୍ଷ୍ମୀ। ଗାଁ ଠାରୁ ସହର ଉତ୍ସବ ମୁଖର ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ମାଁ ଗଜଲକ୍ଷ୍ମୀ ପୂଜା କୁ ନେଇ ରହିଛି ଏକ ସ୍ୱତନ୍ତ୍ରତା । ଗାଁ ଗାଁ ରେ ପୂଜା ପାଆନ୍ତି ମାଁ ଗଜଲକ୍ଷ୍ମୀ । ସମଗ୍ର ଅଂଚଳ ଏବେ ଚଳଚଂଚଳ । ସେଣ୍ଡତିରା ବଜାର ପକ୍ଷର
SENDHATIRA GAJALAXMI MLA SANJIB


ଭଦ୍ରକ, ୨୯ ଅକ୍ଟୋବର (ହି.ସ.) - ପାର୍ବଣରେ ପୂୂଜା ପାଉଛନ୍ତି ମା’ ଗଜଲକ୍ଷ୍ମୀ। ଗାଁ ଠାରୁ ସହର ଉତ୍ସବ ମୁଖର ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ମାଁ ଗଜଲକ୍ଷ୍ମୀ ପୂଜା କୁ ନେଇ ରହିଛି ଏକ ସ୍ୱତନ୍ତ୍ରତା । ଗାଁ ଗାଁ ରେ ପୂଜା ପାଆନ୍ତି ମାଁ ଗଜଲକ୍ଷ୍ମୀ । ସମଗ୍ର ଅଂଚଳ ଏବେ ଚଳଚଂଚଳ । ସେଣ୍ଡତିରା ବଜାର ପକ୍ଷରୁ ଅନୁଷ୍ଠିତ ମାଁ ଗଜଲକ୍ଷ୍ମୀ ପୂଜା ମଣ୍ଡପରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ପହଂଚି ମା’ଙ୍କ ଦର୍ଶନ କରିବା ସହ ଜନସାଧାରଣ ଙ୍କ ମଙ୍ଗଳ କାମନା ନିମନ୍ତେ ପ୍ରାର୍ଥନା କରିଥିଲେ। ବିଧାୟକ ଶ୍ରୀ ମଲ୍ଲିକଙ୍କ ସମେତ ସ୍ଥାନୀୟ ଅଂଚଳର ନେତୃମଣ୍ଡଳୀ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande