ସମ୍ବଲପୁର ରେଳ ମଣ୍ଡଳ : ସତର୍କତା ସଚେତନତା ସପ୍ତାହ' ପାଳନ ଅବସରରେ ନୁକ୍କଡ଼ ନାଟକ ପରିବେଷଣ
ସମ୍ବଲପୁର, ୨୯ ଅକ୍ଟୋବର(ହି.ସ.) – ସମ୍ବଲପୁର ରେଳ ମଣ୍ଡଳ ପକ୍ଷରୁ ସତର୍କତା ସଚେତନତା ସପ୍ତାହ-୨୦୨୬'' ପାଳନ ଅବସରରେ ସ୍ଥାନୀୟ ଡିଆର୍ଏମ୍ କାର୍ଯ୍ୟାଳୟ ପରିସରର ପ୍ରଗତି ଧାରା'' ଠାରେ ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ'' ଦ୍ୱାରା ଏକ ନୁକ୍କଡ଼ ନାଟକ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ଉଦ୍ଦେ
ସମ୍ବଲପୁର ରେଳ ମଣ୍ଡଳ :  ସତର୍କତା ସଚେତନତା ସପ୍ତାହ ପାଳନ ଅବସରରେ ନୁକ୍କଡ଼  ନାଟକ ପରିବେଷଣ


ସମ୍ବଲପୁର ରେଳ ମଣ୍ଡଳ :  ସତର୍କତା ସଚେତନତା ସପ୍ତାହ ପାଳନ ଅବସରରେ ନୁକ୍କଡ଼  ନାଟକ ପରିବେଷଣ


ସମ୍ବଲପୁର ରେଳ ମଣ୍ଡଳ :  ସତର୍କତା ସଚେତନତା ସପ୍ତାହ ପାଳନ ଅବସରରେ ନୁକ୍କଡ଼  ନାଟକ ପରିବେଷଣ


ସମ୍ବଲପୁର ରେଳ ମଣ୍ଡଳ :  ସତର୍କତା ସଚେତନତା ସପ୍ତାହ ପାଳନ ଅବସରରେ ନୁକ୍କଡ଼  ନାଟକ ପରିବେଷଣ


ସମ୍ବଲପୁର, ୨୯ ଅକ୍ଟୋବର(ହି.ସ.) – ସମ୍ବଲପୁର ରେଳ ମଣ୍ଡଳ ପକ୍ଷରୁ ସତର୍କତା ସଚେତନତା ସପ୍ତାହ-୨୦୨୬' ପାଳନ ଅବସରରେ ସ୍ଥାନୀୟ ଡିଆର୍ଏମ୍ କାର୍ଯ୍ୟାଳୟ ପରିସରର ପ୍ରଗତି ଧାରା' ଠାରେ ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ' ଦ୍ୱାରା ଏକ ନୁକ୍କଡ଼ ନାଟକ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ସାର୍ବଜନୀନ ସେବାରେ ସଚ୍ଚୋଟତା, ସ୍ୱଚ୍ଛତା ଏବଂ ନୈତିକ ଆଚରଣର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା। ଏକ ଆକର୍ଷଣୀୟ ନାଟ୍ୟ ଉପସ୍ଥାପନା ମାଧ୍ୟମରେ, କଳାକାରମାନେ ବୃତିଗତ ତଥା ସାର୍ବଜନୀନ ଜୀବନରେ ସଚ୍ଚୋଟତା ଏବଂ ଉତର ଦାୟିତ୍ୱ ବଜାୟ ରଖିବାର ମହତ୍ୱକୁ ଉପସ୍ଥାପନ କରିଥିଲେ। ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ମନଜିତ ସିଂହ ସନସନୱାଲ ରେଳ ମଣ୍ଡଳର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ସହ ଏହି କାର୍ଯ୍ୟକ୍ରମ ଦେଖିଥିଲେ। ସେମାନେ ଏକ ପ୍ରଭାବଶାଳୀ ଏବଂ ଆକର୍ଷଣୀୟ ମାଧ୍ୟମ ଜରିଆରେ ସଚେତନତା ପ୍ରସାର କରିବା ପାଇଁ ନିଆଯାଇଥିବା ଏହି ପଦକ୍ଷେପର ପ୍ରଶଂସା କରିଥିଲେ। ସତର୍କତା ସଚେତନତା ସପ୍ତାହ' ଅବସରରେ ରେଳ କର୍ମଚାରୀଙ୍କ ମଧ୍ୟରେ ସଚ୍ଚୋଟତା, ନୈତିକତା ଏବଂ ଉତରଦାୟିତ୍ୱ ଭଳି ମୂଲ୍ୟବୋଧକୁ ସୁଦୃଢ଼ କରିବା ପାଇଁ ମଣ୍ଡଳ ପକ୍ଷରୁ ଚାଲିଥିବା ବିଭିନ୍ନ ପ୍ରୟାସର ଏହା ଏକ ଅଂଶ ଥିଲା ବୋଲି ମତ ପ୍ରକାଶ ପାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande