ବିଜୁ ଏକ୍ସପ୍ରେସୱେରେ ଆଲୋକୀକରଣ ବ୍ୟବସ୍ଥା; ଖେରୁଆଲରୁ ସୁନ୍ଦରଗଡ଼ ସୀମା ପର୍ଯ୍ୟନ୍ତ ଲାଗିବ ଷ୍ଟ୍ରିଟ୍ ଲାଇଟ୍
Street light in Biju express way
ବିଜୁ ଏକ୍ସପ୍ରେସୱେରେ ଆଲୋକୀକରଣ ବ୍ୟବସ୍ଥା; ଖେରୁଆଲରୁ


ଝାରସୁଗୁଡ଼ା, ୨୯ ଅକ୍ଟୋବର (ହି.ସ.) - ଜିଲ୍ଲା ଦେଇ ଯାଇଥିବା ବିଜୁ ଏକ୍ସପ୍ରେସୱେର ବିଭିନ୍ନ ପ୍ରମୁଖ ଛକ ତଥା ସଂଯୋଗକାରୀ ରାସ୍ତାରେ ଆଲୋକୀକରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଜୁ ଏକ୍ସପ୍ରେସୱେର ଖେରୁଆଲ ଠାରୁ ଆରମ୍ଭ କରି ସୁନ୍ଦରଗଡ଼ ସୀମା ପର୍ଯ୍ୟନ୍ତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ପାଇଁ ବିସ୍ତୃତ ଆଲୋଚନା କରାଯାଇ ନିଷ୍ପତି ଗ୍ରହଣ କରାଯାଇଛି। ଏହି ବୈଠକରେ ନିଷ୍ପତି ଅନୁଯାୟୀ, ଶ୍ରୀପୁରା ଛକରୁ ବଡ଼ମାଲ, ବଡ଼ମାଲ ଛକରୁ ରୁଙ୍ଗଟା ଛକ, ପ୍ରସନ୍ନ ପଣ୍ଡା ଛକରୁ ଅମ୍ଳୀପାଲି ଛକ, ଅମ୍ଳୀପାଲିରୁ ତାଲପଟିଆ, ତାଲପଟିଆରୁ ଭସ୍ମା ଛକ, ପ୍ରସନ୍ନ ପଣ୍ଡା ଛକରୁ ବୁଢ଼ୀପଦର ଛକ ଏବଂ ବୁଢ଼ୀପଦରରୁ ଇବ୍ ବ୍ରିଜ୍ ଛକ ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ନୂତନ ଷ୍ଟ୍ରିଟ୍ ଲାଇଟ୍ ଲଗାଯିବ। ଏହାଦ୍ୱାରା ରାତ୍ରିକାଳୀନ ଯାତାୟାତ ସୁଗମ ହେବା ସହ ଦୁର୍ଘଟଣା ରୋକିବାରେ ଏବଂ ଜନସାଧାରଣଙ୍କ ସୁରକ୍ଷାରେ ବିଶେଷ ସହାୟକ ହେବ। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ବ୍ରଜବନ୍ଧୁ ଭୋଇଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାପାଳ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ କରିବା ସହ ନିର୍ମାଣ ଶୈଳୀ ଓ ଗୁଣବତା ଉପରେ ବଜାୟ ରଖିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande