ରାଷ୍ଟ୍ରପତିଙ୍କୁ ଆୟୋଗର ୭୬ତମ ବାର୍ଷିକ ରିପୋର୍ଟ ପ୍ରଦାନ କଲେ ୟୁପିଏସସି ଅଧ୍ୟକ୍ଷ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ୟୁପିଏସ୍ସିର ୭୬ତମ ବାର୍ଷିକ ରିପୋର୍ଟ ପ୍ରଦାନ ନୂଆଦିଲ୍ଲୀ, ଅକ୍ଟୋବର ୨୯ (ହି.ସ.)। ସଂଘ ଲୋକସେବା ଆୟୋଗ (ୟୁପିଏସସି)ର ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର ଗୁରୁବାର ଦିନ ଆୟୋଗର ସଦସ୍ୟମାନଙ୍କ ସହ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଥିଲ
यूपीएससी के अध्यक्ष डॉ. अजय कुमार गुरुवार को आयोग के सदस्यों के साथ राष्ट्रपति द्रौपदी मुर्मु को आयोग की 76वीं वार्षिक रिपोर्ट सौंपते हुए


ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ୟୁପିଏସ୍ସିର ୭୬ତମ ବାର୍ଷିକ ରିପୋର୍ଟ ପ୍ରଦାନ

ନୂଆଦିଲ୍ଲୀ, ଅକ୍ଟୋବର ୨୯ (ହି.ସ.)। ସଂଘ ଲୋକସେବା ଆୟୋଗ (ୟୁପିଏସସି)ର ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର ଗୁରୁବାର ଦିନ ଆୟୋଗର ସଦସ୍ୟମାନଙ୍କ ସହ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ସେ ରାଷ୍ଟ୍ରପତିଙ୍କୁ ଆୟୋଗର ୭୬ତମ ବାର୍ଷିକ ରିପୋର୍ଟ ପ୍ରଦାନ କରିଥିଲେ। ଏଥିସହ ଆୟୋଗର ଶତବାର୍ଷିକୀ ଅବସରରେ ଜାରି କରାଯାଇଥିବା ସ୍ମାରକୀ ମୁଦ୍ରା ଓ ଡାକ ଟିକଟ ମଧ୍ୟ ରାଷ୍ଟ୍ରପତିଙ୍କୁ ଉପହାର ଦିଆଯାଇଥିଲା।

ରାଷ୍ଟ୍ରପତି ଭବନ ପକ୍ଷରୁ ସାମାଜିକ ଗଣମାଧ୍ୟମ ମଞ୍ଚ ‘ଏକ୍ସ’ରେ ସେୟାର କରାଯାଇଥିବା ସୂଚନା ଅନୁଯାୟୀ, ଆୟୋଗର ଅଧ୍ୟକ୍ଷଙ୍କ ସହ ଏହାର ସଦସ୍ୟ ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ରାଜ ଶୁକ୍ଳା, ସୁମନ ଶର୍ମା, ବିଦ୍ୟୁତ ବିହାରୀ ସ୍ୱାଇଁ, ଡକ୍ଟର ଦିନେଶ ଦାସା, ଶୀଳ ବର୍ଦ୍ଧନ ସିଂହ, ସଞ୍ଜୟ ବର୍ମା, ସୁଜାତା ଚତୁର୍ବେଦୀ ଏବଂ ଅନୁରାଧା ପ୍ରସାଦ ମଧ୍ୟ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବାକୁ ପହଞ୍ଚିଥିଲେ।

ଚଳିତ ବର୍ଷ ଆୟୋଗ ନିଜର ସ୍ଥାପନାର ୧୦୦ ବର୍ଷ ପୂରଣ କରୁଛି। ୧୯୨୬ ମସିହାରେ ଏହାର ସ୍ଥାପନା ହୋଇଥିଲା। ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଏବଂ ଭାରତୀୟ ପୁଲିସ ସେବା (ଆଇପିଏସ୍) ସମେତ ବିଭିନ୍ନ ଉଚ୍ଚସ୍ତରୀୟ ସିଭିଲ୍ ସେବାରେ ଅଧିକାରୀ ନିଯୁକ୍ତି ପାଇଁ ୟୁପିଏସ୍ସି ପ୍ରତିଯୋଗିତାମୂଳକ ପରୀକ୍ଷା ଆୟୋଜନ କରିଥାଏ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande