ୟୁପିକୁ ମିଳିବ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍, ଅଶ୍ୱିନୀ ବୈଷ୍ଣବ ଅକ୍ଟୋବର ୩୧ ରେ ସବୁଜ ପତାକା ଦେଖାଇବେ
ନୂଆଦିଲ୍ଲୀ, ଅକ୍ଟୋବର ୨୯ (ହି.ସ.) - ଉତରପ୍ରଦେଶକୁ ଉପହାର ସ୍ୱରୂପ ବନ୍ଦେ ଭାରତ ସ୍ଲିପର ଟ୍ରେନ୍'' ମିଳିବ। ବାରାଣସୀ ଏବଂ ନୂଆଦିଲ୍ଲୀ ମଧ୍ୟରେ ଚାଲୁଥିବା ଏହି ଟ୍ରେନ୍ ଅକ୍ଟୋବର ୩୧ ରେ ଆରମ୍ଭ ହେବ। ବାରାଣସୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାକୁ
ୟୁପିକୁ ମିଳିବ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍, ଅଶ୍ୱିନୀ ବୈଷ୍ଣବ ଅକ୍ଟୋବର ୩୧ ରେ ସବୁଜ ପତାକା ଦେଖାଇବେ


ନୂଆଦିଲ୍ଲୀ, ଅକ୍ଟୋବର ୨୯ (ହି.ସ.) - ଉତରପ୍ରଦେଶକୁ ଉପହାର ସ୍ୱରୂପ ବନ୍ଦେ ଭାରତ ସ୍ଲିପର ଟ୍ରେନ୍' ମିଳିବ। ବାରାଣସୀ ଏବଂ ନୂଆଦିଲ୍ଲୀ ମଧ୍ୟରେ ଚାଲୁଥିବା ଏହି ଟ୍ରେନ୍ ଅକ୍ଟୋବର ୩୧ ରେ ଆରମ୍ଭ ହେବ। ବାରାଣସୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଆଧୁନିକ ସୁବିଧାଗୁଡ଼ିକ ସହିତ ସଜ୍ଜିତ ଏହି ଟ୍ରେନ୍ ରାତିରେ ଦୀର୍ଘ ଦୂରତା ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଦ୍ରୁତ, ଆରାମଦାୟକ ଏବଂ ସୁବିଧାଜନକ ବିକଳ୍ପ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ପ୍ରାୟ ୯୬୬ କିଲୋମିଟର ଦୂରତା ଅତିକ୍ରମ କରୁଥିବା ଏହି ଟ୍ରେନ୍ ରାତିରେ ବାରାଣସୀରୁ ବାହାରି ପରଦିନ ସକାଳେ ଦିଲ୍ଲୀରେ ପହଂଚିବ। ନିୟମିତ ପରିଚାଳନା ପାଇଁ ପ୍ରସ୍ତାବିତ ସମୟ ସାରଣୀ ଅନୁଯାୟୀ, ଯାତ୍ରା ପ୍ରାୟ ନଅ ଘଂଟା ଲାଗିବ ।

ବନ୍ଦେ ଭାରତ ସ୍ଲିପର ଏକ୍ସପ୍ରେସ୍ ହେଉଛି ଭାରତୀୟ ରେଳବାଇର ପ୍ରିମିୟମ୍ ନାଇଟ୍ ଟ୍ରେନ୍ ସେବାରେ ନୂତନତମ ସଂଯୋଜନ ଜ୍ଝ ଏପର୍ଯ୍ୟନ୍ତ, ବନ୍ଦେ ଭାରତ ଟ୍ରେନଗୁଡ଼ିକୁ ମୁଖ୍ୟତଃ ଦିନର ଚେୟାରକାର ସେବା ଭାବେ ଚିହ୍ନଟ କରାଯାଇଛି। ସ୍ଲୀପର୍ ସଂସ୍କରଣକୁ ଦୀର୍ଘ ଦୂରତା ଯାତ୍ରାକୁ ଧ୍ୟାନରେ ରଖି ଡିଜାଇନ୍ କରାଯାଇଛି, ଯାହା ଦ୍ୱାରା ଯାତ୍ରୀମାନେ ରାତିରେ ଶୋଇବା ସମୟରେ ଯାତ୍ରା କରିପାରିବେ ଏବଂ ସକାଳେ ନିଜ ଗନ୍ତବ୍ୟ ସ୍ଥଳରେ ପହଂଚିପାରିବେ। ଏହି ଟ୍ରେନ୍ ବାରାଣସୀ, ପ୍ରୟାଗରାଜ ଏବଂ କାନପୁରର ଯାତ୍ରୀମାନଙ୍କୁ ରାଜଧାନୀ ଦିଲ୍ଲୀକୁ ଯିବା ଆସିବା କରିବା ପାଇଁ ଏକ ଅତିରିକ୍ତ ବିକଳ୍ପ ପ୍ରଦାନ କରିବ। ଧାର୍ମିକ ଯାତ୍ରା, ବ୍ୟବସାୟ, ଶିକ୍ଷା, ଚାକିରି ଏବଂ ପର୍ଯ୍ୟଟନ ପାଇଁ ଦୁଇ ସହର ମଧ୍ୟରେ ଯାତାୟାତ କରୁଥିବା ଲୋକଙ୍କ ପାଇଁ ମଧ୍ୟ ଏହି ସେବା ଉପଯୋଗୀ ହେବ।

ରେଳବାଇର ପ୍ରସ୍ତାବିତ ସମୟ ସାରଣୀ ଅନୁଯାୟୀ, ଟ୍ରେନ୍ ନମ୍ବର ୨୭୪୨୧ ରାତି ୮ଟା ୫୦ ମିନିଟରେ ବାରାଣସୀରୁ ପ୍ରସ୍ଥାନ କରିବ। ଏହା ରାତି ୧୦ଟା ୩୫ ମିନିଟରେ ପ୍ରୟାଗରାଜ ଜଙ୍କସନରେ ପହଂଚିବ ଏବଂ ପାଂଚ ମିନିଟ ଅଟକିବା ପରେ ରାତି ୧୦ଟା ୪୦ ମିନିଟରେ ଆଗକୁ ବଢ଼ିବ। ଏହାପରେ ଟ୍ରେନଟି କାନପୁର ସେଂଟ୍ରାଲ ଦେଇ ଯିବ ଏବଂ ପରଦିନ ସକାଳ ୫ଟା ୫୫ ମିନିଟରେ ନୂଆଦିଲ୍ଲୀରେ ପହଂଚିବ। ପ୍ରତ୍ୟାବର୍ତନ ଦିଗରେ ଟ୍ରେନ୍ ନମ୍ବର ୨୭୪୨୨ ନୂଆଦିଲ୍ଲୀରୁ ରାତି ୯ଟା ୪୦ରେ ପ୍ରସ୍ଥାନ କରିବ। ଏହା ପରଦିନ ସକାଳ ୪:୪୫ ରେ ପ୍ରୟାଗରାଜ ଜଙ୍କସନରେ ପହଂଚିବ ଏବଂ ପାଂଚ ମିନିଟର ବିରତି ପରେ ବାରାଣସୀ ଅଭିମୁଖେ ପ୍ରସ୍ଥାନ କରିବ। ଏହା ସକାଳ ୬ଟା ୪୫ ମିନିଟରେ ବାରାଣସୀରେ ପହଂଚିବାର କାର୍ଯ୍ୟକ୍ରମ ରହିଛି।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande