
ଝାରସୁଗୁଡା , 29 ଅକ୍ଟୋବର (ହି.ସ.) ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଶେଷ ତ୍ରୈମାସିକରେ ବେଦାନ୍ତ ଆଲୁମିନିୟମ ମେଟାଲ୍ ଲିମିଟେଡ୍ର ଟିକସ ପରବର୍ତ୍ତୀ ଲାଭ ୧୦୫% ବୃଦ୍ଧି ପାଇ ୬୧୮୭ କୋଟି ଟଙ୍କା ହୋଇଛି। କମ୍ପାନିର ରାଜସ୍ବ ବାର୍ଷିକ ଭିତ୍ତରେ ୪୧% ବଢ଼ି ୨୨,୦୬୬ କୋଟି ଟଙ୍କାରେ ପହଞ୍ଚିଛି। ଏବିଟ୍ଡା ୮୩% ବୃଦ୍ଧି ପାଇ ୧୦,୧୯୨ କୋଟି ଟଙ୍କା ହୋଇଛି। ଇଣ୍ଡିଆ ରେଟିଂସ୍ କମ୍ପାନିର କ୍ରେଡିଟ୍ ରେଟିଂକୁ ଏଏ+(ସ୍ଥିର)କୁ ଉନ୍ନତ କରିଛି ଆଲୋଚ୍ୟ ତ୍ରୈମାସିକରେ କମ୍ପାନି ଆଲୁମିନିୟମ ଉତ୍ପାଦନ ୬୪୯ କିଲୋଟନ୍ ଓ ଆଲୁମିନା ଉତ୍ପାଦନ ୩୭% ବୃଦ୍ଧି ପାଇ ୮୯୫ କିଲୋଟନ୍ରେ ପହଞ୍ଚିଛି। ବେଦାନ୍ତ ଆଲୁମିନିୟମର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ତଥା ସିଇଓ ରାଜେଶ କୁମାର କହିଛନ୍ତି, ଚଳିତ ତ୍ରୈମାସିକର ପ୍ରଦର୍ଶନ ବେଦାନ୍ତ ଆଲୁମିନିୟମକୁ ବିଶ୍ବସ୍ତରରେ ପ୍ରତିଯୋଗିତାମୂଳକ ଓ ସମନ୍ବିତ ଆଲୁମିନିୟମ ବ୍ୟବସାୟ ଭାବେ ଗଢ଼ିତୋଳିବାରେ ଆମର ନିରନ୍ତର ଅଗ୍ରଗତିକୁ ପ୍ରତିଫଳିତ କରୁଛି | ସେହିପରି, ମୁଖ୍ୟ ଆର୍ଥିକ ଅଧିକାରୀ ଅନୁପ ଅଗ୍ରୱାଲ କହିଛନ୍ତି, ଦ୍ବିତୀୟ ତ୍ରୈମାସିକରେ ଆମେ ଆୟ ବୃଦ୍ଧିର ଗତିକୁ ବଜାୟ ରଖିଛୁ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ