
କେନ୍ଦୁଝର, ୨୯ ଅକ୍ଟୋବର(ହି.ସ.) – ଘଟଗାଁ ଥାନା ଢେଙ୍କିକୋଟ ପୁଲିସ ବିଟ ଅଂଚଳ ଗଣ୍ଡଶିଳା ଗ୍ରାମର ମାଧବାନନ୍ଦ ମହାନ୍ତଙ୍କ ଦଶମ ଶ୍ରେଣୀର ରେ ପାଠ ପଢ଼ୁଥିବା ପୁଅ ନରେନ୍ଦ୍ର କୁମାର ମହାନ୍ତ(୧୫) ମୂଷାମାରୀ ଖାଇ ଆତ୍ମହତ୍ୟା କରିଛନ୍ତି। ଘରେ ମୋବାଇଲ ମାଗି ଏହା ନପାଇବାରୁ ସମ୍ଭବତଃ ମାନସିକ ଭାରସାମ୍ୟ ହରାଇ ଗତ ୨୭ ତାରିଖ ସନ୍ଧ୍ୟାରେ ସେ ଘରେ ଥିବା ମୂଷାମାରୀ ଖାଇ ଗୁରୁତର ହୋଇଥିଲେ। ପ୍ରଥମେ ତାକୁ ଘଟଗାଁ ଡାକ୍ତଖାନା ଓ ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ଚିକିତ୍ସା କରା ଯାଇଥିବା ନାବାଳକ ନରେନ୍ଦ୍ରର ମୃତ୍ୟୁ ଘଟିଛି। ଘଟଗାଁ ଥାନା ଅପମୃତ୍ୟୁ ମାମଲା ୬୩/୨୦୨୬ ମୂଳେ ଏଏସ୍ଆଇ ଉପେନ୍ଦ୍ର କୁମାର ନାୟକ ଆଜି କେନ୍ଦୁଝର ଯାଇ ନାବାଳକର ଶବ ବ୍ୟବଚ୍ଛେଦ କରାଇ ମରଶରୀର ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA