ଘରଖାଲି ପାଇଁ ଆରଏସପିର ନୋଟିସ, ଲୋକେ ଛାନିଆ
ରାଉରକେଲା, ୨୯ ଅକ୍ଟୋବର (ହି.ସ.) - ରାଉରକେଲା ସହରରେ ଥିବା ଆରଏସପିର ଅଦରକାରୀ ଘର ଗୁଡିକରେ ବର୍ଷ ବର୍ଷ ଧରି ରହି ଆସୁଥିବା ଲୋକ ମାନଙ୍କୁ ଆଜି ଘରଗୁଡିକୁ ଖାଲିକରିବାକୁ ଆରଏସପି ଆଣି ନୋଟିସ ଦେଲା ପରେ ସେଠି ରହୁଥିବା ଲୋକେ ଏବେ ଛାନିଆହୋଇଛନ୍ତି । ସହରରେ ଏହି ଭଳି ଖାଲି ଘର ଆରଏସପିର ଅନେକ ଘର ରହିଛି
ଘରଖାଲି ପାଇଁ ଆରଏସପିର ନୋଟିସ, ଲୋକେ ଛାନିଆ


ରାଉରକେଲା, ୨୯ ଅକ୍ଟୋବର (ହି.ସ.) - ରାଉରକେଲା ସହରରେ ଥିବା ଆରଏସପିର ଅଦରକାରୀ ଘର ଗୁଡିକରେ ବର୍ଷ ବର୍ଷ ଧରି ରହି ଆସୁଥିବା ଲୋକ ମାନଙ୍କୁ ଆଜି ଘରଗୁଡିକୁ ଖାଲିକରିବାକୁ ଆରଏସପି ଆଣି ନୋଟିସ ଦେଲା ପରେ ସେଠି ରହୁଥିବା ଲୋକେ ଏବେ ଛାନିଆହୋଇଛନ୍ତି । ସହରରେ ଏହି ଭଳି ଖାଲି ଘର ଆରଏସପିର ଅନେକ ଘର ରହିଛି । ସେଗୁଡିକ ଆଉ ବ୍ୟବହାର ଉପେଯାଗୀ ନଥିବା ଦେଖାଇ ଆରଏସପି ଛାଡିଦେଇଥିବା ବେଳେ କିଛି ଲୋକ ବିଭିନ୍ନ ଉପାୟରେ ସେଗୁଡିକରେ ମରାମତି କରି ରହିଥିଲେ। ଏହି ଲୋକଙ୍କପରିମାଣ ୫ହଜାରରୁ ଅଧିକ ବୋଲି ଜଣା ପଡିଛି ।ଏମାନେ ସାଂସଦ ଜୁଏଲ ଓରାମ ଓ ବିଧାୟକ ଦୁର୍ଗାକୁ ଭୋଟ ଦେଇ ସୁରକ୍ଷିତ ବୋଲି ଭାବୁ ଥିଲେ । ତେବେ ନୋଟିସ ଆସିବା ପରେ ବିଧାୟକ ଓ ସାଂସଦ ନିରବ ଥିବା ବେଳେ ରାଉତକେଲା ବିଧାୟକ ବିଜେଡି ନେତା ସାରଦା ବାବୁ ମଧ୍ୟ ନିରବ । ତେବେ ଖବରରୁ କଣା ପଡିଛି ଆରଏସପିର ସଂପ୍ରସାରଣ ଲାଗି ଏସବୁ ଅଁଚଳ ଖାଲି ହେବା ଦରକାର । ତେଣୁ ଆରଏସପି ଅଳ୍ପ ଅଳ୍ପ କରି ଖାଲି କରିବା ଆରମ୍ଭ କରିଛି । ବିଗତ ସରକାର ରେ ଏହାକୁ ଛାଡିଦିଆଯାଇଥିବା ବେଳେ ବର୍ତମାନ ଆରଏସପିର ସଂପ୍ରସାରଣକୁ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ଏସବୁ କାମ ଚାଲିଛି । ଏନେଇ ସାଂସଦ ଜୁଏଲ ଓ ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଏମାନଙ୍କୁ ଉପଯୁକ୍ତ ଥଇଥାନହ ନକରି ଯଦି ରାତାରାତ ଖାଲି କରାଯାଏ ତେବେ ଏହା ବିଜେପି ଲାଗି ଭୋଟ ରାଜନୀତିରେ ସମସ୍ୟା ହେବ ବୋଲି କୁହାଯାଉଛି ।

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande