
ଖୋର୍ଦ୍ଧା,
୨୯ଅକ୍ଟୋବର (ହି.ସ): ଖୋର୍ଦ୍ଧା ଜିଲ୍ଲାରେ ଗୁରୁବାର
ବିଭିନ୍ନ ଅଞ୍ଚଳରେ ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲାର ଟାଙ୍ଗୀରେ ସର୍ବାଧିକ ୧୧୦ ମିଲିମିଟର
ବର୍ଷା ହୋଇଥିବା ବେଳେ ବାଣପୁରରେ ୮୦ ମିମି ଏବଂ ଚିଲିକାରେ ୭୭ ମିମି ବର୍ଷା ରେକର୍ଡ ହୋଇଛି।
ଜିଲ୍ଲାରେ ମୋଟ ୬୩୮.୨ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ହାରାହାରି ବର୍ଷା ପରିମାଣ ୪୫.୫୯
ମିମି ରହିଛି।
ପ୍ରାପ୍ତ ତଥ୍ୟ ଅନୁଯାୟୀ,
ବାଲିଅନ୍ତାରେ ୫୬ ମିମି,
ଭୁବନେଶ୍ୱରରେ ୩୭.୨ ମିମି, ବାଲିପାଟଣାରେ ୩୧
ମିମି, ଜଟଣୀରେ ୨୮ ମିମି,
ବେଗୁନିଆରେ ୩୨ ମିମି,
ବୋଲଗଡ଼ରେ ୨୮ ମିମି ଏବଂ ଖୋର୍ଦ୍ଧାରେ ୩୩ ମିମି ବର୍ଷା
ରେକର୍ଡ କରାଯାଇଛି।
ସେହିପରି ବିଏମ୍ସି
ମୁଖ୍ୟାଳୟରେ ୩୨ ମିମି, ବିଏମ୍ସି
ଦକ୍ଷିଣ-ପୂର୍ବ ଜୋନ୍ରେ ୩୨ ମିମି, ଦକ୍ଷିଣ-ପଶ୍ଚିମ ଜୋନ୍ରେ ୩୬ ମିମି ଏବଂ ଉତ୍ତର ଜୋନ୍ରେ ୨୬ ମିମି ବର୍ଷା ରେକର୍ଡ ହୋଇଛି।
୨୯ ଅକ୍ଟୋବର ୨୦୨୬ର ବର୍ଷା
ତଥ୍ୟ ଅନୁଯାୟୀ, ଟାଙ୍ଗୀ,
ବାଣପୁର ଓ ଚିଲିକା ଅଞ୍ଚଳରେ ଅଧିକ ବର୍ଷା ରେକର୍ଡ
ହୋଇଥିବା ବେଳେ ବୋଲଗଡ଼, ଜଟଣୀ ଓ ବିଏମ୍ସି
ଉତ୍ତର ଜୋନ୍ରେ ତୁଳନାତ୍ମକ ଭାବେ କମ୍ ବର୍ଷା ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା