କୋଟିଆ ସୁରକ୍ଷା ପାଇଁ ସର୍ବଦଳୀୟ ବୈଠକ, ବିକାଶ ଓ ଆନ୍ଧ୍ର ନିର୍ବାଚନକୁ ନେଇ ରଣନୀତି
ଜୟପୁର, ୨୯ ଅକ୍ଟୋବର (ହି.ସ.)- କୋଟିଆକୁ ନେଇ ପୁଣି ତତ୍ପର ହୋଇଛି କୋରାପୁଟ ଜିଲ୍ଲା ପ୍ରଶାସନ। ଆସନ୍ତା ୫ ତାରିଖରେ କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ହେବାକୁ ଥିବା ନିର୍ବାଚନକୁ ନେଇ ଆଜି ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ। କୋଟିଆର ସୁରକ୍ଷା, ଆନ୍ଧ୍ରର ନିର୍ବାଚନକୁ ମୁକାବିଲା କରିବା ସହ ଅଞ୍
କୋଟିଆ ସୁରକ୍ଷା ପାଇଁ ସର୍ବଦଳୀୟ ବୈଠକ, ବିକାଶ ଓ ଆନ୍ଧ୍ର ନିର୍ବାଚନକୁ ନେଇ ରଣନୀତି।


ଜୟପୁର, ୨୯ ଅକ୍ଟୋବର (ହି.ସ.)- କୋଟିଆକୁ ନେଇ ପୁଣି ତତ୍ପର ହୋଇଛି କୋରାପୁଟ ଜିଲ୍ଲା ପ୍ରଶାସନ। ଆସନ୍ତା ୫ ତାରିଖରେ କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ହେବାକୁ ଥିବା ନିର୍ବାଚନକୁ ନେଇ ଆଜି ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ। କୋଟିଆର ସୁରକ୍ଷା, ଆନ୍ଧ୍ରର ନିର୍ବାଚନକୁ ମୁକାବିଲା କରିବା ସହ ଅଞ୍ଚଳର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ନେଇ ହୋଇଛି ଆଲୋଚନା। ସମସ୍ତ ରାଜନୈତିକ ଦଳ ଓ ଜିଲ୍ଲା ପ୍ରଶାସନ ଏକାଠି ହୋଇ କୋଟିଆର ସ୍ୱାର୍ଥ ରକ୍ଷା ଏବଂ ବିକାଶ ପାଇଁ ମିଳିତ ରଣନୀତି ଉପରେ ଗୁରୁତ୍ୱ ଦେଇଛନ୍ତି।କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ପୁଣି ତେଜିଥିବା ବେଳେ ସଜାଗ ହୋଇଛି କୋରାପୁଟ ଜିଲ୍ଲା ପ୍ରଶାସନ। ଆସନ୍ତା ୫ ତାରିଖରେ କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ନିର୍ବାଚନ ଆୟୋଜନକୁ ନେଇ ଆଜି ହୋଇଥିଲା ସର୍ବଦଳୀୟ ବୈଠକ।ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଜିଲ୍ଲା ପ୍ରଶାସନ ଆଲୋଚନା କରିଥିଲେ। କୋଟିଆର ସୁରକ୍ଷା, ଆନ୍ଧ୍ରର ନିର୍ବାଚନକୁ କିଭଳି ମୁକାବିଲା କରାଯିବ ଏବଂ ଓଡ଼ିଶାର ସ୍ୱାର୍ଥକୁ କିପରି ସୁରକ୍ଷିତ ରଖାଯିବ, ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା।ଏହା ସହ କୋଟିଆ ଅଞ୍ଚଳରେ ଅଧିକ ବିକାଶ କାର୍ଯ୍ୟ କିପରି କରାଯାଇପାରିବ, ଲୋକଙ୍କୁ ସରକାରୀ ଯୋଜନାର ସୁଫଳ କିପରି ମିଳିବ ଏବଂ ମୌଳିକ ସୁବିଧାର ବିକାଶକୁ କିପରି ଆଗକୁ ନିଆଯିବ, ସେନେଇ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।କୋଟିଆର ସୁରକ୍ଷା ସହ ଅଞ୍ଚଳର ବିକାଶକୁ ପ୍ରାଥମିକତା ଦେଇ ସମସ୍ତ ରାଜନୈତିକ ଦଳ ଓ ପ୍ରଶାସନ ମଧ୍ୟରେ ସମନ୍ୱୟ ରଖି ମିଳିତ ଭାବେ ଆଗକୁ ବଢ଼ିବା ଉପରେ ହୋଇଥିଲା ଆଲୋଚନା।ସର୍ବଦଳୀୟ ଵୈଠକ ଶେଷ ପରେ ଆନ୍ଧ୍ରପ୍ରଦେଶ ପକ୍ଷରୁ କୋଟିଆ ଅଞ୍ଚଳରେ ନିର୍ବାଚନ ପରିଚାଳନା ଉଦ୍ୟମ ଉପରେ କୋରାପୁଟ ଜିଲ୍ଲାପାଳ କହିଛନ୍ତି ଯେ, ଏହା ବିରୋଧରେ ପ୍ରଶାସନ ସୁପ୍ରିମକୋର୍ଟରେ କଣ୍ଟେମ୍ପ୍ଟ (ଅଦାଲତ ଅବମାନନା) ମାମଲା ଦାୟର କରିଛି ଏବଂ ବେଆଇନ ଅନୁପ୍ରବେଶ ରୋକିବା ପାଇଁ ୧୬୩ ଧାରା ଲାଗୁ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଲୋକଙ୍କୁ ପ୍ରଲୋଭିତ କରୁଥିବା ତଥା ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ବିଏନ୍ଏସ୍ ର ବିଭିନ୍ନ ଧାରା ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ଆବଶ୍ୟକ ପଡ଼ିଲେ ଗିରଫ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପାଟୁସିନେରୀ, ଫଗୁଣସିନେରୀ ଓ ନେରେଡିବାଲାସା ଭଳି ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପୋଲିସର ଅସ୍ଥାୟୀ ପୋଷ୍ଟ ସ୍ଥାପନ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହା ସହିତ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନେ କ୍ଷେତ୍ର ପରିଦର୍ଶନ କରି ଲୋକଙ୍କ ମତାମତ ବୁଝୁଛନ୍ତି ଏବଂ ବିକାଶମୂଳକ ଯୋଜନା ଉପରେ ଗୁରୁତ୍ୱ ଦେଇ ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ନିରନ୍ତର ପ୍ରୟାସ ଜାରି ରଖିଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande