
ଭଦ୍ରକ, ୨୯ ଅକ୍ଟୋବର (ହି.ସ.) - ଏହି ଜିଲାର ବନ୍ତ ଥାନା ଅଧିନ ସଠତୀରା ଛକ ଠାରେ ପିକଅପ୍ ଧକ୍କାରେ ଜଣେ ଛାତ୍ରୀ ଗୁରୁତର ହୋଇଛନ୍ତି। ବୁଧବାର ସ୍କୁଲ ଛୁଟି ପରେ ଷଷ୍ଠ ଶ୍ରେଣୀର ଛାତ୍ରୀ ସ୍ୱର୍ଣ୍ଣପ୍ରଭା ସାଇକେଲ ଯୋଗେ ଘରକୁ ଫେରୁଥିଲେ। ବନ୍ତ ପଟୁ ଦୃତ ବେଗରେ ଯାଉଥିବା ପିକଅପ୍ଟି ପ୍ରଥମେ ଏକ ଷଣ୍ଢକୁ ଧକ୍କାଦେବା ପରେ ଭାରସାମ୍ୟ ହରାଇ ଛାତ୍ରୀଙ୍କୁ ଧକ୍କା ଦେଇଥିଲା। ଛାତ୍ରୀ ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭଦ୍ରକ ଏବଂ ପରେ ସଙ୍କଟାପର୍ଣ୍ଣ ହେବାରୁ କଟକ ସ୍ଥାନାନ୍ତରିତ କରାଯାଇଛି। ଖବରପାଇ ବନ୍ତ ପୋଲିସ ଘଟଣା ସ୍ଥଳରେ ପହଚିଂ ଦୁର୍ଘଟଣା ଘଟାଇଥିବା ପିକଅପ୍ ଏବଂ ଡ୍ରାଇଭରକୁ ଥାନାକୁ ଆଣିଛି। ଡ୍ରାଇଭର ଜଣଙ୍କ ମଦ୍ୟପାନ ଯୋଗୁଁ ଦୁର୍ଘଟଣା ଘଟାଇଛି ବୋଲି ପୋଲିସ କହିଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ