ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ହତାରୁ ନାଗସାପ ଧରାହେଲା
ପୁରୀ, ୨୯ ଅକ୍ଟୋବର (ହି.ସ.)- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ହତାରେ ସପ୍ତାହେ ହେଲାଣି ଗୋଟିଏ ଛୁଆ ନାଗସାପ ବୁଲୁଥିଲା | ଆଜି ଅପରାହ୍ନରେ ଏହି ସାପଟି ଏମରଜେନସି ଅଫିସ ପାଖରେ ବାଲିଅଖା ସନ୍ଧିରେ ଥିବା ଦେଖି ସ୍ନେକ ହେଲ୍ପ ଲାଇନ ର ସଂଗ୍ରାମ ଦାସଙ୍କୁ ଖବର ଦେବାରେ ସେ ଆସି ଏହି ସାପଟିକୁ ଧରି ନେଇଥିଲେ |
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ହତାରୁ ନାଗସାପ ଧରାହେଲା


ପୁରୀ, ୨୯ ଅକ୍ଟୋବର (ହି.ସ.)- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ହତାରେ ସପ୍ତାହେ ହେଲାଣି ଗୋଟିଏ ଛୁଆ ନାଗସାପ ବୁଲୁଥିଲା | ଆଜି ଅପରାହ୍ନରେ ଏହି ସାପଟି ଏମରଜେନସି ଅଫିସ ପାଖରେ ବାଲିଅଖା ସନ୍ଧିରେ ଥିବା ଦେଖି ସ୍ନେକ ହେଲ୍ପ ଲାଇନ ର ସଂଗ୍ରାମ ଦାସଙ୍କୁ ଖବର ଦେବାରେ ସେ ଆସି ଏହି ସାପଟିକୁ ଧରି ନେଇଥିଲେ | ସପ୍ତାହ ତଳେ ଏହି ସାପଟି ଆଇନଜୀବୀ ରବି ଆଚାର୍ଯ୍ୟଙ୍କ ଗଛ ପାଖରୁ ଯାଇ ଜୁଭେନାଇଲ କୋର୍ଟ ପାଖ ବାରଣ୍ଡାରେ ପଶି କେଉଁଆଡେ ଲୁଚିଯାଇଥିଲା | ସାପ ପଶିବା ଜାଣି ବାଡ଼ି ଦ୍ୱାରା ଘର ଓ ଫାଇଲ ଝଡାଝଡି କରିଥିଲେ ହେଲେ ସାପ ଦେଖାଦେଇ ନଥିଲା | ଆଜି ସାପଟି ରାସ୍ତାରେ ଯିବା ଦେଖାଯାଇଥିଲା | ସାପଟି ଧରାଯାଇଥିବାରୁ କର୍ମଚାରୀମାନେ ଆଶ୍ବସ୍ତି ଲାଭ କରିଥିଲେ | କାର୍ଯ୍ୟାଳୟ ପରିସରରେ ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ଗଦା ହୋଇଛି | ଲଜିଙ୍ଗ ହାଉସ ଫଣ୍ଡ ଅଫିସଟି ଦୀର୍ଘ ଦିନ ଧରି କାଠ, ବାଉଁଶ, ଭଙ୍ଗାଇଟା ଓ କାନ୍ଥ ଫାଟି ଆଁ କରି ରହିଛି | ସରିସୃପଙ୍କ ଏନ୍ତୁଡ଼ିଶାଳ ପାଲଟିଛି |

ପୂର୍ବରୁ ପାଖ ମୋହରିର କାର୍ଯ୍ୟାଳୟରୁ ଢମଣା, ନାଗ, ଚିତି ସାପ ଧରାଯାଇଥିଲା | ସବ ରେଜିଷ୍ଟର ଅଫିସ ଡାହାଣ ପଟ ଗଳିରେ ଘାସ, ଗୁଳ୍ମ, ଲତା ଓ ଅନାବନା ଗଛ ଓ ଅଳିଆ ଅବର୍ଜନା ଗଦା ହୋଇ ରହିଛି | ଲଜିଙ୍ଗ ହାଉସ ଫଣ୍ଡ ଅଫିସଟି ବିପଦସଂକୁଳ ଅବସ୍ଥାରେ ଥିଲେ ମଧ୍ୟ ଭଙ୍ଗା ଯାଉନାହିଁ | ପୋଲିସ ବାରାକ ପାଣି ପାଇପ ପାଖ ଘର ପାର୍ଶ୍ୱ ଆବର୍ଜନାମୟ ହୋଇ ରହିଛି | ନିର୍ବାଚନ କାର୍ଯ୍ୟାଳୟ ପଛପାଖ ମଧ୍ୟ ଅପରିଷ୍କାର ହୋଇ ରହିଛି | ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ହତା ପରିସର ପ୍ରତିଦିନ ମହାନଗର ନିଗମ ସଫେଇ କର୍ମଚାରୀଙ୍କ ଦ୍ୱାରା ସଫା ରଖିବା ପାଇଁ ବରିଷ୍ଠ ଆଇନଜୀବୀ ରାଜେନ୍ଦ୍ର କୁମାର ସାହୁ, ସୁରେନ୍ଦ୍ର ସାହୁ, ବିଜୟ ମିଶ୍ର, ରାମଚନ୍ଦ୍ର ମହାପାତ୍ର, ଏସ. ଏନ. ପାତ୍ର, ରାଧେଶ୍ୟାମ ମହାନ୍ତି, ଶଙ୍କର ବିଶ୍ଵାଳ, ଭାଗିରଥି ସ୍ୱାଇଁ ପ୍ରମୁଖ ଦାବୀ କରିଛନ୍ତି | ଏହାସହ ବିଶ୍ୱସ୍ତରୀୟ ସହରର ଜିଲ୍ଲାପାଳଙ୍କ ଗେଟ ଭାଙ୍ଗି ଅଣଓସାରିଆ ହୋଇ ରହୁଛି | ନୂଆ ଗେଟ ନିର୍ମାଣ କରି ଲଗାଇବା ପାଇଁ ଦାବୀ ହେଉଛି | ନାଗ ଛୁଆ ମିଳିଥିବାରୁ ତା'ର ମା ଆଖ ପାଖରେ ରହିଥିବା ଆଲୋଚନା ହେଉଛି |

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande