କଙ୍ଗା ପଞ୍ଚାୟତରେ ମଦ ବନ୍ଦ ଦାବି, ଉପ ଜିଲାପାଳଙ୍କ କାର୍ଯ୍ୟ।ଳୟ ସମ୍ମୁଖରେ ଧାରଣା ଦେଲେ ଶତାଧିକ ମହିଳା
ଜୟପୁର, ୨୯ ଅକ୍ଟୋବର (ହି.ସ.)- ଜୟପୁର ବ୍ଲକ ଅନ୍ତର୍ଗତ କଙ୍ଗା ପଞ୍ଚାୟଚରେ ସମ୍ପୂର୍ଣ ମଦ ବନ୍ଦ କରିବାକୁ ଦାବି ହୋଇଛି । ଏନେଇ ଆଜି ଶତାଧିକ ମହିଳା ଏକତ୍ରିତ ହୋଇ ଜୟପୁର ଉପ ଜିଲାପାଳଙ୍କ କାର୍ଯ୍ୟ।ଳୟ ସମ୍ମୁଖରେ ଧାରଣା ଦେଇ ଦାବିପତ୍ର ପ୍ରଦାନ କରିଛନ୍ତି । କଙ୍କା ପଞ୍ଚାୟତର ସରପଞ୍ଚ ଯମୁନା ପୁଜାରି
କଙ୍ଗା ପଞ୍ଚାୟତରେ ମଦ ବନ୍ଦ ଦାବି ଉପ ଜିଲାପାଳଙ୍କ କାଯ୍ୟାଳୟରେ ଧାରଣା ଦେଲେ ଶତାଧିକ ମହିଳା


ଜୟପୁର, ୨୯ ଅକ୍ଟୋବର (ହି.ସ.)- ଜୟପୁର ବ୍ଲକ ଅନ୍ତର୍ଗତ କଙ୍ଗା ପଞ୍ଚାୟଚରେ ସମ୍ପୂର୍ଣ ମଦ ବନ୍ଦ କରିବାକୁ ଦାବି ହୋଇଛି । ଏନେଇ ଆଜି ଶତାଧିକ ମହିଳା ଏକତ୍ରିତ ହୋଇ ଜୟପୁର ଉପ ଜିଲାପାଳଙ୍କ କାର୍ଯ୍ୟ।ଳୟ ସମ୍ମୁଖରେ ଧାରଣା ଦେଇ ଦାବିପତ୍ର ପ୍ରଦାନ କରିଛନ୍ତି । କଙ୍କା ପଞ୍ଚାୟତର ସରପଞ୍ଚ ଯମୁନା ପୁଜାରିଙ୍କ ନେତୃତ୍ୱରେ ଶତାଧିକ ମହିଳା ଏହି ଧାରଣା ଦେଇଛନ୍ତି । କଙ୍ଗା ପଞ୍ଚାୟତର ସମସ୍ତ ରାଜସ୍ୱ ଗ୍ରାମ ଏବଂ ପଡା ଗ୍ରାମର ସମସ୍ତ ମହିଳା ଏକ ବୈଠକ କରି ପଞ୍ଚାୟତରେ ସମ୍ପୂର୍ଣ ମଦ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି । ପ୍ରତ୍ୟେକ ଗ୍ରାମରେ ଛୋଟ ଠାରୁ ବଡ ଯାଏ ମଦ୍ୟପାନ କରୁଛନ୍ତି । ପ୍ରତ୍ୟେକଙ୍କ ଘରେ ଅଶାନ୍ତି ଦେଖାଯାଉଛି । ପଞ୍ଚାୟତରେ ଶାନ୍ତି ଭଙ୍ଗ ହେଉଛି । ଘରର ରାସନ କାର୍ଡ, ଭତା କାର୍ଡ ଆଦି ପୁରୁଷ ମାନେ ବନ୍ଧକ ରଖି ମଦ୍ୟ ପାନ କରୁଛନ୍ତି । ଏହାକୁ ବିରୋଧ କଲେ ପୁରୁଷ ମାନେ ମହିଳା ମାନଙ୍କୁ ଆକ୍ରମଣ କରୁଛନ୍ତି । ପୁରୁଷମାନେ ମଦ୍ୟପାନ କରୁଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେଲାଣି । ତେଣୁ ପ୍ରଶାସନ ତୁରନ୍ତ କଙ୍ଗା ପଞ୍ଚାୟତରେ ମଦ ବିକ୍ରି ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି । ନଚେତ୍ ରାଜ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande