ଭାରତୀୟ ପୁରୁଷ ହକି ଦଳର ପ୍ରତ୍ୟେକ ଖେଳାଳିଙ୍କ ପାଇଁ ୧୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୦୩ ଅକ୍ଟୋବର (ହି.ସ.) - ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨୦୨୬ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତି ଗୌରବ ଆଣିଥିବା ଭାରତୀୟ ପୁରୁଷ ହକି ଦଳର ପ୍ରତ୍ୟେକ ଖେଳାଳିଙ୍କ ପାଇଁ ୧୧ ଲକ୍ଷ ଟଙ୍କା ଏବଂ ସପୋର୍ଟ ଷ୍ଟାଫ୍ ର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ୫.୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ଘୋ
cm


ଭୁବନେଶ୍ୱର, ୦୩ ଅକ୍ଟୋବର (ହି.ସ.) - ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨୦୨୬ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତି ଗୌରବ ଆଣିଥିବା ଭାରତୀୟ ପୁରୁଷ ହକି ଦଳର ପ୍ରତ୍ୟେକ ଖେଳାଳିଙ୍କ ପାଇଁ ୧୧ ଲକ୍ଷ ଟଙ୍କା ଏବଂ ସପୋର୍ଟ ଷ୍ଟାଫ୍ ର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ୫.୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ସ୍ମରଣୀୟ ସଫଳତା ପାଇଁ ସେମାନଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି।

ଭାରତୀୟ ହକି ସହ ଓଡ଼ିଶାର ଦୀର୍ଘଦିନର ଗଭୀର ସମ୍ପର୍କ ରହିଛି। ଆମ ଚାମ୍ପିଅନ୍ ମାନଙ୍କ ସହ ଓଡ଼ିଶା ଗର୍ବର ସହ ଠିଆ ହୋଇଛି ଏବଂ କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତାକୁ ସମର୍ଥନ ଜାରି ରଖିବା ପାଇଁ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande