
ନୂଆଦିଲ୍ଲୀ, ୩ ଅକ୍ଟୋବର (ହି.ସ.)- ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ ଶନିବାର କହିଛନ୍ତି ଯେ, ଦ୍ରୁତ ଗତିରେ ବଦଳୁଥିବା ପରିଦୃଶ୍ୟରେ ନିଷ୍ପତି ନେବାର କ୍ଷମତାକୁ ବ୍ୟାପକ ସହମତି ସହିତ ଯୋଡ଼ିବା ଜରୁରୀ ଏବଂ ଗଣତନ୍ତ୍ରରେ ବିତର୍କ ଏବଂ ଆଲୋଚନା ପରିଶେଷରେ ଏପରି ନିଷ୍ପତି ନେବା ଉଚିତ୍ ଯାହାର ବ୍ୟାପକ ସ୍ୱୀକୃତି ରହିଛି।
ପଂଚମ କୌଟିଲ୍ୟ ଅର୍ଥନୈତିକ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧିତ କରି ରାଧାକ୍ରିଷ୍ଣନ କହିଥିଲେ ଯେ, ପରିବର୍ତିତ ବୈଶ୍ୱିକ ପରିସ୍ଥିତି ମଧ୍ୟରେ ଭାରତକୁ ଏପରି ଆର୍ôଥକ ନୀତିର ଆବଶ୍ୟକତା ରହିଛି ଯାହା ନମନୀୟ, ସମାବେଶୀ ଏବଂ ପରିସ୍ଥିତି ସହ ଖାପଖୁଆଇବା ଭଳି। ସେ କହିଥିଲେ ଯେ, ମୁକ୍ତ ଏବଂ ସ୍ୱଚ୍ଛ ବିତର୍କ ଗଣତନ୍ତ୍ରକୁ ସୁଦୃଢ଼ କରିଥାଏ, କିନ୍ତୁ ଅଧିକାର ଏବଂ କର୍ତବ୍ୟ ଏକାସାଙ୍ଗରେ ଚାଲିବା ଆବଶ୍ୟକ।
ରାଜ୍ୟସଭା ଅଧ୍ୟକ୍ଷ କହିଲେ ଯେ, ଭାରତ ପ୍ରଦର୍ଶନ କରିଛି ଯେ, ଗଣତନ୍ତ୍ର ଏବଂ ବିକାଶ ଏକା ସାଙ୍ଗରେ ଆଗକୁ ବଢି ପାରିବ। ସେ କହିଥିଲେ ଯେ, ଗଣତାନ୍ତ୍ରିକ ଢାଂଚାରେ ଆର୍ôଥକ ଅଭିବୃଦ୍ଧି ଏବଂ ସମାବେଶୀ ପ୍ରଗତି ସହିତ ସହମତି ନିର୍ମାଣ ଅର୍ଥନୈତିକ ସଂସ୍କାରକୁ ଅଧିକ ସ୍ଥାୟୀ କରିଛି। ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମୂଳଦୁଆ ବୋଲି ସେ ବର୍ଣ୍ଣନା କରିଥିଲେ।
ରାଧାକ୍ରିଷ୍ଣନ କହିଥିଲେ ଯେ, ଆର୍ôଥକ ନମନୀୟତାକୁ ସାମାଜିକ ନମନୀୟତାରୁ ଅଲଗା କରାଯାଇପାରିବ ନାହିଁ। ଆର୍ôଥକ ଅନ୍ତର୍ଭୂକ୍ତିକରଣ, ସ୍ୱଚ୍ଛତା ଏବଂ ଅର୍ଥ ବ୍ୟବସ୍ଥାର ଔପଚାରିକରଣକୁ ସୁଦୃଢ଼ କରିବାରେ ଜନଧନ-ଆଧାର-ମୋବାଇଲ (ଜେଏଏମ), ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଏବଂ ସେବା ଟିକସ (ଜିଏସଟି) ର ଭୂମିକା ବିଷୟରେ ସେ ଉଲ୍ଲେଖ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ