ଶିବାଜୀ ପାର୍କରେ ବିକ୍ଷୋଭ ପ୍ରଦର୍ଶନ କରିବା ନେଇ ଅଭିଜିତ ଦୀପକେଙ୍କ ସମେତ ୫୦୦ ଜଣଙ୍କ ବିରୋଧରେ ମାମଲା ରୁଜୁ
ମୁମ୍ବାଇ, ୩ ଅକ୍ଟୋବର (ହି.ସ.)- ମୁମ୍ବାଇର ଛତ୍ରପତି ଶିବାଜୀ ପାର୍କରେ ବିନା ଅନୁମତିରେ ବିରୋଧ ପ୍ରଦର୍ଶନ କରିଥିବାରୁ କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କ ସମେତ ପ୍ରାୟ ୫୦୦ ବିକ୍ଷୋଭକାରୀଙ୍କ ବିରୋଧରେ ଶନିବାର ଦିନ ପୋଲିସ ମାମଲା ରୁଜୁ କରିଛି। ସର୍ବସାଧାରଣ ରାସ୍ତା
ଶିବାଜୀ ପାର୍କରେ ବିକ୍ଷୋଭ ପ୍ରଦର୍ଶନ କରିବା ନେଇ ଅଭିଜିତ ଦୀପକେଙ୍କ ସମେତ ୫୦୦ ଜଣଙ୍କ ବିରୋଧରେ ମାମଲା ରୁଜୁ


ମୁମ୍ବାଇ, ୩ ଅକ୍ଟୋବର (ହି.ସ.)- ମୁମ୍ବାଇର ଛତ୍ରପତି ଶିବାଜୀ ପାର୍କରେ ବିନା ଅନୁମତିରେ ବିରୋଧ ପ୍ରଦର୍ଶନ କରିଥିବାରୁ କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କ ସମେତ ପ୍ରାୟ ୫୦୦ ବିକ୍ଷୋଭକାରୀଙ୍କ ବିରୋଧରେ ଶନିବାର ଦିନ ପୋଲିସ ମାମଲା ରୁଜୁ କରିଛି। ସର୍ବସାଧାରଣ ରାସ୍ତାରେ ବୈଠକ କରିବା, ଭିଡ଼ ଏକାଠି କରିବା, ସ୍ଲୋଗାନ ଦେବା ଏବଂ ଲାଉଡସ୍ପିକରର ବ୍ୟବହାର କରିବା ଅଭିଯୋଗରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି, ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ।

ମାମଲାର ତଦନ୍ତ କରୁଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଅକ୍ଟୋବର ୨ ତାରିଖରେ ଶିବାଜୀ ପାର୍କ ଅଂଚଳରେ ସିଜେପି ଦ୍ୱାରା ଅପରାହ୍ନ ୪ରୁ ୭ଟା ମଧ୍ୟରେ ଏକ ବିକ୍ଷୋଭ ଆୟୋଜନ କରାଯାଇଥିଲା। ଏହି ବିକ୍ଷୋଭ ପ୍ରଦର୍ଶନ ପାଇଁ ସାରା ଦେଶରୁ ଯୁବକମାନେ ପହଂଚିଥିବା ଦାବି କରାଯାଇଥିଲା। ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ଏହା ସତ୍ୱେ ସିଜେପି ତରଫରୁ ଏଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭ ପ୍ରଦର୍ଶନ ସମୟରେ ଦୀପକେ ନିର୍ବାଚନ କମିଶନର ଜ୍ଞାନେଶ କୁମାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଟାର୍ଗେଟ କରିଥିଲେ।

ସ୍ଥାନୀୟ ଲୋକଙ୍କ ବିରୋଧ ଉପରେ ଦିପକେ ଦାବି କରିଥିଲେ ଯେ ଯେଉଁମାନେ ଏହି ବିକ୍ଷୋଭକୁ ବିରୋଧ କରୁଛନ୍ତି ସେମାନେ ସ୍ଥାନୀୟ ନାଗରିକ ନୁହଁନ୍ତି ବରଂ ବିଜେପି କାର୍ଯ୍ୟକର୍ତା। ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଉଛି। ଏହି ମାମଲାରେ ଅଭିଜିତ୍ ଦିପକେଙ୍କ ବ୍ୟତୀତ ଅଜିଙ୍କ୍ୟ ସିନ୍ଦେ, ପ୍ରଣୟ ଅହିରେ, ଆଶୁତୋଷ ରାଙ୍କା, ସୌରଭ ଦାସ, ଆଫ୍ରିନ୍ ନୱାଜ, ସୌମ୍ୟା କୋର୍ଡେ, ଅଙ୍କିତ ଭରଦ୍ୱାଜ, ବିଜୟ ମାଲଗି ଏବଂ ୟୋଗେଶ ଇଙ୍ଗେ୍ଲଙ୍କ ସମେତ ଅନ୍ୟ ବିକ୍ଷୋଭକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande