କେନ୍ଦ୍ରୀୟ ଗୃହମନ୍ତ୍ରୀ ଶାହ ଭୋପାଳରେ ଗୋପାଳକ ସମ୍ମିଳନୀ ଏବଂ ନ୍ୟାୟ ସଂହିତା' ଆଧାରିତ ପ୍ରଦର୍ଶନୀର କଲେ ଶୁଭାରମ୍ଭ
- ନୂଆ ଆଇନର ମୂଳ ମନ୍ତ୍ର ନ୍ୟାୟ, ଦଣ୍ଡ ନୁହେଁ, ମଧ୍ୟପ୍ରଦେଶକୁ କରିବୁ ନିଶାମୁକ୍ତଃ ଅମିତ ଶାହ ଭୋପାଳ, ୦୩ ଅକ୍ଟୋବର (ହି.ସ.)- କେନ୍ଦ୍ରୀୟ ଗୃହ ଏବଂ ସହକାରିତା ମନ୍ତ୍ରୀ ଅମିତ ଶାହ ଶନିବାର ମଧ୍ୟପ୍ରଦେଶ ଗସ୍ତ ସମୟରେ ଭୋପାଳରେ ଆୟୋଜିତ ଗୋପାଳକ ସମ୍ମିଳନୀ ଏବଂ ନ୍ୟାୟ ସଂହିତା'' ଆଧାରିତ ପ୍ରଦର୍ଶନୀ
କେନ୍ଦ୍ରୀୟ ଗୃହମନ୍ତ୍ରୀ ଶାହ ଭୋପାଳରେ ଗୋପାଳକ ସମ୍ମିଳନୀ ଏବଂ ନ୍ୟାୟ ସଂହିତା' ଆଧାରିତ ପ୍ରଦର୍ଶନୀର କଲେ ଶୁଭାରମ୍ଭ


- ନୂଆ ଆଇନର ମୂଳ ମନ୍ତ୍ର ନ୍ୟାୟ, ଦଣ୍ଡ ନୁହେଁ, ମଧ୍ୟପ୍ରଦେଶକୁ କରିବୁ ନିଶାମୁକ୍ତଃ ଅମିତ ଶାହ

ଭୋପାଳ, ୦୩ ଅକ୍ଟୋବର (ହି.ସ.)- କେନ୍ଦ୍ରୀୟ ଗୃହ ଏବଂ ସହକାରିତା ମନ୍ତ୍ରୀ ଅମିତ ଶାହ ଶନିବାର ମଧ୍ୟପ୍ରଦେଶ ଗସ୍ତ ସମୟରେ ଭୋପାଳରେ ଆୟୋଜିତ ଗୋପାଳକ ସମ୍ମିଳନୀ ଏବଂ ନ୍ୟାୟ ସଂହିତା' ଆଧାରିତ ପ୍ରଦର୍ଶନୀର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ମଧ୍ୟ ଉପସ୍ଥିତ ଥିଲେ। କେନ୍ଦ୍ରୀୟ ମନ୍ତ୍ରୀ ଶାହ ଏବଂ ମୁଖ୍ୟମନ୍ତ୍ରୀ ଡ. ଯାଦବ ନ୍ୟାୟ ସଂହିତା' ଆଧାରିତ ପ୍ରଦର୍ଶନୀର ଅବଲୋକନ ମଧ୍ୟ କରିଥିଲେ।

କେନ୍ଦ୍ରୀୟ ମନ୍ତ୍ରୀ ଶାହ ରାଜ୍ୟସ୍ତରୀୟ ଗୋପାଳକ ସମ୍ମିଳନୀରେ ମଧ୍ୟପ୍ରଦେଶର ଡେୟାରୀ କ୍ଷେତ୍ରକୁ ଅନେକ ଉପହାର ଦେଇଥିଲେ। ସେ ରିମୋଟର ବଟନ ଦବାଇ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଏବଂ ଭୂମିପୂଜନ କରିଥିଲେ। ଏହା ସହିତ ଦୁଗ୍ଧ ସଂଘଗୁଡ଼ିକର ସଦସ୍ୟ ଏବଂ ଗୋଶାଳାଗୁଡ଼ିକୁ ଆର୍ôଥକ ସହାୟତା ମଧ୍ୟ ବଂଟନ କରିଥିଲେ। ଏହି ଅବସରରେ ଡ. ଭୀମରାଓ ଆମ୍ବେଦକର କାମଧେନୁ ଯୋଜନାର ଦୁଇଟି ସ୍ୱୀକୃତି ପତ୍ର ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଶାହ ୧୧ଟି ଜିଲ୍ଲାର ପ୍ରାୟ ୩୫ ହଜାର ଗୋପାଳକଙ୍କ ସମ୍ମିଳନୀରେ ଗୋଶାଳାଗୁଡ଼ିକୁ ୧୦୧ କୋଟି ଟଙ୍କା ପ୍ରଦାନ କରିଥିଲେ। ଏହା ସହିତ ସେ ଉଜ୍ଜୟିନୀରେ ନବନିର୍ମିତ ୨୫୫ କୋଟି ଟଙ୍କାର ଡେୟାରୀ ପ୍ଲାଂଟର ଭର୍ଚୁଆଲ ଭୂମିପୂଜନ କରିଥିଲେ। ସେ ଭୋପାଳର ଲଖପତି ଗୋପାଳକ ଦିଦି ଶଶି ବାଇଙ୍କ ସମେତ ପାଂଚ ଜଣ ଲଖପତି ଦିଦିଙ୍କୁ ସମ୍ମାନିତ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ମଧ୍ୟପ୍ରଦେଶର ଜନତାଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ ଆମର ନ୍ୟାୟ ବ୍ୟବସ୍ଥା ତାରିଖ ପରେ ତାରିଖ ପାଇଁ ଜଣାଯାଉଥିଲା, କିନ୍ତୁ ଏକ ଦେଢ଼ ବର୍ଷ ପରେ ଏବେ କେହି ମଧ୍ୟ ଏଫଆଇଆର କରାଇଲେ ସର୍ବୋଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ଦୋଷୀଙ୍କୁ ତିନି ବର୍ଷରେ ଦଣ୍ଡ ଦେବାର କାମ ହେବ। ଇଂରାଜମାନେ ତିଆରି କରିଥିବା ଆଇନ ନିଜ ସରକାର ଏବଂ ପ୍ରଶାସନକୁ ବଂଚାଇବା ପାଇଁ ଥିଲା। ଏବେ ଯେଉଁ ଆଇନ ଆସିଛି ତାହା ଭାରତର ନାଗରିକଙ୍କ ସମ୍ମାନ, ସମ୍ପତି ଏବଂ ଶରୀରର ସୁରକ୍ଷା ପାଇଁ ଅଟେ। ଏହାର ମୂଳ ମନ୍ତ୍ର ନ୍ୟାୟ, ଦଣ୍ଡ ନୁହେଁ।

--------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande