ଜବତ ହୋଇଥିବା ଟ୍ୟାଙ୍କରରେ ଥିବା ରୁଷୀୟ ନାବିକମାନଙ୍କୁ ମୁକ୍ତ କରିବାକୁ ଭାରତକୁ ଅନୁରୋଧ କଲା ରୁଷିଆ
ମସ୍କୋ, ଅକ୍ଟୋବର 3 (ହି.ସ)। ରୁଷ ଭାରତରେ ଜବତ ହୋଇଥିବା ଏକ ଟ୍ୟାଙ୍କରରେ ଥିବା ରୁଷୀୟ ଚାଳକ ଦଳର ସଦସ୍ୟମାନଙ୍କୁ ମୁକ୍ତ କରିବାକୁ ଅନୁରୋଧ କରିଛି। ଚଳିତ ବର୍ଷ ମେ’ ମାସରୁ ୨୩ ଜଣ ନାବିକଙ୍କୁ ନେଇ ଏହି ଜାହାଜ ପାରାଦୀପ ବନ୍ଦର ନିକଟରେ ଅଟକି ରହିଛି। ରୁଷ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖା
सांकेतिक


ମସ୍କୋ, ଅକ୍ଟୋବର 3 (ହି.ସ)। ରୁଷ ଭାରତରେ ଜବତ ହୋଇଥିବା ଏକ ଟ୍ୟାଙ୍କରରେ ଥିବା ରୁଷୀୟ ଚାଳକ ଦଳର ସଦସ୍ୟମାନଙ୍କୁ ମୁକ୍ତ କରିବାକୁ ଅନୁରୋଧ କରିଛି। ଚଳିତ ବର୍ଷ ମେ’ ମାସରୁ ୨୩ ଜଣ ନାବିକଙ୍କୁ ନେଇ ଏହି ଜାହାଜ ପାରାଦୀପ ବନ୍ଦର ନିକଟରେ ଅଟକି ରହିଛି।

ରୁଷ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖାରୋଭା ଶନିବାର ରୁଷୀୟ ସମ୍ବାଦ ସରବରାହ ସଂସ୍ଥା ‘ରିଆ ନୋଭୋସ୍ତି’କୁ କହିଛନ୍ତି ଯେ, ଜବତ ହୋଇଥିବା ଜାହାଜରେ ଥିବା ରୁଷୀୟ ଚାଳକ ଦଳକୁ ମୁକ୍ତ କରିବା ପାଇଁ ରୁଷୀୟ କୂଟନୈତିକ ମିଶନ ଭାରତୀୟ ଅଧିକାରୀମାନଙ୍କୁ ପଦକ୍ଷେପ ନେବାକୁ ଅନୁରୋଧ କରୁଛି।

ସେ କହିଛନ୍ତି, “ଏହି ସମୟରେ ନୂଆଦିଲ୍ଲୀସ୍ଥିତ ରୁଷ ଦୂତାବାସ ଏବଂ କୋଲକାତାସ୍ଥିତ ରୁଷ କନସୁଲେଟ୍ ଭାରତର ସମ୍ପୃକ୍ତ ବିଭାଗ ତଥା କେନ୍ଦ୍ର ଓ ଆଞ୍ଚଳିକ ଅଧିକାରୀମାନଙ୍କ ସହ ମିଶି କାର୍ଯ୍ୟ କରୁଛନ୍ତି। ଚାଳକ ଦଳ ସମ୍ପର୍କିତ ଏହି ମାମଲାର ଶୀଘ୍ର ସମାଧାନ ପାଇଁ ପ୍ରଭାବୀ ପଦକ୍ଷେପ ନେବାକୁ ସେମାନଙ୍କୁ ଅନୁରୋଧ କରାଯାଉଛି।”

କାମେରୁନ୍ର ପତାକା ଲାଗିଥିବା ଏହି ଟ୍ୟାଙ୍କରକୁ ମେ’ ମାସରେ ଭାରତୀୟ ଉପକୂଳ ନିକଟରେ ଜବତ କରାଯାଇଥିଲା। ସ୍ଥାନୀୟ ଇନ୍ଧନ ଯୋଗାଣକାରୀଙ୍କ ବକେୟା ଟଙ୍କାକୁ ନେଇ ଜାହାଜ ମାଲିକଙ୍କ ସହ ହୋଇଥିବା ଏକ ବାଣିଜ୍ୟିକ ବିବାଦ କାରଣରୁ ଏହି ପଦକ୍ଷେପ ନିଆଯାଇଥିଲା। ସେବେଠାରୁ ୨୩ ଜଣ ନାବିକଙ୍କୁ ନେଇ ଏହି ଜାହାଜ ପାରାଦୀପ ବନ୍ଦର ନିକଟରେ ଅଟକି ରହିଛି।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande