ତରଙ୍ଗ ଶକ୍ତି-୨୦୨୬ ଯୁଦ୍ଧାଭ୍ୟାସରେ ଆକାଶରେ ଦେଖିବାକୁ ମିଳିଲା ଅନନ୍ୟ ଦୃଶ୍ୟ
ଏକାଠି ଉଡ଼ିଲା ଅନେକ ଦେଶର ଯୁଦ୍ଧବିମାନ ଯୋଧପୁର, ୩ ଅକ୍ଟୋବର (ହି.ସ.): ଯୋଧପୁର ବାୟୁସେନା ଷ୍ଟେସନରେ ଚାଲିଥିବା ତରଙ୍ଗ ଶକ୍ତି-୨୦୨୬ ଯୁଦ୍ଧାଭ୍ୟାସ ଅବସରରେ ଶନିବାର ଆକାଶରେ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି। ଅଭ୍ୟାସରେ ଭାଗ ନେଇଥିବା ସମସ୍ତ ମିତ୍ର ରାଷ୍ଟ୍ରର ଯୁଦ୍ଧବିମାନ ଓ ବାୟୁସେନା କର୍ମଚା
jodhpur


ଏକାଠି ଉଡ଼ିଲା ଅନେକ ଦେଶର ଯୁଦ୍ଧବିମାନ

ଯୋଧପୁର, ୩ ଅକ୍ଟୋବର (ହି.ସ.): ଯୋଧପୁର ବାୟୁସେନା ଷ୍ଟେସନରେ ଚାଲିଥିବା ତରଙ୍ଗ ଶକ୍ତି-୨୦୨୬ ଯୁଦ୍ଧାଭ୍ୟାସ ଅବସରରେ ଶନିବାର ଆକାଶରେ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି। ଅଭ୍ୟାସରେ ଭାଗ ନେଇଥିବା ସମସ୍ତ ମିତ୍ର ରାଷ୍ଟ୍ରର ଯୁଦ୍ଧବିମାନ ଓ ବାୟୁସେନା କର୍ମଚାରୀମାନେ ଏକ ସାମୂହିକ ଫର୍ମେସନରେ ଏକାଠି ଉଡ଼ାଣ ଭରିଥିଲେ।

ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି ଯେ, ବିଭିନ୍ନ ଦେଶର ଯୁଦ୍ଧବିମାନକୁ ନେଇ ଗଠିତ ଏହି ଯୁଗ୍ମ ଫର୍ମେସନ ଆପୋସ ବିଶ୍ୱାସ, ସମନ୍ୱୟ ଓ ପ୍ରତିରକ୍ଷା ସହଯୋଗର ଏକ ଶକ୍ତିଶାଳୀ ବାର୍ତ୍ତା ପ୍ରଦାନ କରିଛି। ‘ପାୱାର ଇନ୍ ପାର୍ଟନରଶିପ୍’ ଅର୍ଥାତ୍ ‘ସହଭାଗିତାରେ ଶକ୍ତି’ ଏହି ଆୟୋଜନର ମୁଖ୍ୟ ବାର୍ତ୍ତା ରହିଥିଲା। ଏହା ବିଶ୍ୱସ୍ତରୀୟ ପ୍ରତିରକ୍ଷା ସହଯୋଗକୁ ଆହୁରି ମଜବୁତ କରିଛି।

ଯୋଧପୁର ବାୟୁସେନା ଷ୍ଟେସନରେ ସେପ୍ଟେମ୍ବର ୨୬ରୁ ଅକ୍ଟୋବର ୧୨ ପର୍ଯ୍ୟନ୍ତ ଏହି ଯୁଦ୍ଧାଭ୍ୟାସ ଆୟୋଜିତ ହେଉଛି। ଏଥିରେ ଆୟୋଜକ ଭାରତ ସହ ଆମେରିକା, ଫ୍ରାନ୍ସ, ଜର୍ମାନୀ, ଅଷ୍ଟ୍ରେଲିଆ, ସଂଯୁକ୍ତ ଆରବ ଏମିରେଟ୍ସ, ଶ୍ରୀଲଙ୍କା ଓ ବାଂଲାଦେଶ ଭଳି ମିତ୍ର ରାଷ୍ଟ୍ରର ବାୟୁସେନା ସେମାନଙ୍କ ଯୁଦ୍ଧବିମାନ ଓ ସାମରିକ କର୍ମଚାରୀଙ୍କ ସହ ସିଧାସଳଖ ଭାବେ ଭାଗ ନେଉଛନ୍ତି। ଏଥିସହ ୩୦ରୁ ଅଧିକ ଦେଶ ପର୍ଯ୍ୟବେକ୍ଷକ ଭାବେ ଯୁଦ୍ଧାଭ୍ୟାସରେ ସାମିଲ ହୋଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande