ବୋସନିଆରେ ୟୁରୋପୀୟ ସଂଘର ଶାନ୍ତି ମିଶନ ବେଳେ ଇଟାଲୀର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୪ ଜଣ ସାମରିକ କର୍ମଚାରୀଙ୍କ ମୃତ୍ୟୁ
ସାରାଏଭୋ (ବୋସନିଆ ଓ ହର୍ଜେଗୋଭିନା), ୩୦ ଅକ୍ଟୋବର (ହି.ସ.)। ବୋସନିଆରେ ୟୁରୋପୀୟ ସଂଘର ଶାନ୍ତି ମିଶନ ଚାଲିଥିବା ସମୟରେ ଇଟାଲୀର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଚାରିଜଣ ସାମରିକ କର୍ମଚାରୀ ପ୍ରାଣ ହରାଇଛନ୍ତି। ୟୁରୋପୀୟ ସଂଘ ବଳ ପକ୍ଷରୁ କୁହାଯାଇଛି ଯେ, ଗୁରୁବାର ସନ୍ଧ୍ୟ
यह हादसा गुरुवार शाम ब्रको के पास हुआ। फोटो -  इंटरनेट मीडिया


यह हादसा गुरुवार शाम ब्रको के पास हुआ। फोटो -  इंटरनेट मीडिया


ସାରାଏଭୋ (ବୋସନିଆ ଓ ହର୍ଜେଗୋଭିନା), ୩୦ ଅକ୍ଟୋବର (ହି.ସ.)। ବୋସନିଆରେ ୟୁରୋପୀୟ ସଂଘର ଶାନ୍ତି ମିଶନ ଚାଲିଥିବା ସମୟରେ ଇଟାଲୀର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଚାରିଜଣ ସାମରିକ କର୍ମଚାରୀ ପ୍ରାଣ ହରାଇଛନ୍ତି। ୟୁରୋପୀୟ ସଂଘ ବଳ ପକ୍ଷରୁ କୁହାଯାଇଛି ଯେ, ଗୁରୁବାର ସନ୍ଧ୍ୟାରେ ବୋସନିଆ ଓ ହର୍ଜେଗୋଭିନାରେ ନିୟମିତ ପ୍ରଶିକ୍ଷଣ ଚାଲିଥିବା ସମୟରେ ଏହି ଚିନୁକ୍ ସାମରିକ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଚାରିଜଣ ସାମରିକ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୧୧ ଜଣ ଆହତ ହୋଇଛନ୍ତି।

ବୋସନିଆ ଓ ହର୍ଜେଗୋଭିନାର ବଞ୍ଜା ଲୁକାରୁ ପ୍ରକାଶିତ ସର୍ବୋ-କ୍ରୋଏସିଆ ଭାଷାର ଦୈନିକ ଖବରକାଗଜ ‘ଗ୍ଲାସ୍ ସର୍ପସ୍କେ’ର ରିପୋର୍ଟ ଅନୁଯାୟୀ, ବ୍ରକୋ ନିକଟସ୍ଥ ଗୋରିସ୍ ସେକ୍ଟରରେ ଏହି ବିମାନ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଚାରିଜଣଙ୍କ ମଧ୍ୟରୁ ଦୁଇଜଣ ଇଟାଲୀ ସଶସ୍ତ୍ର ବାହିନୀର ଏବଂ ଅନ୍ୟ ଦୁଇଜଣ ଇଟାଲୀୟ ସାମରିକ ରେଡ୍କ୍ରସ୍ର ସଦସ୍ୟ ଥିଲେ। ଆହତ ୧୧ ଜଣଙ୍କ ମଧ୍ୟରୁ ଦୁଇଜଣଙ୍କୁ ତୁଜଲା ମେଡିକାଲ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ନଅ ଜଣଙ୍କର ବ୍ରକୋଠାରେ ଚିକିତ୍ସା ଚାଲିଛି।

ୟୁରୋପୀୟ ସଂଘ ବଳ ନିଜର ଏକ ସରକାରୀ ବିବୃତିରେ କହିଛି ଯେ, ଏହି ଘଟଣାରେ ଆହତ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ଦୁର୍ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବଳ ପକ୍ଷରୁ ସମସ୍ତଙ୍କୁ ଭ୍ରମାତ୍ମକ ସୂଚନା ପ୍ରଚାର ନକରିବାକୁ ଅନୁରୋଧ କରାଯାଇଛି। ଏଥିସହ ପ୍ରାଣ ହରାଇଥିବା ସାମରିକ କର୍ମଚାରୀଙ୍କ ପରିବାର, ବନ୍ଧୁ ଓ ଆତ୍ମୀୟସ୍ୱଜନଙ୍କ ପ୍ରତି ବଳ ଗଭୀର ସମବେଦନା ପ୍ରକାଶ କରିଛି।

ୟୁରୋପୀୟ ସଂଘ ବଳର ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ବୋସନିଆ ଓ ହର୍ଜେଗୋଭିନାର ସ୍ଥାନୀୟ ଜରୁରୀକାଳୀନ ଚିକିତ୍ସା ସେବା ଏବଂ ୟୁରୋପୀୟ ସଂଘ ବଳର ଯୋଗାଯୋଗ ଓ ନିରୀକ୍ଷଣ ଦଳର ସଦସ୍ୟମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ବ୍ରକୋର ବିଭିନ୍ନ ଚିକିତ୍ସା କେନ୍ଦ୍ରକୁ ପଠାଯାଇଥିଲା। ଏହି ଘଟଣାରେ କୌଣସି ସାଧାରଣ ନାଗରିକ ଆହତ ହୋଇନାହାନ୍ତି। ସେହିପରି ସାଧାରଣ ନାଗରିକଙ୍କ ଭିତ୍ତିଭୂମି, ସମ୍ପତ୍ତି କିମ୍ବା ଯାନବାହନର କୌଣସି କ୍ଷତି ହୋଇନାହିଁ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande