
କେନ୍ଦୁଝର, 04 ଅକ୍ଟୋବର (ହି.ସ.)
୭୦ତମ ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ ଦୈାଡକୁଦ ପ୍ରତିଯୋଗିତା -୨୦୨୬ -୨୭*
୭୦ତମ ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ ଦୈାଡ କୁଦ ପ୍ରତିଯୋଗିତା ଧରଣୀଧର ସ୍ପୋଟର୍ସ କମ୍ପ୍ଲେକସ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ସଭାପତିତ୍ଵରେ ଉଦ୍ ଘାଟିତ ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ କ୍ରୀଡାବିତମାନଙ୍କୁ ଚାରିକାନ୍ଥ ଭିତରେ ନ ରହି ନିଜର ଶାରିରୀକ ଦକ୍ଷତା ପ୍ରଦର୍ଶନ କରିବାପାଇଁ ଉପଦେଶ ପ୍ରଦାନ କରିଥିଲେ। ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ ଅବସର ପ୍ରାପ୍ତ ନିର୍ଦ୍ଦେଶକ ସପନ କୁମାର ଜେନା ମହୋଦୟ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କ୍ରୀଡାବିତ ମାନଙ୍କୁ ସରକାରଙ୍କ ଦ୍ଵାରା ପ୍ରାପ୍ତ ହେଉଥିବା ଅନୁଦାନ ରାଶି ବିଷୟରେ ଅବଗତ କରିବା ସଙ୍ଗେ ସଙ୍ଗେ ନିୟମିତ ଖେଳକୁଦ ଅଭ୍ୟାସ କରିବା ଦ୍ଵାରା ନିଜର ଶାରିରୀକ ମାନସିକ ଦୃଢ଼ତା ହୋଇଥାଏ ବୋଲି ସୂଚନା ପ୍ରଦାନ କରିଥିଲେ। କେନ୍ଦୁଝର ଜିଲ୍ଲା ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ମହୋଦୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କ୍ରୀଡାବିତ,ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସ୍ଵାଗତ ଜଣାଇବା ସହିତ କ୍ରୀଡ଼ାବିତ ମାନଙ୍କୁ ବ୍ୟକ୍ତିଗତ ଭାବରେ ନିଜର କ୍ରୀଡା ନୈପୁଣ୍ୟ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ସୁପରାମର୍ଶ ଦେଇଥିଲେ।ପୌର ପାଳିକା ଅଧ୍ୟକ୍ଷା ନିକୁ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ .ଦୌତ- କୁଦ ପ୍ରତିଯୋଗିତାରେ ଶୃଙ୍ଖଳିତ ଭାବେ ନିଜର ଦକ୍ଷତା ପ୍ରତିପାଦନ କରିବା ପାଇଁ ପରାମର୍ଶ ଦେଇଥିଲେ। ମଞ୍ଚାସୀନ ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା, ସତ୍ୟନାରାୟଣ ମହାନ୍ତ, ରୁଦ୍ର ନାରାୟଣ ସାମଲ ମହୋଦୟ ଗଣ ଉପସ୍ଥିତ ରହି ରାଜ୍ୟ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା କିପରି ଶୃଙ୍ଖଳିତ ଭାବରେ ପରିଚାଳିତ ହେବା ପାଇଁ ଦିଗଦର୍ଶନ ପ୍ରଦାନ କରିଥିଲେ। ପରିଶେଷରେ ଶାରିରୀକ ଶିକ୍ଷା ନିରିକ୍ଷକ ରାମକୃଷ୍ଣ ବେହେରା ମହୋଦୟ ମଞ୍ଚାସୀନ ଅତିଥି ବୃନ୍ଦ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA