ଭାଗବତ ଓ ଗଙ୍ଗାଧରଙ୍କର ସାହିତ୍ୟ ଆଲୋଚନା
ବଲାଙ୍ଗିର, ୪ ଅକ୍ଟୋବର (ହି.ସ.)- ଦମୟନ୍ତି କଲେଜ ଶାନ୍ତିପଡା ଠାରେ ଭାଗବତ ତଥା ଗଙ୍ଗାଧରଙ୍କ ସୀତା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଉଭୟ ଫଟୋଚିତ୍ରଙ୍କ ପାଇଁ ଦୀପ ପଜ୍ଵଳନ କରିଥିଲେ ବରିିଷ୍ଠ ଅଧ୍ୟାପିକା ଶୁଭସ୍ମିତା ଗଡତିଆ । ମଂଚ ପରିଚାଳକ ଭାବରେ ରଶ୍ମି ପାତ୍ର ମଂଚ ପରିଚାଳନା କରିଥିଲେ ।
ଭାଗବତ ଓ ଗଙ୍ଗାଧର ଙ୍କର ସାହିତ୍ୟ ଆଲୋଚନା


ବଲାଙ୍ଗିର, ୪ ଅକ୍ଟୋବର (ହି.ସ.)- ଦମୟନ୍ତି କଲେଜ ଶାନ୍ତିପଡା ଠାରେ ଭାଗବତ ତଥା ଗଙ୍ଗାଧରଙ୍କ ସୀତା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଉଭୟ ଫଟୋଚିତ୍ରଙ୍କ ପାଇଁ ଦୀପ ପଜ୍ଵଳନ କରିଥିଲେ ବରିିଷ୍ଠ ଅଧ୍ୟାପିକା ଶୁଭସ୍ମିତା ଗଡତିଆ । ମଂଚ ପରିଚାଳକ ଭାବରେ ରଶ୍ମି ପାତ୍ର ମଂଚ ପରିଚାଳନା କରିଥିଲେ । ଡ. ଭବାନୀ ଶଙ୍କର ଶତପଥି ସଭାପତିତ୍ୱ କରିଥିଲେ, ସଂପାଦକ ରାମ ଚନ୍ଦ୍ର ପଟେଲ ସୀତାଙ୍କ ଚରିତ୍ରକୁ ଚିତ୍ରଣ କରିଥିଲେ ।

ଭାଗବତ ଉପରେ ଆଲୋଚନଚକ୍ରରେ ଓଡିଆ ଅଧ୍ୟାପିକା ଜ୍ୟୋତିରାଣୀ ମହାକୁର, କଲ୍ୟାଣିକଲତା, ବିଷ୍ଣୁ ପ୍ରିୟା ବେହେରା, ଜିଜ୍ଞାସା ମେହେର, ଶ୍ରବଣ ଖମାରୀ । ରିଜା ବିଶ୍ଵାଳ କବିତା ପଠନ କରିଥିଲେ । ରାମ ଶଙ୍କର ଶତପଥୀ ଏକ ଜଣାଣ ପରିବେଷଣ କରିଥିଲେ । ପରିଷଦ ତରଫରୁ ମାନପତ୍ର ପ୍ରଦାନ କରାଯାଇଥିଲା । ସଭାପତିଙ୍କ ସମ୍ୟକ ଅଭିଭାଷଣ ପରେ ଅଧ୍ୟାପିକା ସୂଚୀସ୍ମିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande