ବ୍ରହ୍ମଗିରିରେ ଗୁଳିକାଣ୍ଡ, ଯୁବକ ଗୁରୁତର
ପୁରୀ, ୪ ଅକ୍ଟୋବର (ହି.ସ.)- ପୁରୀ ଜିଲ୍ଲାର ବ୍ରହ୍ମଗିରି ଥାନା ଅନ୍ତର୍ଗତ କାଳିକାବାଡ଼ି ଗ୍ରାମରେ ଆଜି ମଧ୍ୟାହ୍ନ ସମୟରେ ଘଟିଛି ଗୁଳିକାଣ୍ଡ । ଗୁଳିମାଡରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକଙ୍କ ନାମ ତୋଫାନ ପାହାଳ । ତୋଫାନଙ୍କ ପେଟର ବାମ ପାଶ୍ୱର୍ରେ ଗୁଳି ବାଜିଛି । ତାଙ୍କୁ ଗୁରୁତର ଅବସ
ବ୍ରହ୍ମଗିରିରେ ଗୁଳିକାଣ୍ଡ, ଯୁବକ ଗୁରୁତର


ପୁରୀ, ୪ ଅକ୍ଟୋବର (ହି.ସ.)- ପୁରୀ ଜିଲ୍ଲାର ବ୍ରହ୍ମଗିରି ଥାନା ଅନ୍ତର୍ଗତ କାଳିକାବାଡ଼ି ଗ୍ରାମରେ ଆଜି ମଧ୍ୟାହ୍ନ ସମୟରେ ଘଟିଛି ଗୁଳିକାଣ୍ଡ । ଗୁଳିମାଡରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକଙ୍କ ନାମ ତୋଫାନ ପାହାଳ । ତୋଫାନଙ୍କ ପେଟର ବାମ ପାଶ୍ୱର୍ରେ ଗୁଳି ବାଜିଛି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୀ ମେଡିକାଲରେ ଭର୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ପରେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ମୋଟ୍ ୪ ରାଉଣ୍ଡ ଗୁଳିମାଡ ହୋଇଛି । ତେବେ ଗୁଳିମାଡର କାରଣ ଅଦ୍ୟାବଧି ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତଦନ୍ତ କରୁଛି ।

ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନରେ ପରିବାରର ଏକ ବୈଠକ ବସିଥିଲା । ବୈଠକ ସମୟରେ ବଡବାପାଙ୍କ ପୁଅ ଦୁର୍ଯ୍ୟୋଧନ ପାହାଳ ଓରଫ ବୁଲୁ ପାହାଳ ଓ ଦାଦା ପୁଅ ତୋଫାନ ପାହାଳଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ଯୁବ ବ୍ୟବସାୟୀ ବୁଲୁ ପାହାଳ ଅଧିକ ଉତେଜିତ ହୋଇ ଘଟଣାସ୍ଥଳରେ ନିଜ ବନ୍ଧୁକରୁ ଗୁଳି ଚଳାଇଥିଲେ । ଗୁଳିଟି ତୋଫାନଙ୍କ ପେଟର ବାମ ପାଶ୍ୱର୍ରେ ବାଜିଥିଲା । ଖବର ପାଇ ବ୍ରହ୍ମଗିରି ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ପାରିବାରିକ କିମ୍ବା ରାଜନୈତିକ ବିବାଦକୁ ନେଇ ଗୁଳିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande