ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଶେଷ, ୨୪୯ ଛାତ୍ରଛାତ୍ରୀ ଦେଲେ ପରୀକ୍ଷା
Class5-Scholarship-Exam-JHS
ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଶେଷ, ୨୪୯ ଛାତ୍ରଛାତ୍ରୀ ଦେଲେ ପରୀକ୍ଷା


ଝାରସୁଗୁଡ଼ା, ୪ ଅକ୍ଟୋବର (ହି.ସ.)- ଝାରସୁଗୁଡ଼ା ବ୍ଲକ, ଝାରସୁଗୁଡ଼ା ପୌରପରିଷଦ, ବ୍ରଜରାଜନଗର ପୌରପରିଷଦ ସମେତ ଗ୍ରାମାଞ୍ଚଳର ପଞ୍ଚମ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷା ଶନିବାର ଶାନ୍ତିପୂର୍ଣ୍ଣ ଓ ସଫଳତାର ସହ ଶେଷ ହୋଇଛି। ଏକାକାଳୀନ ଭାବେ ଜିଲ୍ଲାର ୩ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ବ୍ଲକ ପରୀକ୍ଷା ଦାୟିତ୍ୱରେ ଥିବା ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସୁଶାନ୍ତ ହୋତାଙ୍କ ସୂଚନା ଅନୁଯାୟୀ, ମୋଟ ୨୪୯ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ଝାରସୁଗୁଡ଼ା ଟାଉନ୍ ହାଇସ୍କୁଲ କେନ୍ଦ୍ରରେ ୭୮ ଜଣ, ଝାରସୁଗୁଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ୮୪ ଜଣ ଏବଂ ବ୍ରଜରାଜନଗର ଓପିଏମ୍ ସରକାରୀ ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ୮୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।

ପରୀକ୍ଷାକୁ ସ୍ୱଚ୍ଛ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା ପାଇଁ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରବୀନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ ପାଞ୍ଚପଡ଼ା, ମାରାକୁଟା, କଣ୍ଟାପାଲି ଓ ବଡ଼ମାଲ ଆଦି ଅଞ୍ଚଳର ସିଆରସିସିମାନେ ପ୍ରତ୍ୟକ୍ଷ ଭାବେ ସହଯୋଗ କରିଥିଲେ। ସମସ୍ତ କେନ୍ଦ୍ରରେ ପରୀକ୍ଷା ସୁଚାରୁରୂପେ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande