ଗଡପଦରରେ ଜାତୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ
ଜୟପୁର, ୦୪ ଅକ୍ଟୋବର (ହି.ସ.) - ଜାତୀୟ ବନ୍ୟପ୍ରାଣୀ ସପ୍ତାହ ଅବସରରେ ସିୱା ଏବଂ ଜୟପୁର ସିଟି ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ମିଳିତ ଉଦ୍ୟମରେ ଗଡପଦରକୁ ଏକ ସାଇକେଲ ସଚେତନତା ଯାତ୍ରା ଆୟୋଜିତ ହୋଇଥିଲା। ବନ୍ୟପ୍ରାଣୀ ସୁରକ୍ଷା ଓ ପରିବେଶ ସଂରକ୍ଷଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଏହି କାର୍ଯ୍
ଗଡପଦରରେ ଜାତୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ


ଜୟପୁର, ୦୪ ଅକ୍ଟୋବର (ହି.ସ.) - ଜାତୀୟ ବନ୍ୟପ୍ରାଣୀ ସପ୍ତାହ ଅବସରରେ ସିୱା ଏବଂ ଜୟପୁର ସିଟି ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ମିଳିତ ଉଦ୍ୟମରେ ଗଡପଦରକୁ ଏକ ସାଇକେଲ ସଚେତନତା ଯାତ୍ରା ଆୟୋଜିତ ହୋଇଥିଲା। ବନ୍ୟପ୍ରାଣୀ ସୁରକ୍ଷା ଓ ପରିବେଶ ସଂରକ୍ଷଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଅଂଶଗ୍ରହଣକାରୀମାନେ ସାଇକେଲରେ ଗୋଦାପଦର ଯାଇ ଜଙ୍ଗଲ ଅଂଚଳର ବିଭିନ୍ନ ପ୍ରକାରର ଉଦ୍ଭିଦ ନିରୀକ୍ଷଣ କରିଥିଲେ। ଏହାସହ ସ୍ଥାନୀୟ ଲୋକଙ୍କୁ ବନ୍ୟପ୍ରାଣୀର ଗୁରୁତ୍ୱ ଓ ପରିବେଶୀୟ ସନ୍ତୁଳନ ବିଷୟରେ ସଚେତନ କରାଯାଇଥିଲା। ବନ୍ୟପ୍ରାଣୀ ଓ ଜଙ୍ଗଲ ସୁରକ୍ଷିତ ନ ରହିଲେ ମାନବ ସମାଜର ଅସ୍ତିତ୍ୱ ମଧ୍ୟ ବିପଦରେ ପଡ଼ିବ ବୋଲି ସେମାନେ ମତପ୍ରକାଶ କରିଥିଲେ। ବନାଂଚଳ ନଷ୍ଟ ହେବା ଯୋଗୁଁ ବନ୍ୟପ୍ରାଣୀଙ୍କ ସଂଖ୍ୟା ଦିନକୁ ଦିନ କମିବା ନେଇ ମଧ୍ୟ ଚିନ୍ତା ପ୍ରକାଶ କରାଯାଇଥିଲା।

ଏହି ଅବସରରେ ଛାତ୍ରଛାତ୍ରୀ ଓ ସିୱା ସଦସ୍ୟମାନେ ଗୋଦାପଦରର ପିକନିକ ସ୍ଥଳୀରେ ସ୍ୱଚ୍ଛତା ଅଭିଯାନ ମଧ୍ୟ କରିଥିଲେ। ପିକନିକ କରିବାକୁ ଆସୁଥିବା ଲୋକମାନେ ଛାଡ଼ି ଯାଇଥିବା ପ୍ଲାଷ୍ଟିକ, ବୋତଲ, ଜରି ଓ ଅନ୍ୟାନ୍ୟ ଆବର୍ଜନା ସଫା କରି ପରିସରକୁ ପରିଚ୍ଛନ୍ନ କରାଯାଇଥିଲା। ପ୍ରକୃତିକୁ ଉପଭୋଗ କରିବା ସହ ତାହାକୁ ସୁରକ୍ଷିତ ଓ ପରିଚ୍ଛନ୍ନ ରଖିବା ପାଇଁ ମଧ୍ୟ ସମସ୍ତଙ୍କୁ ଆହ୍ୱାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସିୱା ସଭାପତି ଅଜୟ କୁମାର ମିଶ୍ର, ସମ୍ପାଦକ ପ୍ରତାପ କୁମାର ପଟ୍ଟନାୟକ, ସଦସ୍ୟ ପ୍ରଦୀପ୍ତ କୁମାର ସାହୁ, କେ. ମୋହନ ରାଓ, ରବୀନ୍ଦ୍ରନାଥ ସାହୁ ଓ ସୂର୍ଯ୍ୟ ସାହୁ, ଶିକ୍ଷୟିତ୍ରୀ ଜି. କାବ୍ୟାଞ୍ଜଳି ଏବଂ ଜୟପୁର ସିଟି ହାଇସ୍କୁଲର ଛାତ୍ରଛାତ୍ରୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ମାଧ୍ୟମରେ “ବନ୍ୟପ୍ରାଣୀ ସୁରକ୍ଷା କରନ୍ତୁ, ଜଙ୍ଗଲ ସୁରକ୍ଷା କରନ୍ତୁ, ଭବିଷ୍ୟତକୁ ସୁରକ୍ଷିତ ରଖନ୍ତୁ” ବାର୍ତା ଦିଆଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande