
ଜୟପୁର, ୦୪ ଅକ୍ଟୋବର (ହି.ସ.) - ବିଷ ପାନ କରି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଲେ ଜୟପୁର ସଦର ଥାନା ଅନ୍ତର୍ଗତ ଜବାକନାଡି ଗ୍ରାମର ଦେବକି ଡୁରୁ । ସୁଚନା ଅନୁଯାଇ ଜୟପୁର ସଦର ଥାନା ଅନ୍ତର୍ଗତ ଜବାକନାଡି ଗ୍ରାମର ଦେବକି ଡୁର ଗତ ୧୦ ବର୍ଷ ହେବ ବିବାହ କରିଥିଲେ। ଗତ ୨୯ ତାରିଖ ୧୨ ଟା ସମୟରେ କୌଣସି କାରଣରୁ ବିଷ ପାନ କରିଥିଲେ । ଏହା ଜାଣି ପରିବାର ଲୋକେ ଜୟପୁର ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ କୋରାପୁଟ ସ୍ଥିତ ଶହଦି ଲକ୍ଷ୍ଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସା ଧିନ ଅବସ୍ଥାରେ ମହିଳା ଙ୍କ ମୃତ୍ୟୁ ହୋଇଛି । ଏନେଇ ମହିଳା ଙ୍କ ମହିଳା ଙ୍କ ଭଉଣି ଜୟପୁର ସଦର ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଭିତି କରି ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି