ବ୍ରାହ୍ମଣ ମହାସଭାର ସାମୁହିକ ତିଳ ତର୍ପଣ
ବଲାଙ୍ଗିର, 04 ଅକ୍ଟୋବର (ହି.ସ.) ଜିଲ୍ଲା ବ୍ରାହ୍ମଣ ମହାସଭା, ବଲାଙ୍ଗିର ଆନୁକୁଲ୍ୟରେ ପଣ୍ଡିତ ସନ୍ତୋଷ କୁମାର ଶତପଥି ଙ୍କ ପୌରହିତ୍ୟରେ ସଭାପତି ପ୍ରାଣ ବଲ୍ଲଭ ତ୍ରିପାଠୀ ଓ ସମ୍ପାଦକ ନରେନ୍ଦ୍ର କୁମାର ଆଚାର୍ଯ୍ୟ ଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ଶ୍ରୀ ଶ୍ରୀ ନୃସିଂହ ମନ୍ଦିର ପରିସରରେ ନିଜ ନିଜ ପୂର୍
ବ୍ରାହ୍ମଣ ମହାସଭାର ସାମୁହିକ ତିଳ ତର୍ପଣ


ବଲାଙ୍ଗିର, 04 ଅକ୍ଟୋବର (ହି.ସ.)

ଜିଲ୍ଲା ବ୍ରାହ୍ମଣ ମହାସଭା, ବଲାଙ୍ଗିର ଆନୁକୁଲ୍ୟରେ ପଣ୍ଡିତ ସନ୍ତୋଷ କୁମାର ଶତପଥି ଙ୍କ ପୌରହିତ୍ୟରେ ସଭାପତି ପ୍ରାଣ ବଲ୍ଲଭ ତ୍ରିପାଠୀ ଓ ସମ୍ପାଦକ ନରେନ୍ଦ୍ର କୁମାର ଆଚାର୍ଯ୍ୟ ଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ଶ୍ରୀ ଶ୍ରୀ ନୃସିଂହ ମନ୍ଦିର ପରିସରରେ ନିଜ ନିଜ ପୂର୍ବ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ସାମୁହିକ ତିଳ ତର୍ପଣ କାର୍ଯ୍ୟକ୍ରମ ନୀତି ନିୟମ ଅନୁଯାୟୀ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା । ମହାସଭାର ଉପଦେଷ୍ଟା ଆଇନଜୀବୀ ଜୟରାମ ମିଶ୍ର, ପର୍ଶୁରାମ ନାୟକ, ଶିବ ଶଙ୍କର ଖୁଆସ, ଲୋକନାଥ ନେପାକ ଉପସଭାପତି ସୁଶ୍ରୀ ରାଜଶ୍ରୀ ତ୍ରିପାଠୀ, ରାଜ୍ୟ ସ୍ତରୀୟ କାର୍ଯ୍ୟକାରୀ ପରିଷଦର ସଦସ୍ୟ ସିଦ୍ଧେଶ୍ୱର ପାଣିଗ୍ରାହୀ, ସହ ସମ୍ପାଦକ ସଙ୍କୀର୍ତ୍ତନ୍ୟ ତ୍ରିପାଠୀ, କର୍ମକର୍ତ୍ତା ହଜାରୀ ମିଶ୍ର, ହିସାବ ରକ୍ଷକ କୃପାସିନ୍ଧୁ ମିଶ୍ର, ନବଘନ ମିଶ୍ର, କୋଷାଧ୍ୟକ୍ଷ ରାଜେନ୍ଦ୍ର ମିଶ୍ର, ସଦସ୍ୟ ବ୍ରଜ କିଶୋର ପଣ୍ଡା ଇତ୍ୟାଦି ଅନେକ ସଭ୍ୟ / ସଭ୍ୟାଙ୍କର ସକ୍ରୀୟ ସହଯୋଗରେ ତିଳ ତର୍ପଣ କାର୍ଯ୍ୟକ୍ରମ ମହାସମାରୋହରେ ସମାପନ ହୋଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande