ଗେଟସରୋବର ପଡାରେ ନୂଆଁଖାଇ ଭେଟଘାଟ
ବଲାଙ୍ଗିର, ୪ ଅକ୍ଟୋବର (ହି.ସ.)- ବଲାଙ୍ଗିର ସହର ଗେଟସରୋବରପଡା ସ୍ଥିତ ଡ. ବି.ଆର.ଆମ୍ବେଦକର ତରଫରୁ ନୂଆଁଖାଇ ଭେଟଘାଟ ମହାସମାରୋହରେ ପାଳିତ ହୋଇଯାଇଛି । ନୂଆଁଖାଇ ଏକ ଭାଇଚାରାର ପର୍ବ । ଏହି ପର୍ବ ସମସ୍ତଙ୍କୁ ଏକଜୁଟ କରିଥାଏ ଏବଂ ଏକତାର ବାର୍ତ୍ତା ଦେଇଥାଏ । ଏହି ପର୍ବର ମହକ ସମଗ୍ର ବିଶ୍ୱରେ ପରିଚି
ଗେଟସରୋବର ପଡାରେ ନୂଆଁଖାଇ ଭେଟଘାଟ


ବଲାଙ୍ଗିର, ୪ ଅକ୍ଟୋବର (ହି.ସ.)- ବଲାଙ୍ଗିର ସହର ଗେଟସରୋବରପଡା ସ୍ଥିତ ଡ. ବି.ଆର.ଆମ୍ବେଦକର ତରଫରୁ ନୂଆଁଖାଇ ଭେଟଘାଟ ମହାସମାରୋହରେ ପାଳିତ ହୋଇଯାଇଛି । ନୂଆଁଖାଇ ଏକ ଭାଇଚାରାର ପର୍ବ । ଏହି ପର୍ବ ସମସ୍ତଙ୍କୁ ଏକଜୁଟ କରିଥାଏ ଏବଂ ଏକତାର ବାର୍ତ୍ତା ଦେଇଥାଏ । ଏହି ପର୍ବର ମହକ ସମଗ୍ର ବିଶ୍ୱରେ ପରିଚିତ । ଏହି ମହକକୁ ଆହୁରି ବ୍ୟାପକ କରିବା ପାଇଁ ଦୀର୍ଘ ବର୍ଷ ହେଲା ଆମ୍ବେଦକର କ୍ଲବ ଉଦ୍ୟମ ଜାରି ରଖିଛି । ବଲାଙ୍ଗିର ସହରକୁ ଏକତା ସୁତ୍ରରେ ବାନ୍ଧି ରଖିବା ପାଇଁ ଏହି ପର୍ବର ଆୟୋଜନ କରାଯାଉଛି ବୋଲି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ । ଉଦ୍ଯାପନି ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଦିନେଶ ଶର୍ମା, କାଉନସିଲର ଶମ୍ଭୁ ନାଗ, କିଶୋର କୁମ୍ଭାର, ସମାଜସେବୀ ଆକାଶ ସାଗର ପ୍ରମୁଖ ଯୋଗ ଦେଇଥିଲେ । ଉଦ୍ଘାଟନି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ସବିତା ବର୍ଲା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜେଡି ନେତା ପାଣ୍ଡବ କୁମ୍ଭାର, ବ୍ୟବସାୟୀ ଅମର ସୁନା, ଯୁବ ନେତା ଆକବର ଖାନ, ଓମ୍ ପ୍ରକାଶ କୁମ୍ଭାର, ସୀତାରାମ କୁମ୍ଭାର ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଂପାଦକ ଅଜୟ କୁମାର ନାଗ ଓ କୋଷାଧ୍ୟକ୍ଷ ଯୋଗେନ୍ଦ୍ର ଦୀପ ମଂଚାସିନ ଥିଲେ । ସମସ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଶମ୍ଭୁପଦ ହରପାଲ ସଭାପତିତ୍ୱ କରିଥିବା ବେଳେ କୁନା ବାଗ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ଏହି ଅବସରରେ ଓଏଏସ୍ ପାଇଥିବା ଆଶିଷ ସୁନା, କାହ୍ନା ବାରିକ, କଳାକାର ନୁରି ପାଣିଗ୍ରାହୀ, ସୈଳେନ୍ଦ୍ରୀ ବାରିକ, ଆକାଶ ସାଗର, କୁନା ବାଗ, ଗୁଞ୍ଜନ କୁମ୍ଭାର, ସାଇ ସଂକଳ୍ପ ବାରିକ ଓ ପ୍ରାୟ ୨୨ ଏସ୍ଏଚ୍ଜି ର ମହିଳା ପଦାଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରଥମ ସନ୍ଧ୍ୟାରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ସନ୍ଧ୍ୟାରେ ଆଶିଷ କୁମ୍ଭାରଙ୍କ ଦ୍ୱାରା ସମ୍ବଲପୁର ମେଲୋଡି ପ୍ରସ୍ତୁତ କରାଯାଇଥିଲା । କାର୍ଯ୍ୟକ୍ରମରେ ହଜାର ହଜାର ଜନସାଧାରଣ ଉପସ୍ଥିତ ରହି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ସାଗର କୁମ୍ଭାର, ଖତୁ ନନ୍ଦ, ଜିତେନ୍ଦ୍ର ଦିପ, ରୂପେଶ କୁମ୍ଭାର ପ୍ରମୁଖ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande