ଓଡ଼ିଶାର ପ୍ରମୁଖ ଯୁବ ଓ ଛାତ୍ର ନେତୃତ୍ୱ ଓଜେସିରେ ସାମିଲ
ଭୁବନେଶ୍ୱର, 04 ଅକ୍ଟୋବର (ହି.ସ.) ରାଜ୍ୟର ପ୍ରମୁଖ ଯୁବ-ଛାତ୍ର ଚେହେରା ତଥା ପୂର୍ବତନ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଓ ରାଜ୍ୟ ଯୁବ କଂଗ୍ରେସ ଲିଗାଲ ସେଲ୍ ର ଅଧ୍ୟକ୍ଷ ଆଦିତ୍ୟ ପ୍ରସାଦ ପରିଡ଼ାଙ୍କ ନେତୃତ୍ୱରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବିଶିଷ୍ଟ ଯୁବ ଓ ଛାତ୍ର ନେତା ପୀୟୁଷ୍ ମହାନ୍ତି, ସଞ୍ଜିତ୍
ଓଡ଼ିଶାର ପ୍ରମୁଖ ଯୁବ ଓ ଛାତ୍ର ନେତୃତ୍ୱ ଓଜେସିରେ ସାମିଲ


ଭୁବନେଶ୍ୱର, 04 ଅକ୍ଟୋବର (ହି.ସ.) ରାଜ୍ୟର ପ୍ରମୁଖ ଯୁବ-ଛାତ୍ର ଚେହେରା ତଥା ପୂର୍ବତନ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଓ ରାଜ୍ୟ ଯୁବ କଂଗ୍ରେସ ଲିଗାଲ ସେଲ୍ ର ଅଧ୍ୟକ୍ଷ ଆଦିତ୍ୟ ପ୍ରସାଦ ପରିଡ଼ାଙ୍କ ନେତୃତ୍ୱରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବିଶିଷ୍ଟ ଯୁବ ଓ ଛାତ୍ର ନେତା ପୀୟୁଷ୍ ମହାନ୍ତି, ସଞ୍ଜିତ୍ ଚୌଧୁରୀ, ରାଘବ ବିରମାନୀ, ବିକ୍ରମ ପଣ୍ଡା, ଶୁଭମ ସାମଲ, ପ୍ରଦୀପ ଦାସ, ରାଜୀବ ତ୍ରିପାଠୀ, ଲିପ୍ସା ଦାସ, ଦର୍ଶନ ବରାଳ, ପ୍ରିୟଙ୍କା ଦାସ, ସର୍ବେଶ୍ୱର ପାତ୍ର, ଶିବ୍ ମହାରଣା, ତସଲିନ ଅହମ୍ମଦ, ସ୍ୱାଧୀନ ସିଂ, ପ୍ରିନ୍ସ ବିଶ୍ୱରଞ୍ଜନ ମୁଖୀ, ରାଜା ପରିଡ଼ା, ବିଷ୍ଣୁ ପ୍ରସାଦ ପାଲ୍ ଓ ରୁଦ୍ର ପ୍ରସାଦ ମାଝୀ ପ୍ରମୁଖଙ୍କ ସମେତ ୪ଶହରୁ ଉର୍ଦ୍ଧ୍ୱ ଯୁବ ଓ ଛାତ୍ରନେତା ଓଡ଼ିଶା ଜନତା କଂଗ୍ରେସର ଆଦର୍ଶରେ ଅନୁପ୍ରାଣୀତ ହୋଇ ଏବଂ ସଭାପତି ଇଂ ମହମ୍ମଦ ମୋକିମଙ୍କ ପ୍ରତି ଆସ୍ଥା ପ୍ରକଟ କରି ବିଧିବଦ୍ଧ ଭାବରେ ଦଳରେ ଯୋଗଦାନ କରିଛନ୍ତି । ଆଜିର ଏହି ମିଶ୍ରଣ ପର୍ବ ପାଇଁ ଯୁବ ଓ ଛାତ୍ର ନେତୃତ୍ୱମାନେ ସ୍ଥାନୀୟ ସହିଦନଗର ଦୁର୍ଗାପୂଜା ମଣ୍ଡପ ନିକଟରେ ଏକତ୍ରିତ ହୋଇ ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଓଜେସି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।

ରାଜ୍ୟ ଓଜେସି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଉପରୋକ୍ତ ନେତୃତ୍ୱମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ପ୍ରଥମେ ଓଜେସି ସଭାପତି ଇଂ ମହମ୍ମଦ ମୋକିମ୍ ପୁଷ୍ପଗୁଚ୍ଛ ଓ ଦଳୀୟ ଉତ୍ତରୀୟ ଦେଇ ସମସ୍ତଙ୍କୁ ଦଳରେ ସାମିଲ କରାଇଥିଲେ । ଏହି ମିଶ୍ରଣ ପର୍ବରେ ସେ କହିଥିଲେ ଯେ, ଓଜେସି ହେଉଛି ଜେନ-ଜିଙ୍କ ଦଳ ଏବଂ ଆଜି ଓଡ଼ିଶାର ପ୍ରମୁଖ ଯୁବ ଓ ଛାତ୍ର ନେତାମାନଙ୍କର ଦଳରେ ଯୋଗଦାନ ଆଗାମୀ ଦିନରେ ଓଡ଼ିଶାରେ ଦଳର ସଂଗଠନକୁ ମଜବୁତ କରିବାରେ ସହାୟକ ହେବ । ଓଜେସି ସବୁବେଳେ ଦକ୍ଷ ଏବଂ ସାଂଗଠନିକ କ୍ଷମତା ଥିବା ଜେନ୍-ଜି ମାନଙ୍କୁ ଓଡ଼ିଶା ରାଜନୀତିରେ ସୁଯୋଗ ଦେବାପାଇଁ ପ୍ରୟାସରତ । ଆଜି ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ନିଜର ଦକ୍ଷତା ଏବଂ ନେତୃତ୍ୱ ନେବାର କ୍ଷମତା ଥିବା ଯୁବ ଓ ଛାତ୍ରନେତାମାନେ ଓଜେସିକୁ ସେମାନଙ୍କର ରାଜନୈତିକ କର୍ମଭୂମି ଭାବରେ ବାଛିଥିବାରୁ ସେମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି । ଆଗାମୀ ଦିନରେ ଓଜେସି ତା'ର ଛାତ୍ର ସଂଗଠନକୁ ସକ୍ରିୟ ଏବଂ କ୍ରୀୟାଶୀଳ କରିବା ସହିତ ଓଡ଼ିଶାର କ୍ୟାମ୍ପସ ପଲିଟିକ୍ସରେ ବଛାବଛା ଛାତ୍ରନେତାମାନଙ୍କୁ ସୁଯୋଗ ଦେବାପାଇଁ ସ୍ଥିର କରିଛି । ରାଜ୍ୟରେ ଛାତ୍ରଛାତ୍ରୀ ମାନଙ୍କର ନ୍ୟାଯ୍ୟ ଦାବି ଏବଂ ହକ୍ ର ଲଢ଼େଇ ଲଢ଼ିବା ପାଇଁ ଓଜେସି ବଦ୍ଧପରିକର ।

ଓଜେସିରେ ଯୋଗଦାନ କରିଥିବା ଆଦିତ୍ୟ ପ୍ରସାଦ ପରିଡ଼ା କହିଥିଲେ ଯେ, ସଭାପତି ମହମ୍ମଦ ମୋକିମଙ୍କ ପ୍ରତି ଗଭୀର ଆସ୍ଥା ପ୍ରକଟ କରି ସେ ଦଳରେ ଯୋଗଦାନ କରିଛନ୍ତି । ଆଗାମୀ ଦିନରେ ଓଡ଼ିଶାରେ ଛାତ୍ର ସମାଜକୁ ସଂଗଠିତ କରି ଛାତ୍ରଛାତ୍ରୀ ମାନଙ୍କର ନ୍ୟାୟସଂଗତ ଦାବି ଓ ହକ୍ ର ଲଢ଼େଇ ପାଇଁ ସେ ସଦାସର୍ବଦା ଚେଷ୍ଟା କରିବେ ଏବଂ କ୍ୟାମ୍ପସ ରାଜନୀତିରେ ଓଜେସିର ଛାତ୍ର ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସମସ୍ତ ପ୍ରକାର କାର୍ଯ୍ୟକ୍ରମ କରିବେ ।

ଏହି କାର୍ଯ୍ୟକ୍ରମକୁ ଓଜେସି ମିଡିଆ ସେଲ୍ ମଧ୍ୟକ୍ଷ ପ୍ରଶାନ୍ତ ଶତପଥୀ ସଂଚାଳନ କରିବା ସହିତ ମିଶ୍ରଣ ପର୍ବରେ ଦଳରେ ଯୋଗଦାନ କରିଥିବା ସମସ୍ତ ଯୁବ ଓ ଛାତ୍ର ନେତୃତ୍ୱଙ୍କୁ ଦଳକୁ ସ୍ୱାଗତ କରିଥିଲେ । ସେ କହିଥିଲେ, ୪ଶହରୁ ଉର୍ଦ୍ଧ୍ୱ ଯୁବ ଓ ଛାତ୍ର ନେତାଙ୍କର ଦଳରେ ଯୋଗଦାନ ପ୍ରମାଣିତ କରୁଛି ଯେ, ଓଜେସି ଏକ ନୂଆ ଆଞ୍ଚଳିକ ରାଜନୈତିକ ଦଳ ହୋଇଥିଲେ ମଧ୍ୟ ଏହା କ୍ରମାଗତ ଭାବରେ ଓଡ଼ିଶା ରାଜନୀତିରେ ଜେନ୍-ଜି ଙ୍କର ପ୍ରଥମ ପସନ୍ଦ ଭାବେ ଉଭା ହୋଇଛି । ଦକ୍ଷ ଏବଂ ବଳିଷ୍ଠ ଯୁବ ନେତୃତ୍ୱ ସୁଯୋଗ ଅଭାବରୁ ନିଜର ଦକ୍ଷତା ଅନ୍ୟଦଳରେ ପ୍ରତିପାଦିତ କରିବାପାଇଁ ବିଫଳ ହେବାସମୟରେ ଓଜେସି ସେମାନଙ୍କୁ ନିଜର ଦକ୍ଷତା ଅନୁଯାୟୀ କାର୍ଯ୍ୟ କରିବାର ସୁଯୋଗ ସୃଷ୍ଟି କରିଛି ଏବଂ ଆଗାମୀ ଦିନରେ ନିଜ ନିଜ ଅଞ୍ଚଳରେ ନେତୃତ୍ୱ ନେବାର ସମସ୍ତ ସୁଯୋଗ ଦେବାପାଇଁ ନିଷ୍ପତ୍ତି ନେଇଛି ।

ଅନ୍ୟମାନଙ୍କ ମଧ୍ୟରେ ଯୁବ ଜନତା କଂଗ୍ରେସ ସଭାପତି ଆର୍ଯ୍ୟବୀର ଲେଙ୍କାଙ୍କ ସହିତ ଓଜେସିର ବରିଷ୍ଠ ନେତୃବୃନ୍ଦ ପ୍ରଦୀପ ପ୍ରଧାନ, ସଞ୍ଜୟ ରାୟ, ଶେଷଦେବ ନନ୍ଦ, ଶୁଭେନ୍ଦୁ ମଲ୍ଲିକ, ସଂଗ୍ରାମ କିଶୋର ମାଝୀ, ଆଦିତ୍ୟ ମିଶ୍ର, ସନ୍ତୋଷ ପାତ୍ର, ଆଦିତ୍ୟ ଗିରି, ସୁରଜିତ ସାହୁ, ରାକେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande