
ଜୟପୁର, ୦୪ ଅକ୍ଟୋବର (ହି.ସ.) - ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ରେ ଜଣେ ବୃଦ୍ଧ ଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତ ବୃଦ୍ଧ ଜଣକ ହେଲେ ନକୁ ଜାନୀ (୬୨) । ସୂଚନା ଅନୁଯାଇ ବୃଦ୍ଧ ଜଣକ ଜୟପୁର ଦୈନିକ ବଜାରରେ ଉଦ୍ଧାର କରାଯାଇ ବିକାଶ ନିଳୟ ରେ ଆଶ୍ରୟ ଯତ୍ନ ପ୍ରଦାନ କରାଯାଇଥିଲା। ସେ ବିକାଶ ନିଳୟ ରେ ଦୀର୍ଘ ୬ ମାସ ହେବ ରହୁଥିଲେ । ତାଙ୍କ ବାୟସ ପାଖା (୬୨) ହେବ । ଗତ ୧ ତାରିଖରେ ଦେହ ଅସୁସ୍ଥ ହେବାରୁ ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ବିକାଶ ନିଳୟ ରେ ମ୍ୟାନେଜର ବିରଞ୍ଜି ସେନାପତି ଅଭିଯୋଗ କରିଛନ୍ତି । ତାଙ୍କ ସମ୍ପର୍କିୟ କିଏ କଣ ଜଣା ପଡୁଥିବାରୁ ପୋଲିସ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତାଙ୍କ ଶବକୁ ୯୬ ଘଂଟା ଶବ ଗୃହରେ ରଖାଯିବ । ତାଙ୍କ ପରିବାର ଲୋକେ ଆସିଲେ ହସ୍ତାନ୍ତର କରାଯିବ ନଚେତ ଶବ ଦାହ କରାଯିବ ବୋଲି ସଦର ଥାନା ଅଧିକାରି ସୁଚିନ୍ଦ୍ର ପ୍ରଧାନ ସୁଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି