‘ଦମନ’ ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ
୧,୪୪୮ ଏନବିଡବଲୁ କାର୍ଯ୍ୟକାରୀ, ୧,୭୦୭ ଅବକାରୀ ମାମଲା ଓ ୮୯ ଏନପିଡିଏସ ମାମଲା ଭୁବନେଶ୍ୱର, 04 ଅକ୍ଚୋବର (ହି.ସ.) ଆଗାମୀ ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଶାନ୍ତି, ଶୃଙ୍ଖଳା ଓ ନିରାପତ୍ତା ସୁନିଶ୍ଚିତ କରିବା ସହ ବେଆଇନ ନିଶାଦ୍ରବ୍ୟ ଓ ମଦ କାରବାର ଉପରେ ରୋକ୍‌ ଲଗାଇବା ଉଦ୍ଦେଶ୍ୟରେ ରାଜ୍ୟ
‘ଦମନ’ ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ


୧,୪୪୮ ଏନବିଡବଲୁ କାର୍ଯ୍ୟକାରୀ, ୧,୭୦୭ ଅବକାରୀ ମାମଲା ଓ ୮୯ ଏନପିଡିଏସ ମାମଲା

ଭୁବନେଶ୍ୱର, 04 ଅକ୍ଚୋବର (ହି.ସ.) ଆଗାମୀ ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଶାନ୍ତି, ଶୃଙ୍ଖଳା ଓ ନିରାପତ୍ତା ସୁନିଶ୍ଚିତ କରିବା ସହ ବେଆଇନ ନିଶାଦ୍ରବ୍ୟ ଓ ମଦ କାରବାର ଉପରେ ରୋକ୍‌ ଲଗାଇବା ଉଦ୍ଦେଶ୍ୟରେ ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ଶ୍ରୀ ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶରେ ଜିଲ୍ଲା ପୋଲିସ, କମିଶନରେଟ ପୋଲିସ, ରେଳବାଇ ପୋଲିସ ଓ ଅନ୍ୟାନ୍ୟ ପୋଲିସ ୟୁନିଟ ଗୁଡିକର ମିଳିତ ସମନ୍ୱୟରେ ସେପ୍ଟେମ୍ବର ୨୧ରୁ ସ୍ୱତନ୍ତ୍ର ଅଭିଯାନ ‘ଦମନ’ ଚାଲିଥିଲା।

ଏହି ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୧,୪୪୮ଟି ଜାମିନ ବିହୀନ ଗିରଫ ପରୱାନା କାର୍ଯ୍ୟକାରୀ କରାଯାଇଥିବା ବେଳେ ବିଏନଏସଏସ ଧାରା ୧୨୯ ଅନୁଯାୟୀ ୧,୦୧୨ ଜଣଙ୍କ ବିରୋଧରେ ପ୍ରୋସିଡିଂ ଦାଖଲ କରାଯାଇଛି।

ସେହିପରି ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ ୮୯ଟି ଏନପିଡିଏସ ମାମଲା ରୁଜୁ କରାଯାଇ ୧୦୯ ଜଣଙ୍କୁ ଗିରଫ କରାଯାଇଛି। ଏହି ସମୟ ମଧ୍ୟରେ ପ୍ରାୟ ୮.୧୩ ଟନ୍ ଗଞ୍ଜେଇ ଜବତ ହୋଇଛି।ଏଥିସହ ୧୯,୩୮୭ଟି ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା ବେଳେ ୩୯୪.୬୪୫ ଗ୍ରାମ୍ ବ୍ରାଉନ୍ ସୁଗାର ଓ ୧,୦୬୬ଟି କଫ୍ ସିରପ୍ ବୋତଲ ଜବତ କରାଯାଇଛି।

ସେହିପରି ଅବକାରୀ ଆଇନ ଉଲ୍ଲଂଘନ ବିରୋଧରେ ୧,୭୦୭ଟି ମାମଲା ରୁଜୁ କରାଯାଇ ୧୪୦ ଜଣଙ୍କୁ ଗିରଫ କରାଯାଇଛି। ଏହି ଅଭିଯାନରେ ୧୦,୨୯୮.୨୪ ଲିଟର ଚୋରା ଦେଶୀ ମଦ, , ୨,୯୨୨.୪୦୯ ଲିଟର ବିଦେଶୀ ମଦ, ୧,୦୯୨.୫୪ ଲିଟର ଆସ୍କା-୪୦ ଜବତ କରାଯାଇଛି। ଏଥିସହ ୮୦୦ କେଜି ପୋଚ ଓ ୮୧ ଲିଟର ମହୁଲି ମଦ ମଧ୍ୟ ଜବତ ହୋଇଛି।

ଏହାବ୍ୟତୀତ ଜୁଆ କାରବାର ବିରୋଧରେ ୪୬ଟି ମାମଲା ରୁଜୁ କରାଯାଇ ୬୭ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୪,୩୬,୦୮୬ ଟଙ୍କା ଜବତ ହୋଇଛି। ସେହିପରି ବଳପୂର୍ବକ ଚାନ୍ଦା ଆଦାୟ ବିରୋଧରେ ୧୬ଟି ମାମଲା ରୁଜୁ କରାଯାଇ ୧୨ ଜଣଙ୍କୁ ଗିରଫ କରାଯିବା ସହ ୧୦,୫୨୦ ଟଙ୍କା ଜବତ କରାଯାଇଛି।

ଏହାବ୍ୟତୀତ ବେଆଇନ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଓ ବିସ୍ଫୋରକ ବିରୋଧରେ ୬ଟି ମାମଲା ରୁଜୁ କରାଯାଇଛି। ଏଥିରେ ୫ଟି ବନ୍ଧୁକ, ଗୋଟିଏ ରିଭଲଭର, ୪ ରାଉଣ୍ଡ ଗୁଳି, ଗୋଟିଏ ମ୍ୟାଗାଜିନ୍, ୨ଟି ଖାଲି କାର୍ଟ୍ରିଜ୍, ୨.୫ କେଜି ବାରୁଦ ଓ ୨ଟି ଖଣ୍ଡା ଜବତ ହୋଇଛି।

ସେହିପରି ସଂଗଠିତ ଅପରାଧ ବିରୋଧରେ ୭ଟି ମାମଲା ରୁଜୁ କରାଯାଇ ୧୮ ଜଣଙ୍କୁ ଗିରଫ କରାଯାଇଛି।

ଅପରାଧୀ ଓ ଅସାମାଜିକଙ୍କ ଗତିବିଧି ଉପରେ ନଜର ରଖିବା ସହ ବେଆଇନ ନିଶାଦ୍ରବ୍ୟ, ମଦ, ଅସ୍ତ୍ର ଓ ଅନ୍ୟାନ୍ୟ ନିଷିଦ୍ଧ ସାମଗ୍ରୀର ଚାଲାଣ ରୋକିବା ପାଇଁ ରାଜ୍ୟରେ ୧,୮୩୦ଟି ବ୍ଲକିଂ ଓ ବର୍ଡର ସିଲିଂ ଅପରେସନ୍ କରାଯାଇଥିଲା। ଅନ୍ତଃଜିଲ୍ଲା ଓ ଆନ୍ତଃରାଜ୍ୟ ରାସ୍ତାରେ ଯାଞ୍ଚକୁ ଜୋରଦାର କରାଯାଇଥିଲା।

ପାର୍ବଣ ସମୟରେ ରାଜ୍ୟବାସୀଙ୍କ ଶାନ୍ତି, ସୁରକ୍ଷା ଓ ନିରାପଦ ପରିବେଶ ସୁନିଶ୍ଚିତ କରିବା ସହ ଅପରାଧ ନିୟନ୍ତ୍ରଣ ଓ ପ୍ରତିଷେଧମୂଳକ ପୋଲିସିଂକୁ ଆହୁରି ସୁଦୃଢ଼ କରିବା ପାଇଁ ପୋଲିସର କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନରେ ଜାରି ରହିବ ବୋଲି ଡିଜିପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande