ଏମପିଭି-୨୯ ରେ ତ୍ରିଶକ୍ତି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ମାଲକାନଗିରି, ୪ ଅକ୍ଟୋବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମପିଭି-୨୯ ଗ୍ରାମ ଖେଳ ପଡ଼ିଆରେ ରବିବାର ୧୬ଟି ଦଳକୁ ନେଇ ତ୍ରିଶକ୍ତି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ମୁଖ୍ୟ ଅତିଥି ଭାବେ ବିଜେପିର ବରିଷ୍ଠ ନେତା ଉତ୍ତମ ଓଝା ଓ ଆଡମା ରାବା ଯୋଗ ଦେଇ ଏହି ଟୁର୍ଣ୍ଣା
ଏମପିଭି-୨୯ ରେ ତ୍ରିଶକ୍ତି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ


ମାଲକାନଗିରି, ୪ ଅକ୍ଟୋବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମପିଭି-୨୯ ଗ୍ରାମ ଖେଳ ପଡ଼ିଆରେ ରବିବାର ୧୬ଟି ଦଳକୁ ନେଇ ତ୍ରିଶକ୍ତି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ମୁଖ୍ୟ ଅତିଥି ଭାବେ ବିଜେପିର ବରିଷ୍ଠ ନେତା ଉତ୍ତମ ଓଝା ଓ ଆଡମା ରାବା ଯୋଗ ଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ଏହି ଅବସରରେ ଅତିଥିମାନେ ସ୍ଥାନୀୟ ଅଞ୍ଚଳରେ ଏଭଳି ଟୁର୍ଣ୍ଣାମେଣ୍ଟ ଯୁବକମାନଙ୍କୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବ ବୋଲି ଆଶା ପ୍ରକାଶ କରିଥିଲେ ।

ଉଦଘାଟନୀ ମ୍ୟାଚ୍ ବିବେକାନନ୍ଦ ଇଂଲିଶ ମିଡିଅମ ସ୍କୁଲ ଏମଭି-୭୯ ଓ ଲିଜେଣ୍ଡ ଏମଭି-୭୨ ମଧ୍ୟରେ ଖେଳାଯାଇଥିଲା । ଏଥିରେ ବିବେକାନନ୍ଦ ଇଂଲିଶ ମିଡିଅମ ସ୍କୁଲ ଏମଭି-୭୯ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏମଭି-୭୨ ଦଳ ବ୍ୟାଟିଂ କରି ୧୨୩ ରନ୍ ଟାର୍ଗେଟ୍ ଦେଇଥିବା ବେଳେ ଏମଭି-୭୯ ଦଳ ୧୨୪ ରନ୍ କରି ବିଜୟ ହାସଲ କରିଥିଲା । ଏହି ମ୍ୟାଚ୍ କୁ ଦେଖିବା ପାଇଁ ଶତାଧିକ କ୍ରିକେଟ୍ ପ୍ରେମୀ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande