ୟୋନେକ୍ସ-ସନରାଇଜ ସମ୍ବଲପୁର ଜିଲ୍ଲା ବ୍ୟାଡ଼ମିଣ୍ଟନ ଚାମ୍ପିୟାନସିପ ଉଦଯାପିତ : ପୁରୁଷ ସିଙ୍ଗିଲ୍ସରେ ଆରଣ୍ୟକ ଦାସ ଓ ମହିଳା ସିଙ୍ଗିଲ୍ସରେ ଲିଜୁନ ସ୍ଵାଇଁ ଚମ୍ପିୟାନ
ୟୋନେକ୍ସ-ସନରାଇଜ ସମ୍ବଲପୁର ଜିଲ୍ଲା ବ୍ୟାଡ଼ମୀଣ୍ଟନ ଚାମ୍ପିୟାନସିପ ଉଦଯାପିତ
ୟୋନେକ୍ସ-ସନରାଇଜ ସମ୍ବଲପୁର ଜିଲ୍ଲା ବ୍ୟାଡ଼ମୀଣ୍ଟନ ଚାମ୍ପିୟାନସିପ ଉଦଯାପିତ


ୟୋନେକ୍ସ-ସନରାଇଜ ସମ୍ବଲପୁର ଜିଲ୍ଲା ବ୍ୟାଡ଼ମୀଣ୍ଟନ ଚାମ୍ପିୟାନସିପ ଉଦଯାପିତ


ୟୋନେକ୍ସ-ସନରାଇଜ ସମ୍ବଲପୁର ଜିଲ୍ଲା ବ୍ୟାଡ଼ମୀଣ୍ଟନ ଚାମ୍ପିୟାନସିପ ଉଦଯାପିତ


ୟୋନେକ୍ସ-ସନରାଇଜ ସମ୍ବଲପୁର ଜିଲ୍ଲା ବ୍ୟାଡ଼ମୀଣ୍ଟନ ଚାମ୍ପିୟାନସିପ ଉଦଯାପିତ


ସମ୍ବଲପୁର, ୪ ଅକ୍ଟୋବର (ହି.ସ.)- ସମ୍ବଲପୁର ଜିଲ୍ଲା ବ୍ୟାଡ଼ମିଣ୍ଟନ ସଂଘ ପକ୍ଷରୁ ସମ୍ବଲପୁର ଜିଲ୍ଲା ବ୍ୟାଡ଼ମୀଣ୍ଟନ ଚାମ୍ପିୟାନସିପ ବିଜୁ ପଟ୍ଟନାୟକ ମଲ୍ଟି ପରପଜ ଇଣ୍ଡୋର ଷ୍ଟାଡିଅମ, ବୁର୍ଲା ଠାରେ ଉଦଯାପିତ ହୋଇଯାଇଛି l ଏହି ଅବସରରେ ଆୟୋଜିତ ଉଦଯାପନୀ ତଥା ପୁରସ୍କାର ବିତରଣୀ ଉତ୍ସବରେ ବୁର୍ଲା ଏମସିଏଲର ଅର୍ଥ ବିଭାଗ ଜିଏମ୍ ସଞ୍ଜୟ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୂର୍ବତନ ଖେଳାଳି ଦେବେନ୍ଦ୍ର ମିଶ୍ର, ଭିସୁଟ, ବୁର୍ଲା ସହକାରୀ ପ୍ରଫେସର ଡ଼. ପ୍ରିୟଦର୍ଶୀ ତାପସ ରଞ୍ଜନ ସ୍ୱାଇଁ ଓ ମାନଭଞ୍ଜନ ପଣ୍ଡା, ଏମସିଏଲ ଅଧିକାରୀ ସରୋଜ କୁମାର ସୋରେନ, ନନ୍ଦ କିଶୋର, ସମ୍ବଲପୁର ଜିଲ୍ଲା ଉପସଭାପତି ପ୍ରବୀଣ ବେହେରା, ଟୁର୍ନାମେଣ୍ଟ ମ୍ୟାଚ ରେଫରୀ ଲକ୍ଷପତି ନନ୍ଦ, ଟୁର୍ନାମେଣ୍ଟ ସଂଯୋଜକ ଅଭିଷେକ ବିଶ୍ୱାସ ଓ ରାଜେଶ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ l ଜାତୀୟ ସ୍ତରୀୟ ଅମ୍ପାୟାର ଟିକେଶ୍ୱର ସାହୁଙ୍କର ସଂଯୋଜନାରେ ଆୟୋଜିତ ଉଦ୍ଘାଟନୀ ସଭାରେ ଅତିଥି ମାନେ କହିଥିଲେ ଯେ, ନିଜକୁ ସୁସ୍ଥ ମାନସିକ ସ୍ତରରେ ସୁସ୍ଥ ରଖିବା ପାଇଁ କ୍ରୀଡାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ l

ଏହି ଟୁର୍ନାମେଣ୍ଟ ରେ ସମ୍ବଲପୁର ଜିଲ୍ଲା ର କୁଚିଣ୍ଡା, ହୀରାକୁଦ, ରେଢ଼ାଖୋଲ, ରେଙ୍ଗାଲି, ବୁର୍ଲା ଓ ସମ୍ବଲପୁରର ୨୩୨ ଜଣ ବାଳକ ଓ ବାଳିକା ଖେଳାଳି ଅଂଶଗ୍ରହଣ କରିଛନ୍ତି l ଯେଉଁଥିରେ ବାଳକ ଓ ବାଳିକା ବିଭାଗର ୯, ୧୧, ୧୩, ୧୫, ୧୭ ଓ ୧୯ ବର୍ଷରୁ କମ ତଥା ସିନିଅର ବର୍ଗରେ ପ୍ରତିଯୋଗିତା ଗୁଡିକ ଆୟୋଜିତ ହୋଇଥିଲା l ଏହି ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ ୨୪ ଗୋଟି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଶେଷରେ ଅତିଥି ମାନଙ୍କ ଦ୍ୱାରା ବିଜେତା ଓ ଉପ ବିଜେତା ଖେଳାଳି ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଆୟୋଜିତ ପ୍ରତିଯୋଗିତାରେ ବିଶେଷ ଭାବରେ ପୁରୁଷ (ସିନିଅର) ବର୍ଗରେ ଆରଣ୍ୟକ ଦାସ ବିଜୟୀ ହୋଇଥିବା ବେଳେ ରେହାନ ପ୍ରଧାନ ରନର୍ସ ଅଫ ହୋଇଥଲେ l ମହିଳା (ସିନିଅର ) ବର୍ଗରେ ଲିଜୁନ ସ୍ୱାଇଁ ବିଜେତା ଓ ସାନଭି ଗଥାନି ରନର୍ସ ଅଫ ହୋଇଥିଲେ l ପୁରୁଷ ଡବଲ୍ସରେ ତୌସିଫ ଖାନ ଓ ଲକ୍ଷ୍ମଣ ପ୍ରେମକିଷନ ବିଜେତା ହୋଇଥିବା ବେଳେ, ଆଶୁତୋଷ ସେଠୀ ଓ ଇ. ପ୍ରେମ କୁମାର ଉପ-ବିଜେତା ହୋଇଥିଲେ l

ଏହି ଚାମ୍ପିୟାନସିପରେ ଓଡିଶା ବ୍ୟାଡ଼ମୀଣ୍ଟନ ସଂଘ ସ୍ୱୀକୃତି ପ୍ରାପ୍ତ ଅମ୍ପାୟାର ଟିକେଶ୍ୱର ସାହୁ, ସୌମିତ୍ରୀ ପ୍ରସାଦ ଦାସ, ବବୁଲୁ ସାହୁ, ମଣି ବେଜି, ହେମାନନ୍ଦ ଥପା, ସୂର୍ଯ୍ୟ ପାଣିଗ୍ରାହୀ, ନୀଳାଞ୍ଚଳ ସେଠୀ, ବବୁଲୁ ପ୍ରଧାନ, ସନ୍ଦୀପ ନାୟକ, ତପୁନ ସାହୁ, ସ୍ୱରାଜ ସିଂ ଛୁରିଆ ପ୍ରମୁଖ ମ୍ୟାଚ ପରିଚାଳନା କରିଥିଲେ l ଏଥିସହ ଶଶାଙ୍କ ଶେଖର ଜେନା, ସୁରଜ ପଟ୍ଟନାୟକ ଓ ପ୍ରଜ୍ବଳିତ ପାତ୍ର ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande