
ଧର୍ମଶାଳା,୪ଅକ୍ଟୋବର(ହି.ସ.) - ଯାଜପୁର ଜିଲା ଧର୍ମଶାଳ ବ୍ଲକ ଅଂଚଳରେ କିଛି ଦିନ ବ୍ୟବଧାନ ପରେ ପୁଣି ଅଶାନ୍ତ ହୋଇପଡିଛି । ଆଜି ଧର୍ମଶାଳା ବ୍ଲକ ମଧୁପୁରଗଡ ପଂଚାୟତସ୍ଥ ପନ୍ତୁରୀ ନିକଟରେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବକୁମାର ବଳବନ୍ତରାୟ ଯୋଗ ଦେବାକୁ ଯିବା ସମୟରେ ପୁଲିସଙ୍କ ଉପସ୍ଥିତିରେ ତାଙ୍କ ଗାଡି(ଓଡି୦୨ସିଏଫ୩୩୩୩) ଉପରକୁ ଢେଲା ପଥର ପିଙ୍ଗିବା ସହିତ ତାଙ୍କୁ ଆକ୍ରମଣ କରିଥିଲେ କୌଶଳକ୍ରମେ ସେ ଖସି ଆସିଥିଲେ । ଏହି ଘଟଣାକୁ ନେଇ ପାଣିକୋଇଲିସ୍ଥ ଯାଜପୁର ଆରକ୍ଷୀ ଅଧିକ୍ଷକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ପୂର୍ବତନ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ,ପୂର୍ବତନ ମନ୍ତ୍ରୀ ପ୍ରୀତିରଂଜନ ଘଡାଇ,ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତିଙ୍କ ସମତେ ବହୁ ଦଳୀୟ କର୍ମୀ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପଂହଚି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ତେବେ ଏଭଳି ଘଟଣାକୁ ନେଇ ଧର୍ମଶାଳାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ