
ଭଦ୍ରକ, ୪ ଅକ୍ଟୋବର (ହି.ସ.) -ଆଜି ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବନ୍ତ ବ୍ଲକ୍ (ପୁରୁଷଣ୍ଢ) ଗ୍ରାମ ପଞ୍ଚାୟତର ତୃଣମୂଳ ସ୍ତରର କର୍ମକର୍ତ୍ତା ତଥା ସ୍ଥାନୀୟ ଅଞ୍ଚଳର ନେତୃମଣ୍ଡଳୀ ମାନଙ୍କୁ ନେଇ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକଙ୍କ ଭଦ୍ରକ ସ୍ଥିତ ବାସଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସ୍ଥାନୀୟ ସମସ୍ୟା ସମ୍ପର୍କରେ ବିଧାୟକ ଶ୍ରୀ ମଲ୍ଲିକ ଉପସ୍ଥିତ ନେତୃମଣ୍ଡଳୀ ଓ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାସହ ଆଗାମୀ ପଂଚାୟତ ନିର୍ବାଚନରେ କିଭଳି ଦଳ ବିଜୟ ଲାଭ କରିବ ସେ ସମ୍ପର୍କରେ ରଣନୀତି ପ୍ରସ୍ତୁତ କରିଥିଲେ।ଏହି ଅବସରରେ କର୍ମକର୍ତ୍ତା ଓ ସ୍ଥାନୀୟ ନେତୃମଣ୍ଡଳୀ ବିଧାୟକଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନାଙ୍କ ସମେତ ବିଜୁ ଜନତା ଦଳର ବରିଷ୍ଠ ନେତୃତ୍ୱ, କର୍ମକର୍ତ୍ତା, ବିଜୁ ଯୁବ/ଛାତ୍ର/ମହିଳା ଜନତା ଦଳର ନେତୃତ୍ୱ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ