ବିଜୟ ଜେନାଙ୍କ ସ୍ମୃତିରେ ମେଗା ସ୍ୱାସ୍ଥ୍ୟ ଶିବିର ଉଦଯାପିତ
ଭଦ୍ରକ, ୪ ଅକ୍ଟୋବର (ହି.ସ.) -ଭଦ୍ରକ କ୍ରିକେଟ ଆସୋସିଏସନର ପୂର୍ବତନ ସଭାପତି, ସିମୁଳିଆ ମହାବିଦ୍ୟାଳୟ ର ପୂର୍ବତନ ଅଧକ୍ଷ, ୟୁନାଇଟେଡ଼ କ୍ଳବର ପୂର୍ବତନ ସମ୍ପାଦକ ସ୍ୱର୍ଗତ ବିଜୟ ଜେନାଙ୍କ ପ୍ରଥମ ବାର୍ଷିକ ସ୍ମୃତିରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଚରମ୍ପା ଅଗ୍ରସେନ ଭବନରେ ଅନୁଷ୍ଠିତ ହୋଇ ଯାଇଛି! ଓଡିଶ
bijoy jenak smrutire swata seba


ଭଦ୍ରକ, ୪ ଅକ୍ଟୋବର (ହି.ସ.) -ଭଦ୍ରକ କ୍ରିକେଟ ଆସୋସିଏସନର ପୂର୍ବତନ ସଭାପତି, ସିମୁଳିଆ ମହାବିଦ୍ୟାଳୟ ର ପୂର୍ବତନ ଅଧକ୍ଷ, ୟୁନାଇଟେଡ଼ କ୍ଳବର ପୂର୍ବତନ ସମ୍ପାଦକ ସ୍ୱର୍ଗତ ବିଜୟ ଜେନାଙ୍କ ପ୍ରଥମ ବାର୍ଷିକ ସ୍ମୃତିରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଚରମ୍ପା ଅଗ୍ରସେନ ଭବନରେ ଅନୁଷ୍ଠିତ ହୋଇ ଯାଇଛି! ଓଡିଶା କ୍ରିକେଟ ଆସୋସିଏସନର ପୂର୍ବତନ ଅଧକ୍ଷ ଧିରେନ ପଲାଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଶିବିର କୁ ସ୍ୱଗତ ବିଜୟ ଜେନାଙ୍କ ସହ ଧର୍ମିଣୀ ସୌଦାମିନୀ ବଳ ଉଦଘାଟନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲାଇ, ଭଦ୍ରକ କ୍ରିକେଟ ଆସୋସିଏସନର ସଭାପତି ଜାତିକାନ୍ତ ନାୟକ, ସମାଜସେବୀ ରମେଶ ଜେନା, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସମ୍ପାଦକ ଆଇନ ଯିବି ପବନ ଶର୍ମା, ଟାଇକୋଣ୍ଡୋ ଆସୋସିଏସନର ରାଜ୍ୟ ସମ୍ପାଦକ ରବି ନାରାୟଣ ପାଣିଗ୍ରାହୀ ଯୋଗ ଦେଇଥିଲେ! ଭଦ୍ରକ ଜିଲ୍ଳାର ପ୍ରାୟ ୭୪୫ ରୋଗୀ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ମାଗଣା ରେ ଓଷଧ ପ୍ରଦାନ କରାଯଇଥିଲା! ଓଡିଶା ର ନାମୀଦାମୀ ଡାକ୍ତରଙ୍କ ମଧ୍ୟରେ ଡ଼ ସନ୍ତୋଷ ଜେନା, ଡ଼ କଲ୍ୟାଣୀ ନାୟକ, ଡ଼ ଧନଞ୍ଜୟ ପଣ୍ଡା, ଡ଼ ଭାଗ୍ୟଶ୍ରୀ ପଣ୍ଡା, ଡ଼ ସୌମ୍ୟ ରଞ୍ଜନ ବାରିକ, ନଳିନୀକାନ୍ତ ସାହୁ, ଡ଼ ଶୋଭନା ସେଠ, ଡ଼ ସରିତ ଶେଖର ପଟ୍ଟନାୟକ, ଡ଼ ସଞ୍ଜୟ ଦାସ, ଡ଼ ଅସିତ କୁମାର ଜେନା, ଡ଼ ଉଦୟ ଭାନୁ ରାଉତ, ଡ଼ ଶୁଭ୍ରାଂଶୁ ଶେଖର ଲେଙ୍କା, ଡ଼ ଦିପକ ଜେନା, ଡ଼ ଔ ଜଲ୍ୟ କୁମାର ଜେନା, ଡ଼ ଜ୍ଞାନ ରଞ୍ଜନ ନାୟକ, ଡ଼ ଚନ୍ଦନ ଜେନା,ଡ଼ ସାୟନ ଜାନା,ଡ଼ ରାଜଦୀପ ଭୌମିକ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ମେଡ଼ିସିନ ଦେଇଥିଲେ! ଅନ୍ୟ ମାନଙ୍କ ମଧ୍ୟରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ର ବରିଷ୍ଠ ସଦସ୍ୟ ବିଦ୍ୟାଧର ବାରିକ, ୟୁନାଇଟେଡ଼ କ୍ଳବର ସମ୍ପାଦକ ୍ୱିଶାଲ ଲାଖନୀ, ସବୁଜ କ୍ଲବର ଅଜୟ ଧଳ, ଶିକ୍ଷାବିତ ରବି ନାରାୟଣ ଓଝା, ସଂଘମିତ୍ରା ଦାଶ, ସମାଜ ସେବୀ ସୀତାକାନ୍ତ ଦାଶ,ଅଜୟ ମିଶ୍ର,ରୋଟାର୍ୟିାନ ଶିଶିର ମିଶ୍ର, ଅତିଶ ବେହେରା, ବ୍ୟାମୋକେଶ ସେନାପତି, ରତିକାନ୍ତ ପରିଡା, କାଉନସିଲର ଦିଲ୍ଲୀପ ନାୟକ, ବେଦ ପ୍ରକାଶ ଗୁପ୍ତା, ଲକ୍ଷ୍ମୀ କାନ୍ତ ଷଡ଼ଙ୍ଗୀ, ବିଜୟ ଲଖାନୀ ନୀ, ଅରୁଣ ମଜୁମ ଦାର ସହଯୋଗ କରିଥିଲେ!ଭଦ୍ରକରେ ପ୍ରଥମ ଥର ପାଇଁ ଏତେ ବଡ଼ ସ୍ୱାସ୍ଥ୍ୟ ଶିବିରର ସୁପରିଚାଳନା ପାଇଁ ବିଜୟ କୁମାର ଜେନାଙ୍କ ପୁତ୍ର ଡ଼ ଅନୁରାଗ ଜେନା ଓ ଅନୁପମ ଜେନା ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ!

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande