ବରିଷ୍ଠ ପୂଜକଙ୍କ ଦେହାନ୍ତ : ସ୍ଥାନୀୟ ଅଂଚଳରେ ଶୋକ
ଧର୍ମଶାଳା,୪ ଅକ୍ଟୋବର(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ମଙ୍ଗରାଜପୁର ପଂଚାୟତ ମଙ୍ଗରାଜପୁର ଗ୍ରାମର ବରିଷ୍ଠ ପୂଜକ ଦୀନବନ୍ଧୁ ପଣ୍ଡାଙ୍କର ପରଲୋକ ଘଟିଛି । ପରଲୋକ ବେଳକୁ ତାଙ୍କୁ ୭୬ବର୍ଷ ବୟସ ହୋଇଥିଲା । ସେ ସବୁ ଦିନ ପରି ସକାଳୁ ଘର ନିଟକସ୍ଥ ନଦୀ ବନ୍ଧରୁ ଫୁଲ ତୋଳିବାକୁ ଯାଇଥିଲେ । ଫୁଲ ତୋଳି
ବରିଷ୍ଠ ପୂଜକଙ୍କ ଦେହାନ୍ତ : ସ୍ଥାନୀୟ ଅଂଚଳରେ ଶୋକ


ଧର୍ମଶାଳା,୪ ଅକ୍ଟୋବର(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ମଙ୍ଗରାଜପୁର ପଂଚାୟତ ମଙ୍ଗରାଜପୁର ଗ୍ରାମର ବରିଷ୍ଠ ପୂଜକ ଦୀନବନ୍ଧୁ ପଣ୍ଡାଙ୍କର ପରଲୋକ ଘଟିଛି । ପରଲୋକ ବେଳକୁ ତାଙ୍କୁ ୭୬ବର୍ଷ ବୟସ ହୋଇଥିଲା । ସେ ସବୁ ଦିନ ପରି ସକାଳୁ ଘର ନିଟକସ୍ଥ ନଦୀ ବନ୍ଧରୁ ଫୁଲ ତୋଳିବାକୁ ଯାଇଥିଲେ । ଫୁଲ ତୋଳି ଫେରିବା ପରେ ସେ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ତୁରନ୍ତ ଘର ଫେରି ଆସିଥିଲେ । ଘରେ ପଂହଚିବାର କିଛି ସମୟ ପରେ ସେ ଟଳି ପଡିଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ତ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମେଡିକାଲ ପକ୍ଷରୁ ଏହି ମୃତ ଖବର ବ୍ରହ୍ମବରଦା ଥାନାକୁ ଦିଆ ଯାଇଥିଲା । ପୁଲିସ ମେଡିକାଲରେ ପଂହଚି ଏକ ମାମଲା ରୁଜୁ କରିବା ସହିତ ଶବ ବ୍ୟବଛେଦ ପରେ ପରିବାରକବର୍ଗଙ୍କୁ ହସ୍ତାନ୍ତରିତ କରି ଥିଲା । ତାଙ୍କ ମରଶରୀର ମଙ୍ଗରାଜପୁରସ୍ଥ ବାସଭବନଠାରେ ପଂହଚିବା ପରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ବରିଷ୍ଠ ମୁରୁବୀ ,ସାମାଜିକ କର୍ମୀ,ସ୍ଥାନୀୟ ନେତା,ଯୁବ ସଂଗଠକମାନେ ବାସଭବନରେ ପଂହଚି ଶେଷ ଦର୍ଶନ କରିଥିଲେ । ଏକ ବିଶାଳ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ଶେଷକୃତ ସମ୍ପନ୍ନ କରାଯାଇଥିଲା । ତାଙ୍କ ପୁଅ ହରିଆଶିଷ୍ ମୁଖାଗ୍ନୀ ଦେଇଥିଲେ । ସ୍ୱର୍ଗତ ପଣ୍ଡା ଦୀର୍ଘ ଦିନ ଧରି କୋଲକାତାରେ ରହି ବିଭିନ୍ନ ଦେବାଳୟମାନଙ୍କରେ ପୂଜା କରି ଆସୁ ଥିଲେ । ତେବେ ବାର୍ଦ୍ଧକ୍ୟ ଜନିତ କାରଣରୁ ସେ ଘରେ ରହି ଆସୁଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande