ମେଧାବୀ ଛାତ୍ରୀଙ୍କୁ ଧର୍ମଶାଳା ବିଧାୟକଙ୍କ ପକ୍ଷରୁ ଲ୍ୟାପଟପ୍ ପ୍ରଦାନ
ଧର୍ମଶାଳା, ୪ ଅକ୍ଟୋବର(ହି.ସ.) - ଶିକ୍ଷା କ୍ଷେତ୍ରରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ଉଚ୍ଚଶିକ୍ଷା ପାଇଁ ଆବଶ୍ୟକ ସହଯୋଗ ଯୋଗାଇଦେବା ଉଦ୍ଦେଶ୍ୟରେ ଯାଜପୁର ଜିଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପକ୍ଷରୁ ଜଣେ ମେଧାବୀ ଛାତ୍ରୀଙ୍କୁ ଲ୍ୟାପଟପ୍ ପ୍ରଦାନ କରାଯାଇଛି । ରସୁଲପ
ମେଧାବୀ ଛାତ୍ରୀଙ୍କୁ ଧମର୍ଶାଳା ବିଧାୟକଙ୍କ ପକ୍ଷରୁ ଲ୍ୟାପଟପ୍ ପ୍ରଦାନ


ଧର୍ମଶାଳା, ୪ ଅକ୍ଟୋବର(ହି.ସ.) - ଶିକ୍ଷା କ୍ଷେତ୍ରରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ଉଚ୍ଚଶିକ୍ଷା ପାଇଁ ଆବଶ୍ୟକ ସହଯୋଗ ଯୋଗାଇଦେବା ଉଦ୍ଦେଶ୍ୟରେ ଯାଜପୁର ଜିଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପକ୍ଷରୁ ଜଣେ ମେଧାବୀ ଛାତ୍ରୀଙ୍କୁ ଲ୍ୟାପଟପ୍ ପ୍ରଦାନ କରାଯାଇଛି । ରସୁଲପୁର ବ୍ଲକ ଅନ୍ତର୍ଗତ କଲଣ ପଂଚାୟତସ୍ଥ ନୂଆହାଟ ଗ୍ରାମର ମେଧାବୀ ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ପୃଷ୍ଟିଙ୍କୁ ବିଧାୟକ ଶ୍ରୀ ସାହୁ ଏହି ଲ୍ୟାପଟପ୍ ପ୍ରଦାନ କରିଛନ୍ତି । ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ିବା ସହ ଡିଜିଟାଲ୍ ଶିକ୍ଷା ଓ ଉଚ୍ଚଶିକ୍ଷା ପାଇଁ ଲ୍ୟାପଟପ୍ ଟି ପ୍ରିୟଙ୍କାଙ୍କୁ ଅଧିକ ସହାୟକ ହେବ ବୋଲି ଆଶା ପ୍ରକାଶ କରାଯାଇଛି । ମେଧାବୀ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ପ୍ରୋତ୍ସାହନ ଦେଇ ସେମାନଙ୍କ ଶିକ୍ଷା ଯାତ୍ରାରେ ସହଯୋଗ କରିବାର ଏଭଳି ପଦକ୍ଷେପକୁ ଅଂଚଳବାସୀ ସ୍ୱାଗତ କରିଛନ୍ତି । ପ୍ରିୟଙ୍କା ଭବିଷ୍ୟତରେ ନିଜ ଲକ୍ଷ୍ୟ ହାସଲ କରି ନିଜ ପରିବାର ତଥା ଅଂଚଳର ଗୌରବ ବଢ଼ାଇବେ ବୋଲି ବିଧାୟକ ଶ୍ରୀ ସାହୁ ଆଶା ପ୍ରକାଶ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande