ଜୟପୁରରେ ବଡ଼ ଧରଣର ବ୍ରାଉନସୁଗାର କାରବାର ସମୟରେ ଚଢ଼ାଉ : ୬ ଗିରଫ, ଗାଡ଼ି ସହ ମାରଣାସ୍ତ୍ର ଜବତ
ଜୟପୁର, ୦୪ ଅକ୍ଟୋବର (ହି.ସ.) - ରାଜ୍ୟରେ ନିଶା କାରବାର ବିରୋଧରେ ପୋଲିସ ମହାନିର୍ଦ୍ଦେଶକଙ୍କ କଡ଼ା ନିର୍ଦ୍ଦେଶ ଓ ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନ କ୍ରମରେ ଜୟପୁର ପୋଲିସ କୁ ଏକ ବଡ଼ ସଫଳତା ମିଳିଛି। ଏନେଇ ଆଜି ଜୟପୁର ଟାଉନ ଥାନା ରେ ଏସଡିପିଓ ଅର୍ଚିତା ମିତଲ ସୂଚନା ଦେଇଛନ୍ତି । ବ୍ରାଉନ କାରବାର ଚାଲୁଥ
ଜୟପୁରରେ ବଡ଼ ଧରଣର ବ୍ରାଉନସୁଗାର କାରବାର ସମୟ ରେ ଚଢ଼ାଉ : ୬ ଗିରଫ, ଗାଡ଼ି ସହ ମାରଣାସ୍ତ୍ର ଜବତ


ଜୟପୁରରେ ବଡ଼ ଧରଣର ବ୍ରାଉନସୁଗାର କାରବାର ସମୟ ରେ ଚଢ଼ାଉ : ୬ ଗିରଫ, ଗାଡ଼ି ସହ ମାରଣାସ୍ତ୍ର ଜବତ


ଜୟପୁର, ୦୪ ଅକ୍ଟୋବର (ହି.ସ.) - ରାଜ୍ୟରେ ନିଶା କାରବାର ବିରୋଧରେ ପୋଲିସ ମହାନିର୍ଦ୍ଦେଶକଙ୍କ କଡ଼ା ନିର୍ଦ୍ଦେଶ ଓ ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନ କ୍ରମରେ ଜୟପୁର ପୋଲିସ କୁ ଏକ ବଡ଼ ସଫଳତା ମିଳିଛି। ଏନେଇ ଆଜି ଜୟପୁର ଟାଉନ ଥାନା ରେ ଏସଡିପିଓ ଅର୍ଚିତା ମିତଲ ସୂଚନା ଦେଇଛନ୍ତି ।

ବ୍ରାଉନ କାରବାର ଚାଲୁଥିବା ବେଳେ ଜୟପୁର ଟାଉନ ପୋଲିସ ଚଢାଉ କରିଛି । ଏନେଇ ଆଜି ଜୟପୁର ଟାଉନ ଥାନା ରେ ଏସଡିପିଓ ଅଚ୍ଚିତା ମିତଲ ଗଣ ମାଧ୍ୟମକୁ ସୁଚନା ଦେଇଛନ୍ତି । ଚଢାଉ କରି ଜଣେ ମହିଳା ଙ୍କ ସହ ୬ ଅଭିଯୁକ୍ତ କୁ ଗିରଫ କରି ବ୍ରାଉନ ସୁଗର, କାର, ମାରଣାସ୍ତ୍ର ଓ ଟଙ୍କା ଜବତ କରିଛି । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ କୋରାପୁଟର ୨ ଜଣ ଖୋଦ୍ଧାର ୩ ଜଣ ନୟାଗଡର ଜଣେ । ଗିରଫ ଅଭିଯୁକ୍ତ ମାନେ ହେଲ ଜୟପୁର ଗୋପବନ୍ଧୁ ନଗର ରାମ ଛତ୍ରିୟା (୩୫), ଖୋଦ୍ଧାର ପ୍ରକାଶ କୁମାର ଛୁଆଳ ସିଂ (୫୨), ଶେଖ ଆଲ୍ଲି (୨୬), ଓ ସତ୍ୟ ପ୍ରିୟ ପଟ୍ଟନାୟକ (୪୯), କୋରାପୁଟର ଆଲୋକ ଚେଟ୍ଟି (୨୯) ନୟାଗଡର ସରୋଜିନି ବରଡା (୩୬) ।

ପୋଲିସ ସୂଚନା ଅନୁଯାଇ କେନାଲ ରୋଡ୍ ନିକଟରେ ଚାଲିଥିବା ଏକ ବଡ଼ ଧରଣର ବ୍ରାଉନସୁଗାର କାରବାର ଉପରେ ଚଢ଼ଉ କରି ପୁଲିସ ୪୦୩.୧ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛି। ଜବତ ନିଶାଦ୍ରବ୍ୟର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୪୦ ରୁ ୪୫ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ପୁଲିସ ସୂଚନା ଅନୁଯାୟୀ, ଗତ ୩ ତାରିଖ ରାତିରେ ପାଟ୍ରୋଲିଂ ଚାଲିଥିବା ସମୟରେ କେନାଲ ରୋଡ୍ ନିକଟରେ ବ୍ରାଉନସୁଗାର କାରବାର ହେଉଥିବା ନେଇ ଏକ ବିଶ୍ୱସ୍ତ ସୂତ୍ରରୁ ଗୁଇନ୍ଦା ସୂଚନା ମିଳିଥିଲା। ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ବେଳେ ପ୍ରଥମେ ଦୁଇ ଜଣ ନିଶା ଗ୍ରହଣକାରୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। କିଛି ସମୟ ପରେ ସେଠାରେ ଏକ ଧଳା ରଙ୍ଗର ମାରୁତି ସୁଜୁକି ଡିଜାୟାର୍ କାର୍ ଆସି ପହଂଚିଥିଲା। ସେଠାରେ ଉପସ୍ଥିତ ମୋଟ ୭ ଜଣଙ୍କ ମଧ୍ୟରୁ ପୁଲିସ ୬ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିବା ବେଳେ ଜଣେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା।

ଏନଡିପିଏସ ନିୟମ ଅନୁସାରେ ଅଭିଯୁକ୍ତ ଓ ଗାଡ଼ିର ତଲାସି କରାଯିବା ପରେ କାର୍ରୁ ୩୭୦୦ଟି ବ୍ରାଉନସୁଗାର ପୁଡ଼ିଆ ଏବଂ ପ୍ରତ୍ୟେକଟି ୧୦ ଗ୍ରାମ ଲେଖାଏଁ ଥିବା ୧୧ଟି ପ୍ୟାକେଟ୍ ମିଳିଥିଲା। ସମୁଦାୟ ୪୦୩.୧ ଗ୍ରାମ ଓଜନର ବ୍ରାଉନସୁଗାର ଜବତ ହୋଇଛି। ଜୟପୁରର ରିସିଭର ରାମୁ ନିକଟରୁ ୧୦୦ଟି ପୁଡ଼ିଆ ମିଳିଥିବା ବେଳେ କାରରେ ଆସିଥିବା ଖୋର୍ଦ୍ଧାର ଅଲ୍ଲୀ ନାମକ ଜଣେ ଯୁବକଙ୍କ ନିକଟରୁ ପ୍ରାୟ ୧୧୦ ଗ୍ରାମ ବ୍ରାଉନସୁଗାର ଉଦ୍ଧାର କରାଯାଇଛି। ଏହା ବ୍ୟତୀତ ଘଟଣାସ୍ଥଳରୁ ଗୋଟିଏ କାର, ନଗଦ ୨୦ ହଜାର ଟଙ୍କା, ୮ଟି ମୋବାଇଲ୍ ଫୋନ୍ ଏବଂ ଗାଡ଼ି ଡିକିରୁ ୨ଟି ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି। ଗିରଫ ହୋଇଥିବା ୬ ଜଣଙ୍କ ମଧ୍ୟରେ କୋରାପୁଟର ୨ ଜଣ, ନୟାଗଡ଼ର ୩ ଜଣ ଏବଂ ଖୋର୍ଦ୍ଧାର ଜଣେ ବ୍ୟକ୍ତି ସାମିଲ ଅଛନ୍ତି। ସେମାନଙ୍କ ନାମରେ ପୂର୍ବରୁ ମଧ୍ୟ ଏନଡିପିଏସ ଆଇନ ଅନୁଯାୟୀ ବିଭିନ୍ନ ଅପରାଧିକ ମାମଲା ରହିଛି। ନିଶା କାରବାର ବିରୋଧରେ ପୁଲିସ ‘ଜିରୋ ଟଲରାନ୍ସ’ ନୀତି ଆପଣାଇ ଆଗକୁ ମଧ୍ୟ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଜାରି ରଖିବ ବୋଲି ପ୍ରେସମିଟ୍ରେ ସ୍ପଷ୍ଟ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande