
ରାଉରକେଲା, 05 ଅକ୍ଟୋବର (ହି.ସ.) ନୂଆଁ ଗାଁ ବ୍ଲକ କାର୍ଯ୍ୟାଳୟରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ଓ ସୁନ୍ଦରଗଡ ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ କୌର ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ।
ଆଜି ମୋଟ ୧୦୮ଗୋଟି ଅଭିଯୋଗର ଶୁଣାଣୀ ହୋଇଥିଲା l ସେଥି ମଧ୍ୟରୁ ୫୪ ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୫୧ଟି ସାମୁହିକ ଅଭିଯୋଗ ରହିଥିଲା। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଆଥିିକ ସହାୟତା ପାଇଁ ୨ ବ୍ୟକ୍ତି ଓ ରେଡକ୍ରସ ପାଣ୍ଠି ପାଇଁ ଜଣେ ବ୍ୟକ୍ତି ଆବେଦନ କରିଥିଲେ l ଆଜି ଆସିଥିବା ଅଭିଯୋଗ ଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ରାସ୍ତା ଘାଟ ସମସ୍ୟା, ପେନସନ, ବିଦ୍ୟୁତ୍ ସମସ୍ୟା, ରାସନ୍ କାର୍ଡ ସମସ୍ୟା, ପାନୀୟ ଜଳ ସମସ୍ୟା ଆଦି ପ୍ରମୁଖ ରହିଥିଲା।
ଆଜିର ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ରେ ରାଉରକେଲା ଡି ଏଫ୍ ଓ ରବିକାନ୍ତ ମୀନା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ସୁରଂଜନ ସାହୁ, ପାନପୋଷ ଉପଜିଲ୍ଲାପାଳ ଶ୍ରୀ ଚନ୍ଦ୍ରକାନ୍ତ ମଲ୍ଲିକ, ପି ଏ ଆଇଟିଡି ଏ ବିକ୍ରଣୀ କିସ ପୋଟ୍ଟ। ସମେତ ନୂଆଁ ଗାଁ ବିଡିଓ ଜ୍ୟୋତିବିକାଶ ଦାଶ ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ