ଅପରେସନ ‘ନିଶା ମୁକ୍ତି ଓଡ଼ିଶା ଅଭିଯାନ’: ୩ କେଜିରୁ ଅଧିକ ଗଞ୍ଜେଇ ଜବତ, ଜଣେ ଗିରଫ
1arrest-with-3kg-ganja-JHS
ଅପରେସନ ‘ନିଶା ମୁକ୍ତି ଓଡ଼ିଶା ଅଭିଯାନ’: ୩ କେଜିରୁ ଅଧିକ


ଝାରସୁଗୁଡ଼ା, ୫ ଅକ୍ଟୋବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ପୁଲିସର ଫ୍ଲାଗ୍ସିପ୍ ଅଭିଯାନ ‘ନିଶା ମୁକ୍ତି ଓଡ଼ିଶା ଅଭିଯାନ’ ଅନ୍ତର୍ଗତ ଓରିଏଣ୍ଟ ଥାନା ପୁଲିସ ଏକ ଏନ୍ଡିପିଏସ୍ ମାମଲା ଠାବ କରିଛି। ଏହି ଘଟଣାରେ ପୁଲିସ ଆଦର୍ଶନଗରର ପିଣ୍ଟୋ ଶର୍ମା ଓରଫ ପିଣ୍ଟୁ ବିଶ୍ୱକର୍ମା (୪୧)ଙ୍କୁ ଗିରଫ କରିଛି ସେ ଓରିଏଣ୍ଟ ଥାନା ଅଞ୍ଚଳର ବାସିନ୍ଦା।

ପୁଲିସ ସୂଚନା ଅନୁସାରେ, ଅଭିଯୁକ୍ତଙ୍କ ନିକଟରୁ ପ୍ଲାଷ୍ଟିକ ବ୍ୟାଗ ସହିତ ମୋଟ ୩ କିଲୋ ୭୪୯ ଗ୍ରାମ ଗଞ୍ଜେଇ, ନଗଦ ୧,୨୦୦ ଟଙ୍କା, ସିମ୍ ନମ୍ବର ୯୬୯୨୦୬୯୭୯୦ ଥିବା ଏକ ମୋବାଇଲ ଫୋନ୍ ଏବଂ ଓଡି୨୩ପି-୪୯୩୪ ନମ୍ବର ବିଶିଷ୍ଟ ଏକ ହୋଣ୍ଡା ଆକ୍ଟିଭା ସ୍କୁଟି ଜବତ କରାଯାଇଛି। ଏହି ଜବତ ସାମଗ୍ରୀକୁ ସାକ୍ଷୀ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନିୟମାନୁସାରେ ଜବତ ତାଲିକାଭୁକ୍ତ କରାଯାଇଛି। ଏନେଇ ଓରିଏଣ୍ଟ ଥାନାରେ କେସ୍ ନମ୍ବର ୨୪୩, ତାରିଖ ୦୪.୧୦.୨୦୨୬ରେ ଏନଡିପିଏସ ଆକ୍ଟର ଧାରା ୨୦(ବି)(୨)(ବି) ଅନୁଯାୟୀ ମାମଲା ରୁଜୁ ହୋଇଛି। ଗିରଫ ଅଭିଯୁକ୍ତ ପିଣ୍ଟୋ ଶର୍ମା ଓରଫ ପିଣ୍ଟୁ ବିଶ୍ୱକର୍ମାଙ୍କୁ ଆଜି ଅଦାଲତରେ ହାଜର କରାଯାଇଛି। ଘଟଣା ସମ୍ପର୍କରେ ପୁଲିସର ତଦନ୍ତ ଜାରି ରହିଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande