ପିଲାଙ୍କ ଜୀବନ ସହ ସାଙ୍ଘାତିକ ଖେଳ । ବାଜିରେ ଛାତ୍ରଛାତ୍ରୀଙ୍କ ଜୀବନ, ସତ୍ୟନାରାୟଣ କଲେଜରେ ଫାୟାର ସେଫ୍ଟି ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ
ମାଲକାନଗିରି , ୫ ଅକ୍ଟୋବର (ହି.ସ.) - ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ଠିଆ କରିଛି ମାଲକାନଗିରିର ଏକ ଘରୋଇ ଶିକ୍ଷାନୁଷ୍ଠାନ। ସହରର ସତ୍ୟନାରାୟଣ କଲେଜରେ ଅଗ୍ନିକାଣ୍ଡ ଭଳି ଜରୁରୀ ପରିସ୍ଥିତି ସମୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଆବଶ୍ୟକ ଅଗ୍ନି ନିରାପତା ବ୍ୟବସ୍ଥା ଠିକ୍ ନଥିବା ଅଭ
ପିଲାଙ୍କ ଜୀବନ ସହ ଶଙ୍ଘାତିକ ଖେଳ!ବାଜିରେ ଛାତ୍ରଛାତ୍ରୀଙ୍କ ଜୀବନ, ସତ୍ୟନାରାୟଣ କଲେଜରେ ଫାୟାର ସେଫ୍ଟି ବ୍ୟବସ୍ଥା


ମାଲକାନଗିରି , ୫ ଅକ୍ଟୋବର (ହି.ସ.) - ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ଠିଆ କରିଛି ମାଲକାନଗିରିର ଏକ ଘରୋଇ ଶିକ୍ଷାନୁଷ୍ଠାନ। ସହରର ସତ୍ୟନାରାୟଣ କଲେଜରେ ଅଗ୍ନିକାଣ୍ଡ ଭଳି ଜରୁରୀ ପରିସ୍ଥିତି ସମୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଆବଶ୍ୟକ ଅଗ୍ନି ନିରାପତା ବ୍ୟବସ୍ଥା ଠିକ୍ ନଥିବା ଅଭିଯୋଗ ସାମ୍ନାକୁ ଆସିଛି। ମାଲକାନଗିରି ଅଗ୍ନିଶମ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍କୁଲ, କଲେଜ ଓ ସପିଂ ମଲରେ ଅଗ୍ନି ନିରାପତା ବ୍ୟବସ୍ଥାର ଯାଂଚ ବା ଅଡିଟ୍ ଚାଲିଛି। ଏହି କ୍ରମରେ ଆଜି ସତ୍ୟନାରାୟଣ କଲେଜରେ ମଧ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ଅଡିଟ୍ କରାଯାଇଥିଲା।

ଅଡିଟ୍ ସମୟରେ କଲେଜରେ ଆବଶ୍ୟକ ଫାୟାର ସେଫ୍ଟି ବ୍ୟବସ୍ଥା ଠିକ୍ ନଥିବା ଜଣାପଡ଼ିଥିବା ନେଇ ସୂଚନା ମିଳିଛି। ଛାତ୍ରଛାତ୍ରୀଙ୍କ ଭଳି ବହୁ ସଂଖ୍ୟକ ଲୋକ ଯେଉଁ ଶିକ୍ଷାନୁଷ୍ଠାନରେ ପ୍ରତିଦିନ ଏକାଠି ହେଉଛନ୍ତି, ସେଠାରେ ଅଗ୍ନି ନିରାପତା ବ୍ୟବସ୍ଥା ଦୁର୍ବଳ ଥିବା ଘଟଣା ସ୍ୱାଭାବିକ ଭାବେ ଚିନ୍ତା ବଢ଼ାଇଛି।

ଯଦି କୌଣସି ସମୟରେ ଅଗ୍ନିକାଣ୍ଡ ଭଳି ଅଘଟଣ ଘଟେ, ତେବେ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ସୁରକ୍ଷିତ ଭାବେ ବାହାରକୁ ଆଣିବା ପାଇଁ କେତେଦୂର ପ୍ରସ୍ତୁତି ରହିଛି, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଶିକ୍ଷାନୁଷ୍ଠାନ ଭଳି ସମ୍ବେଦନଶୀଳ ସ୍ଥାନରେ ଅଗ୍ନି ନିରାପତାକୁ ନେଇ କୌଣସି ପ୍ରକାରର ଅବହେଳା ଆଗାମୀ ଦିନରେ ବଡ଼ ବିପଦର କାରଣ ହୋଇପାରେ।

ତେବେ ପ୍ରଶ୍ନ ଉଠୁଛି- ଆବଶ୍ୟକ ଫାୟାର ସେଫ୍ଟି ବ୍ୟବସ୍ଥା ନଥାଇ ଏଭଳି ଶିକ୍ଷାନୁଷ୍ଠାନ କିପରି ଚାଲିଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି କିଏ ଦାୟୀ। ଅଗ୍ନିଶମ ବିଭାଗର ଅଡିଟ୍ ପରେ କଲେଜ କର୍ତୃପକ୍ଷ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କେବେ ସୁଦୃଢ଼ କରୁଛନ୍ତି, ତାହା ଉପରେ ଏବେ ନଜର। ଛାତ୍ରଛାତ୍ରୀଙ୍କ ଜୀବନ ଓ ସୁରକ୍ଷା ସହ ଜଡ଼ିତ ଏହି ପ୍ରସଙ୍ଗରେ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ତୁରନ୍ତ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande